ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି ଅଞ୍ଚଳ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୨ ଡିଗ୍ରୀ , ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି। ଓଡ଼ିଶାର କନ୍ଧମାଳ ଜିଲା ଜି.ଉଦୟଗିରିରେ ବହୁ ବର୍ଷ ଧରି ଶୀତ ରୁତୁରେ ଏମିତି ଥଣ୍ଡା ହେବାର ନଜିର ରହିଛି। ଜି.ଉଦୟଗିରି ରେ ସବୁଠାରୁ ଅଧିକ ଶୀତ ହୁଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ ତାପମାପକ ଯନ୍ତ୍ର ନଥିବା ଯୋଗୁ ସଠିକ ଭାବେ କେତେ ଡିଗ୍ରୀ ତାପମାତ୍ରା ରହୁଛି ଜାଣି ହେଉନଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ବେଳେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଥିବା ଦାବି ହେଉଛି। ବିଗତ ୫ ଦିନ ହେବ ୫ ଡିଗ୍ରୀ ତଳେ ତାପମାତ୍ରା ରହିଛି । ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ବିଶେଷ କରି ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟି ସହ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି। ପ୍ରବଳ ଶୀତ ଯୋଗୁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ, ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏଣେ ଶୀତର ମଜା ନେବା ପାଇଁ ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। ହିଲଟପ, କଫିବଗିଚା, କଳିଙ୍ଗା ଘାଟି ଓ ବଟାନିକାଲ ଗାର୍ଡେନ ଭଳି ବହୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରବଳ ଶୀତ ଜାଡ ଯୋଗୁ ଘରୁ ବାହାରିବା କଷ୍ଟ ହେଉଛି, ସନ୍ଦ୍ୟା ହେବା କ୍ଷଣି ବଜାରରେ ଗହଳି କମି ଯାଉଛି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ନିଆଁର ସାହାରା ନେଉଛନ୍ତି। ବୃଦ୍ଧବୃଦ୍ଧା ଙ୍କୁ ଅଧିକ ମାତ୍ରାରେ ଶୀତର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଲୋଡ଼ା

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରଭଞ୍ଜ ସାହିତ୍ୟ ପରିଷଦଠାରେ ଶୁକ୍ରବାର ରାତିରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ…

 ଭଉଣୀ  ଘରକୁ ଯିବାବେଳେ ଭୟଙ୍କର ଦୁର୍ଘଟଣା : ରାସ୍ତାରେ…  

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର  ଲାଠୀପଡ଼ା  ଠାରେ ଶୁକ୍ରବାର ରାତିରେ ଏକ ବାଇକ ଗାଡି ଦୁର୍ଘଟନାଗ୍ରସ୍ତ ହୋଇଛି। ଏଥିରେ ତତାବାଲି ଗ୍ରାମର…

୨୪ ଘଣ୍ଟା ମଧ୍ୟରେ ଚୋରି ମାମଲାରେ ୨ ଗିରଫ

କୋରାପୁଟ,୨୩ା୧(ଅମିତାଭ ବେହେରା):କୋରାପୁଟ ଟାଉନ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଟାଉନ ପୋଲିସ ଚୋରି ମାମଲାର ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋଟ ଚାଲାଣ…

ଟ୍ରକ ଧକ୍କାରେ ଯୁବ ଚାଷୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ ୪ ଘଣ୍ଟା ଧରି ରାମପୁର ରାସ୍ତା ଉପରେ ରାସ୍ତା ରୋକ

ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ,…

ମହାକାଶରେ ଭୟଙ୍କର ଦୃଶ୍ୟ? ଅଚାନକ ଲୁଚିଗଲେ ସୂର୍ଯ୍ୟ, ରହସ୍ୟମୟ ଭାବେ…

ବ୍ରହ୍ମାଣ୍ଡରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ବିସ୍ମିତ କରୁଛି। ପୃଥିବୀଠାରୁ ପ୍ରାୟ 3,000 ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ…

ଗୁଗୁଲରେ ଇଣ୍ଟର୍ନସିପ କରିବାର ସୁଯୋଗ, UG-PG ଛାତ୍ରୀଛାତ୍ର କରିପାରିବେ ଆବେଦନ, ଷ୍ଟାଇପେଣ୍ଡ ମିଳିବ…

ଯଦି ଆପଣ Google ସହିତ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। Google 2026 ପାଇଁ ଏହାର ବିଭିନ୍ନ ଇଣ୍ଟର୍ନସିପ…

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ

କୋରାପୁଟ,୨୩।୧(ଅମିତାଭ ବେହେରା ): ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା…

ସ୍କୁଲ ବାରଣ୍ଡାରେ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ଶିକ୍ଷକ

ପାଇକମାଳ,୨୩।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳରେ ଆଉ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଅସଦାଚରଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri