୧୯ରେ ଗଣ ସତ୍ୟାଗ୍ରହ ନିଷ୍ପତ୍ତି

ଯାଜପୁର ଟାଉନ,୧୩ା୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୧୯ରେ ଗଣସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି ା ୨୦୧୩ ପୂର୍ବରୁ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକମାନଙ୍କଠାରୁ ଅନେକ କୋଟି ଟଙ୍କା ନେଇ ଫେରସ୍ତ କରି ନ ଥିବା ବେଳେ ରାଜ୍ୟ ସରକାର କମିଶନ ବସାଇ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରସ୍ତ ଦେବାର ପ୍ରଲୋଭନ ଦେଖାଇ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ। ସେହିପରି ଯାଜପୁର ଜିଲା ସମେତ ବିଭିନ୍ନ ଜିଲାର ରୋଜ୍‌ଭେଲି କମ୍ପାନୀର ଜମାକାରୀଙ୍କଠାରୁ ମୂଳଜମା ରାଶିର ଅସଲ ପ୍ରମାଣପତ୍ର ଆର.ଆଇ. ଓ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାର ନେଇଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତକାରୀମାନଙ୍କୁ ଟଙ୍କା ଫେରସ୍ତ କରିନାହାନ୍ତି। ସେହିପରି ସିସୋର, ଗୋଲ୍‌ଡେନ୍‌ ଲ୍ୟାଣ୍ଡ ସମେତ ୨୦ଟି କମ୍ପାନୀର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ଉକ୍ତ କମ୍ପାନୀମାନଙ୍କର ସମ୍ପତ୍ତିକୁ ଶାଗମାଛ ଦାମରେ ବିକି ନିଜ ପାଖରେ ସେହି ଅର୍ଥ ରଖିଛନ୍ତି। ଏଥିପାଇଁ ଯାଜପୁର ଜିଲାର ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ସୋମବାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଖବରଦାତା ସମ୍ମିଳନୀ କରି ଆସନ୍ତା ୧୯ ତାରିଖ ଦିନ ଜମାକାରୀ ଗଣସତ୍ୟଗ୍ରହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଦିନ ଜିଲାର ସମସ୍ତ ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ସ୍ଥାନୀୟ ଏନ.ସି କଲେଜ୍‌ ପଡ଼ିଆରେ ସମାବେଶ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣସତ୍ୟାଗ୍ରହ କରାଯିବା ବୋଲି ଆହ୍ବାନ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ଉମେଶ ଚନ୍ଦ୍ର ନାୟକ, ଜିଲା ସଭାପଭି ବିଷ୍ଣୁଚରଣ ଜେନା, ସମ୍ପାଦକ ଉମେଶ କୁମାର ସାହୁ, ତିଗ୍‌ମାଂଶୁ ମହାରଣ୍ୟ , ଆଲୋକ ବାରିକ , ଯତିନ କୁମାର ଦାସ, ରାମଚନ୍ଦ୍ର ମହାପାତ୍ର, ପ୍ରଦୀପ ସାହୁ, ବନମାଳୀ ବାରିକ, ଅର୍ଜୁନ କୁମାର ବେହେରା, ରଞ୍ଜନ ବେହେରା, ଆଲୋକ ପତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି

କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri