ସମସ୍ୟା ଘେରରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ

ରାଉରକେଲା ଅଫିସ,୧୪।୬
(ବିପ୍ଳବ ରଞ୍ଜନ ଦାଶ)
ରାଉରକେଲା ଛେଣ୍ଡ୍‌ରେ ଥିବା ଭିଏସ୍‌ଏସ୍‌ ମାର୍କେଟରେ ବସିବା ସ୍ଥାନ, ଷ୍ଟ୍ରିଟ୍‌ ଲାଇଟ୍‌, ପାର୍କିଂ, ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ରାଉରକେଲା ସହରର ଛେଣ୍ଡ୍‌ ଭିଏସ୍‌ଏସ୍‌ ମାର୍କେଟ ହେଉଛି ସହରର ବହୁ ପୁରୁଣା ମାର୍କେଟ। ଏହା ଉପରେ ଛେଣ୍ଡ, ସିଭିଲ ଟାଉନଶିପ୍‌, ବାସନ୍ତୀ କଲୋନୀ ଓ କଳିଙ୍ଗ ବିହାର ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି। ସୋମବାର ଏବଂ ବୁଧବାର ସକାଳ ୭ଟାରୁ ରାତ୍ରି ୯ଟା ୧୫ ଯାଏ ମାର୍କେଟ ଚାଲେ। ସହର ଆଖପାଖ ଅଞ୍ଚଳରୁ ପରିବା, ରାଶନ, କପଡା ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣି ବ୍ୟବସାୟୀମାନେ ଏଠାରେ ବିକ୍ରିବଟା କରନ୍ତି। ଗ୍ରାହକ ଓ ବ୍ୟବସାୟୀମାନଙ୍କ ସୁବିଧା ଲାଗି ଆର୍‌ଏମ୍‌ସି ପକ୍ଷରୁ ମାର୍କେଟରେ ବିଭିନ୍ନ ସୁବିଧା ରହିଛି। ଯାନବାହନ ରଖିବା ପାଇଁ ୨ଟି ବୃହତ ପାର୍କିଂ ପ୍ଲେସ ଏବଂ ବ୍ୟବସାୟୀମାନଙ୍କ ବସିବା ପାଇଁ ୫୦ଟି ପିଣ୍ଡି ନିର୍ମାଣ ହୋଇଛି। ସବୁଆଡେ ଷ୍ଟିଟ୍‌ ଲାଇଟ୍‌ ଲଗାଯାଇଛି। ମାର୍କେଟ ପରିସରରେ ମୃଦୁ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ସ୍ଥାପନ ହୋଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ବର୍ତ୍ତମାନ ସେସବୁ ଗ୍ରାହକ ଓ ବ୍ୟବସାୟୀମାନଙ୍କ କାମରେ ଆସୁନାହିଁ ବୋଲି ଜୟଦେବ କର, ସୁଶୀଳା ମହନ୍ତ, ରମାକାନ୍ତ ବିନ୍ଦ ଓ ଗଣେଶ ଓରାମ ପ୍ରମୁଖ ଅଭିଯୋଗ କରିଛନ୍ତି। ମାର୍କେଟରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ ଗୁଡିକ ଜଳୁନାହିଁ। ପାର୍କିଂ ପ୍ଲେସ ପରିବର୍ତ୍ତେ ବଜାର ମୁଖ୍ୟରାସ୍ତାରେ ଯାନବାହନ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପିଣ୍ଡିରେ କୁଢ କୁଢ ଅଳିଆ ରହୁଥିବା ବେଳେ ସଫେଇ ହେଉନାହିଁ। ଫଳରେ ବ୍ୟବସାୟୀମାନେ ପିଣ୍ଡି ବଦଳରେ ରାସ୍ତା ଉପରେ ବସି ବିକ୍ରିବଟା କରୁଛନ୍ତି। ସେହିପରି ପାନୀୟ ଜଳ ପ୍ରକଳ୍ପର ୨ଟି ଟ୍ୟାପ୍‌ ଅଚଳ ଯୋଗୁ ଗ୍ରାହକ ଓ ବ୍ୟବସାୟୀ ପାଣି ମୁନ୍ଦେ ପାଇବାକୁ ଅସୁବିଧା ଭୋଗୁଛନ୍ତି। ଏ ନେଇ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ମାର୍କେଟରେ ଯେଉଁ ସମସ୍ୟା ରହିଛି ତଦନ୍ତ କରି ସମାଧାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri