୪୫୫ ବର୍ଷ ହେବ ଜଳୁଛି ଧୁନି

ପୁରୀ,୨୫ା୭(ଅଜିତ ମହାନ୍ତି):ବ୍ରହ୍ମଗିରି ସାତପଡା ରାସ୍ତା ଦେଇ ଯିବାବେଳେ ବାଟରେ ମାଣିକପାଟଣା ପଡ଼େ। ଏହି ମାଣିକପାଟଣା ରାସ୍ତାରେ ରହିଛି ବ୍ରହ୍ମପଡ଼ା ମଠ। ଉକ୍ତ ମଠରେ ଆଜକୁ ଦୀର୍ଘ ୪୫୫ ବର୍ଷ ହେବ ଏକ ଧୁନି ଜଳୁଥିବା ଗ୍ରାମବାସୀ କହିଛନ୍ତି। ମଠ ପରିସରରେ ୪ ପ୍ରହର ଅର୍ଥାତ୍‌ ଅହରହ ଧୁନି ଜଳିବା ସହ ନାମ ସଂକୀର୍ତ୍ତନ ଜାରି ରହିଛି। ବ୍ରହ୍ମପଡ଼ା ମଠ ସହ ଶ୍ରୀମନ୍ଦିରର ସମ୍ପର୍କ ରହିଛି। ମଠ ସମ୍ପର୍କରେ ସୂଚନା ଦେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କୁହିଛନ୍ତି, ୧୫୬୮ ମସିହା କଥା। କଳାପାହାଡ଼ ଆକ୍ରମଣ ପୂର୍ବରୁ ସେବକ ଓ ଗଜପତିଙ୍କ ପାଇକ ବାହିନୀ ନଦୀ ପଥରେ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରି ଚିଲିକାର ହାତୀପାଟଣା କୁଦକୁ ନେଇଥାନ୍ତି। ସେଠାରେ ଦ୍ୱିତୀୟଥର ପାଇଁ ମହାପ୍ରଭୁଙ୍କୁ ବାଲି ଖୋଳି ପାତାଳି କରିଥାନ୍ତି। ନିମକହାରାମ ପାହାନ୍ତା ସିଂହ ଜାଗିରି ଲୋଭରେ ପାହାନ୍ତା ପହରେ କଳାପାହାଡ଼କୁ ସେନା ସହ କୁଦ ଦେଖାଇଦେଇଥିଲା। ବର୍ବର ହତ୍ୟାରେ ସେବକ, ପାଇକମାନଙ୍କ ରକ୍ତ ଚିଲିକା ପାଣିରେ ମିଶିବା ପୂର୍ବରୁ ଆଦେଶ ହେଲା କୁଦର ଆବାଳ ବୃଦ୍ଧବନିତାଙ୍କୁ ହତ୍ୟା କର। ଫଳରେ କଳାପାହାଡର ସୈନ୍ୟମାନଙ୍କ ରକ୍ତର ଧାର ସେଦିନ ଚିଲିକା ଜଳକୁ ରକ୍ତିମ କରିଦେଇଥିଲା। ପରେ କଳାପାହାଡ଼ ବିଗ୍ରହଙ୍କୁ ହାତୀ ପିଠିରେ ଲଦି ଗଙ୍ଗା କୂଳକୁ ନେଇ ପୋଡ଼ି ଦେବା ପାଇଁ ଆଦେଶ ଦେଇଥିଲା। ହାତୀପିଠିରେ ନେଲାବେଳେ ମହାପ୍ରଭୁଙ୍କ ବିଗ୍ରହ ଏଇଠି ଚିଲିକାର ଜଙ୍ଗଲ ଭିତରକୁ ପଶି ଆସିଥିବା ନାଳରେ ଖସି ପଡ଼ିଥିଲେ। ସେବେଠୁ ସେ ନାଳର ନାଁ ହେଇଗଲା ହାତୀନାଳ। ଯେଉଁଠି ପଡିଯାଇଥିଲେ ସେ ସ୍ଥାନ-ବ୍ରହ୍ମପଡା ଭାବେ ପ୍ରସିଦ୍ଧ ହୋଇଗଲା। ସେଇଠି ଗଢି ଉଠିଲା ବ୍ରହ୍ମପଡା ମଠ। ଯେଉଁଠି ପ୍ରଭୁ ପଡ଼ିଥିଲେ, ସେଇ ପବିତ୍ର ସ୍ଥାନରେ ଉଚ୍ଚା କରି ଚାଳିଆ ନିର୍ମାଣ କରିଥିଲେ ଭକ୍ତ। ତାହାଥିଲା ସ୍ମୃତିର ଧୁନି ମନ୍ଦିର। ସେଠାରେ ଯଜ୍ଞ କରାଯାଇଥିଲା। ସେବେଠାରୁ ମଠରେ ହେଉଥିବା ଯଜ୍ଞକୁଣ୍ଡରୁ ଧୁନି ଜଳୁଛି। ପ୍ରାୟ ୪୫୫ ବର୍ଷ ହେଲା ଧୁନି ଜଳି ଆସୁଛି। ମଠର ସାଧୁମାନେ ପାଳି କରି କେବଳ ଧୁନି ଜଗି ରହିବା ସହ ଅହରହ କୀର୍ତ୍ତନ ମଧ୍ୟ କରୁଛନ୍ତି। ତେବେ କିଛି ଦିନ ତଳେ ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି ଅଧ୍ୟାପକ କାଶୀନାଥ ନାୟକ, ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ର ଓ ସ୍ଥାନୀୟ ଯୋଗ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯାଇ ମଠର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ତେବେ ମଠ ପକ୍କାଘରରେ ପରିଣତ ହୋଇଛି। ପାଖରେ ହାତୀନାଳିଆକୁ ଆଡିବନ୍ଧ କରାଯାଇଛି। ମଠର ଦକ୍ଷିଣରେ ଜଙ୍ଗଲ ରହିଛି। ଗଜପତି ମଠ ନଁାରେ ଦଶ ଏକର ଜମି ଖଞ୍ଜି ଦେଇଛନ୍ତି। ତେବେ ମିଶ୍ରଙ୍କ କହିବା ଅନୁଯାୟୀ, କଳାପାହାଡ ମହାପ୍ରଭୁଙ୍କୁ ହାତୀରେ ବସାଇ ଗଙ୍ଗାନଦୀ ନେବା ବେଳେ ବୋଧହୁଏ ଜାତିର ନମସ୍ୟ ପୁରୁଷ ବିଶ୍ୱର ମହାନ୍ତି ମୁଦଙ୍ଗଟିଏ କାନ୍ଧରେ ପକାଇ ହାତୀ ପଛେ ପଛେ ଯାଇ ଗଙ୍ଗା କୂଳରେ ପହଞ୍ଚତ୍ଥିଲେ। ମା ଗଙ୍ଗାଙ୍କୁ ଦର୍ଶନ ଦେବା ପରେ ସେଇ ଅକୁହା ପଦାର୍ଥକୁ ବିଗ୍ରହରୁ କାଢି ମୃଦଙ୍ଗେ ପୂରାଇ ପହଞ୍ଚତ୍ଥିଲେ କୁଜଙ୍ଗର ମହାବୀର ଆଶ୍ରମରେ। ତେବେ ଯେଉଁ ବିଶୋର ମହାନ୍ତି କୋଟି ଓଡ଼ିଆର ମହୁଡ ମଣିଙ୍କୁ କଳାପାହାଡ କବଳରୁ ଆଣିଥିଲେ, ସେହି ମହାପୁରୁଷଙ୍କ ଏକ ପ୍ରତିମୂର୍ତ୍ତି ଭୁବନେଶ୍ୱରଠାରେ ସ୍ଥାପନ ହେବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?