Posted inଖେଳ

ଜାଡେଜାଙ୍କୁ ଅଧିନାୟକ କରିବା ଧୋନୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

“ଧୋନୀ ସିଏସ୍‌କେର ନେତୃତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଜାଡେଜାଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ବାଛିଛନ୍ତି। ୨୦୧୨ରୁ ଚେନ୍ନାଇର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଥିବା ଜାଡେଜା ୩ୟ ଖେଳାଳି ଭାବେ ସିଏସ୍‌କେ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ଧୋନୀ ସିଏସ୍‌କେ ପାଇଁ ଚଳିତ ସିଜନ ଏବଂ ପରେ ଖେଳିବା ଜାରି ରଖିବେ “ ବୋଲି ସିଏସ୍‌କେ ପକ୍ଷରୁ କୁହାଯାଇଛି। ଏହି ବିବୃତିରୁ ପୂରା ସ୍ପଷ୍ଟ ଯେ, ଧୋନୀ ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ଜାଡେଜାଙ୍କୁ ବାଛିଛନ୍ତି। ତେବେ ଦୀର୍ଘ ଦିନ ହେଲା ସିଏସ୍‌କେ ପାଇଁ ଖେଳୁଥିବା ଏହି ଅଲରାଉଣ୍ଡର ଅଧିନାୟକ ହେବା ଲାଗି ଦଳରେ ସବୁଠୁ ଯୋଗ୍ୟ। ୨୦୧୨ରେ ତାଙ୍କୁ ୯.୮ କୋଟି ଟଙ୍କାରେ କିଣିଥିଲା ସିଏସ୍‌କେ। ସେହି ଅକ୍‌ଶନରେ ଜାଡେଜା ସବୁଠୁ ଦାମୀ ଖେଳାଳି ଥିଲେ। ତାଙ୍କୁ ଗତ ଅକ୍‌ଶନ ପୂର୍ବରୁ ସର୍ବାଧିକ ୧୬ କୋଟି ଟଙ୍କାରେ ରିଟେନ କରିଥିଲା ସିଏସ୍‌କେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବି ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୮।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୪ ତମ ମ୍ୟାଚ୍‌ରେ ରବିିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ...

ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି

ଅହମ୍ମଦାବାଦ୍‌,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭...

ଭାରତର ଇନିଂସ ବିଜୟ

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ୧୩୦ ରନ୍‌ରେ ଜିତି ନେଇଛି। ବିରାଟ...

ବିଦା ହେବାରୁ ବର୍ତ୍ତିଲା ଡିଫେଣ୍ଡିଂ ଚାମ୍ପିୟନ

ଶାରଜା,୨୯।୧୦: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ। ଶୁକ୍ରବାର ଏଠାରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ...

ମାତ୍ର ୧୨ଟି ବଲ୍‌ ଖେଳି ଇତିହାସ ରଚିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଆବୁଧାବି,୪।୧: ଆବୁଧାବି ଟି-୨୦ ଲିଗ୍‌ରେ କ୍ରିସ୍‌ ଗେଲ୍‌ ମରାଠା ଆରବିଆନ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ଆବୁଧାବିର ଓପନର୍‌ ଗେଲ୍‌ ମାତ୍ର ୨୨ଟି ବଲ୍‌ରୁ ୮୪ ରନ୍‌ର...

ଅନୁଷ୍କା ମା’ ହେବା କଥା ଜାଣି ଦେଡଶୂର କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି। ୨୦୨୧ ଜାନୁୟାରୀ...

କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ଏଠାରେ ରହୁଛନ୍ତି ଯୁବରାଜ

ଭାରତୀୟ କ୍ରିକେଟ ଟିମ୍‌ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍‌ରେ ସେ ପ୍ଲେୟାର ଅଫ୍‌ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି...

ରାଜ୍ୟ ଓପନ ଚେସ୍‌: ସୌମ୍ୟରଞ୍ଜନଙ୍କୁ ଆଉ ଏକ ଟାଇଟଲ

ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଆଉ ଏକ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟରର ୬୧ତମ ରାଜ୍ୟ ଓପନ ଚେସ୍‌...

Advertisement
Archives

Model This Week