୪୫୫ ବର୍ଷ ହେବ ଜଳୁଛି ଧୁନି

ପୁରୀ,୨୫ା୭(ଅଜିତ ମହାନ୍ତି):ବ୍ରହ୍ମଗିରି ସାତପଡା ରାସ୍ତା ଦେଇ ଯିବାବେଳେ ବାଟରେ ମାଣିକପାଟଣା ପଡ଼େ। ଏହି ମାଣିକପାଟଣା ରାସ୍ତାରେ ରହିଛି ବ୍ରହ୍ମପଡ଼ା ମଠ। ଉକ୍ତ ମଠରେ ଆଜକୁ ଦୀର୍ଘ ୪୫୫ ବର୍ଷ ହେବ ଏକ ଧୁନି ଜଳୁଥିବା ଗ୍ରାମବାସୀ କହିଛନ୍ତି। ମଠ ପରିସରରେ ୪ ପ୍ରହର ଅର୍ଥାତ୍‌ ଅହରହ ଧୁନି ଜଳିବା ସହ ନାମ ସଂକୀର୍ତ୍ତନ ଜାରି ରହିଛି। ବ୍ରହ୍ମପଡ଼ା ମଠ ସହ ଶ୍ରୀମନ୍ଦିରର ସମ୍ପର୍କ ରହିଛି। ମଠ ସମ୍ପର୍କରେ ସୂଚନା ଦେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କୁହିଛନ୍ତି, ୧୫୬୮ ମସିହା କଥା। କଳାପାହାଡ଼ ଆକ୍ରମଣ ପୂର୍ବରୁ ସେବକ ଓ ଗଜପତିଙ୍କ ପାଇକ ବାହିନୀ ନଦୀ ପଥରେ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରି ଚିଲିକାର ହାତୀପାଟଣା କୁଦକୁ ନେଇଥାନ୍ତି। ସେଠାରେ ଦ୍ୱିତୀୟଥର ପାଇଁ ମହାପ୍ରଭୁଙ୍କୁ ବାଲି ଖୋଳି ପାତାଳି କରିଥାନ୍ତି। ନିମକହାରାମ ପାହାନ୍ତା ସିଂହ ଜାଗିରି ଲୋଭରେ ପାହାନ୍ତା ପହରେ କଳାପାହାଡ଼କୁ ସେନା ସହ କୁଦ ଦେଖାଇଦେଇଥିଲା। ବର୍ବର ହତ୍ୟାରେ ସେବକ, ପାଇକମାନଙ୍କ ରକ୍ତ ଚିଲିକା ପାଣିରେ ମିଶିବା ପୂର୍ବରୁ ଆଦେଶ ହେଲା କୁଦର ଆବାଳ ବୃଦ୍ଧବନିତାଙ୍କୁ ହତ୍ୟା କର। ଫଳରେ କଳାପାହାଡର ସୈନ୍ୟମାନଙ୍କ ରକ୍ତର ଧାର ସେଦିନ ଚିଲିକା ଜଳକୁ ରକ୍ତିମ କରିଦେଇଥିଲା। ପରେ କଳାପାହାଡ଼ ବିଗ୍ରହଙ୍କୁ ହାତୀ ପିଠିରେ ଲଦି ଗଙ୍ଗା କୂଳକୁ ନେଇ ପୋଡ଼ି ଦେବା ପାଇଁ ଆଦେଶ ଦେଇଥିଲା। ହାତୀପିଠିରେ ନେଲାବେଳେ ମହାପ୍ରଭୁଙ୍କ ବିଗ୍ରହ ଏଇଠି ଚିଲିକାର ଜଙ୍ଗଲ ଭିତରକୁ ପଶି ଆସିଥିବା ନାଳରେ ଖସି ପଡ଼ିଥିଲେ। ସେବେଠୁ ସେ ନାଳର ନାଁ ହେଇଗଲା ହାତୀନାଳ। ଯେଉଁଠି ପଡିଯାଇଥିଲେ ସେ ସ୍ଥାନ-ବ୍ରହ୍ମପଡା ଭାବେ ପ୍ରସିଦ୍ଧ ହୋଇଗଲା। ସେଇଠି