ଷ୍ଟ୍ରିଟ୍‌ ଫୁଡ୍‌ ଉପରେ ରହୁନି ଅଙ୍କୁଶ

ରାଉରକେଲା ଅଫିସ,୧୪।୬
(ସଙ୍ଗୀତା ଜେନା)
ଉତ୍ତମ ଗୁଣବତ୍ତା ଖାଦ୍ୟକୁ ଆଦୃତ କରିବା, ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ପରିବେଷଣ ନ କରି ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଯନ୍ନବାନ ହେବା ଉଦ୍ଦେଶ୍ୟରେ ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ପକ୍ଷରୁ ମାସକୁ ପ୍ରାୟ ୪ରୁ ୫ ଥର ଯାଞ୍ଚ ହେଉଛି। ଏହାସତ୍ତ୍ୱେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟକର ଖାଦ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି।
ରାଉରକେଲା ସହରର ସେକ୍ଟର-୫, ସେକ୍ଟର-୧୯ ଆମ୍ବାଗାନ, କୋଏଲନଗର, ବାସନ୍ତୀ କଲୋନୀ, ଡିଏଭି ସମେତ ଅନ୍ୟ ଅଞ୍ଚଳରେ ଫୁଡ୍‌ କୋର୍ଟ ରହିଛି। ଏହିସବୁ ସ୍ଥାନରେ ଖାଦ୍ୟକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ଅତ୍ୟଧିକ ରଙ୍ଗ ସମେତ ମସଲା, ଚାଇନା ସଲ୍ଟ ଓ ନିମ୍ନମାନର ଖାଇବା ତେଲ ବ୍ୟବହାର କରାଯାଉଛି। ତେବେ ସୁନ୍ଦର ଦେଖାଯାଉଥିବା ଏହି ଖାଦ୍ୟ ପରବର୍ତ୍ତୀ ସମୟରେ ରୋଗର କାରଣ ସାଜୁଛି। ଏ ନେଇ ଅଭିଯୋଗ କରି ଛେଣ୍ଡ ନିବାସୀ ଶର୍ମିଷ୍ଠା ଦାସ କହିଛନ୍ତି, ବ୍ୟଞ୍ଚନ ପ୍ରସ୍ତୁତ କରିବା ପାଇଁ ଶସ୍ତା ରିଫାଇନ ଅଏଲ ବ୍ୟବହାର କରାଯାଉଛି। ଏଥିସହ ବ୍ୟଞ୍ଜନରେ ଏକାଧିକ ଥର ତେଲ ମିଶ୍ରଣ କରି ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ପେଟରୋଗ, ଚର୍ମରୋଗ, ହୃଦ୍‌ରୋଗ ଆଶଙ୍କା ବୃଦ୍ଧି ପାଉଛି। ଏହା ଉପରେ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ଦାସ କହିଛନ୍ତି। ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହୃତ ପାଣିରେ ମଧ୍ୟ ସ୍ବଚ୍ଛତା ରହୁନାହିଁ ବୋଲି ସେ କହିଛନ୍ତି। ଅନୁରୂପ ଭାବେ ସାମାଜିକ କର୍ମୀ ରଜତ ନାୟକ କହିଛନ୍ତି, ସହରରେ ଉଠାଦୋକାନୀ କିମ୍ବା ଠେଲାରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିପକ୍ଷରେ କହିବା ଯୁକ୍ତିଯୁକ୍ତ ନୁହେଁ। ତଥାପି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ଏବଂ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ସମାଧାନ ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ। ଏଥିପାଇଁ କୌଣସି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ। ଫଳରେ ଯୁବପିଢ଼ି ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉଭୟ ଗ୍ରାହକ ଓ ବ୍ୟବସାୟୀ ସଚେତନ ହେବା ଉଚିତ ବୋଲି ନାୟକ କହିଛନ୍ତି।
ଏ ସମ୍ପର୍କରେ ଆର୍‌ଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ଦୀକ୍ଷା ଦେଙ୍କୁ ପଚାରିବାରୁ ସେ କହିଲେ, ଗତ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମାସକୁ ଅନୂନ ୪ ଥର ହିସାବରେ ପ୍ରାୟ ୨୪ରୁ ୨୫ ଥର ବିଭିନ୍ନ ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ଦୋକାନୀ ଓ ସେମାନଙ୍କ କର୍ମଚାରୀଙ୍କ ପରିଚ୍ଛନ୍ନତା ସହ ହେଡ୍‌ କ୍ୟାପ, ଆଫ୍ରୋନ, ଫୁଡ୍‌ କଭର, ଖାଦ୍ୟର ଗୁଣବତ୍ତା, ଖାଦ୍ୟରେ ଫୁଡ୍‌ କଲର, ଭେଜିଟେବୁଲ ଶଶ୍‌ ଆଦିର ମାନ ପରୀକ୍ଷା କରାଯାଉଛି। ଖାଦ୍ୟ ନମୁନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଯାଉଛି। ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଓରାମପଡ଼ା ଓ ମଧୁସୂଦନପାଲ୍ଲୀରେ ୨ଟି ଶଶ୍‌ ଓ ବାଦାମ ଚିକି ଉପତ୍ାଦନ ୟୁନିଟ ସିଲ୍‌ କରାଯାଇଥିଲା। ଏହାବ୍ୟତୀତ, ଫୁଡ୍‌ କୋର୍ଟ ଓ ବିଭିନ୍ନ ହୋଟେଲରୁ ପ୍ରାୟ ୧ରୁ ୨ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୋକାନୀଙ୍କ ଲାଇସେନ୍ସ ନବୀକରଣ ଓ ନୂତନ ଲାଇସେନ୍ସ ଆବେଦନ ଉପରେ ଜୋର୍‌ ଦିଆଯାଉଛି। ଦୋକାନୀ ଓ ଗ୍ରାହକ ଏଥିପ୍ରତି ସଚେତନ ହେଲେ ଖାଦ୍ୟ ଅପମିଶ୍ରଣ ଓ ଗୁଣବତ୍ତାରେ ସୁଧାର ହେବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ଦେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?