ଗଢି ଉଠିଲା ବ୍ରହ୍ମପଡା ମଠ। ଯେଉଁଠି ପ୍ରଭୁ ପଡ଼ିଥିଲେ, ସେଇ ପବିତ୍ର ସ୍ଥାନରେ ଉଚ୍ଚା କରି ଚାଳିଆ ନିର୍ମାଣ କରିଥିଲେ ଭକ୍ତ। ତାହାଥିଲା ସ୍ମୃତିର ଧୁନି ମନ୍ଦିର। ସେଠାରେ ଯଜ୍ଞ କରାଯାଇଥିଲା। ସେବେଠାରୁ ମଠରେ ହେଉଥିବା ଯଜ୍ଞକୁଣ୍ଡରୁ ଧୁନି ଜଳୁଛି। ପ୍ରାୟ ୪୫୫ ବର୍ଷ ହେଲା ଧୁନି ଜଳି ଆସୁଛି। ମଠର ସାଧୁମାନେ ପାଳି କରି କେବଳ ଧୁନି ଜଗି ରହିବା ସହ ଅହରହ କୀର୍ତ୍ତନ ମଧ୍ୟ କରୁଛନ୍ତି। ତେବେ କିଛି ଦିନ ତଳେ ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି ଅଧ୍ୟାପକ କାଶୀନାଥ ନାୟକ, ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ର ଓ ସ୍ଥାନୀୟ ଯୋଗ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯାଇ ମଠର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ତେବେ ମଠ ପକ୍କାଘରରେ ପରିଣତ ହୋଇଛି। ପାଖରେ ହାତୀନାଳିଆକୁ ଆଡିବନ୍ଧ କରାଯାଇଛି। ମଠର ଦକ୍ଷିଣରେ ଜଙ୍ଗଲ ରହିଛି। ଗଜପତି ମଠ ନଁାରେ ଦଶ ଏକର ଜମି ଖଞ୍ଜି ଦେଇଛନ୍ତି। ତେବେ ମିଶ୍ରଙ୍କ କହିବା ଅନୁଯାୟୀ, କଳାପାହାଡ ମହାପ୍ରଭୁଙ୍କୁ ହାତୀରେ ବସାଇ ଗଙ୍ଗାନଦୀ ନେବା ବେଳେ ବୋଧହୁଏ ଜାତିର ନମସ୍ୟ ପୁରୁଷ ବିଶ୍ୱର ମହାନ୍ତି ମୁଦଙ୍ଗଟିଏ କାନ୍ଧରେ ପକାଇ ହାତୀ ପଛେ ପଛେ ଯାଇ ଗଙ୍ଗା କୂଳରେ ପହଞ୍ଚତ୍ଥିଲେ। ମା ଗଙ୍ଗାଙ୍କୁ ଦର୍ଶନ ଦେବା ପରେ ସେଇ ଅକୁହା ପଦାର୍ଥକୁ ବିଗ୍ରହରୁ କାଢି ମୃଦଙ୍ଗେ ପୂରାଇ ପହଞ୍ଚତ୍ଥିଲେ କୁଜଙ୍ଗର ମହାବୀର ଆଶ୍ରମରେ। ତେବେ ଯେଉଁ ବିଶୋର ମହାନ୍ତି କୋଟି ଓଡ଼ିଆର ମହୁଡ ମଣିଙ୍କୁ କଳାପାହାଡ କବଳରୁ ଆଣିଥିଲେ, ସେହି ମହାପୁରୁଷଙ୍କ ଏକ ପ୍ରତିମୂର୍ତ୍ତି ଭୁବନେଶ୍ୱରଠାରେ ସ୍ଥାପନ ହେବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri