ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ନେଇଗଲେ

ପୁରୀ ଅଫିସ,୨୯ା୧୧: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ବୀର ବେଶରେ ମହାପ୍ରଭୁଙ୍କ ଶ୍ରୀମସ୍ତକର ଉପରି ଭାଗରେ ଶୋଭାବର୍ଦ୍ଧନ କରିଥାଏ ଏହି ଚନ୍ଦ୍ର, ସୂର୍ଯ୍ୟ। ତେବେ ଏହାକୁ ଶନିବାର ସକାଳେ ଶ୍ରୀମନ୍ଦିରର ଜଣେ କର୍ମଚାରୀ ଜଣେ ବରିଷ୍ଠ ସେବାୟତଙ୍କ ଘରେ ନେଇ ଦେଇଥିବା ଜଣାପଡ଼ିଛି। ଏହା ପ୍ରଚାର ହେବା ପରେ ଏହାର ତଦନ୍ତ ଦାୟିତ୍ୱରେ ଥିବା ନୀତି ପ୍ରଶାସକ ଖୋଳତାଡ଼ ଆରମ୍ଭ କରିଛନ୍ତି।

ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ୧୬ଟି ଆୟୁଧ ସହ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ବିଶ୍ୱନିୟନ୍ତା। ବେଶ ଓଲାଗି ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ରଖିଥିଲା। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବେଶକୁ ଭକ୍ତଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହାକୁ ସଂଗ୍ରହାଳୟରେ ରଖାଯିବ ଏବଂ ଭକ୍ତମାନେ ଏହାକୁ ଦେଖିପାରିବେ ବୋଲି କୁହାଯାଇଥିଲା। ମାତ୍ର ଶନିବାର ସକାଳେ ଶ୍ରୀନ୍ଦିରର ଜଣେ କର୍ମଚାରୀ ବେଶର ଅଂଶ ଚନ୍ଦ୍ର, ସୂର୍ଯ୍ୟକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା। ସିଂହଦ୍ୱାର ନିକଟରେ ତାଙ୍କୁ ଦେଖିବା ପରେ ଗଣମାଧ୍ୟମ ପ୍ରତିନିଧି ଘେରିଯାଇ ଏହାକୁ କେଉଁଠୁ ଆଣିଲେ, କିଏ ଦେଲା, କୁଆଡେ ନେଇଯାଉଛନ୍ତି ଏମିତି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀମନ୍ଦିର ଗାରଦରୁ ଜଣେ କର୍ମଚାରୀଙ୍କ କହିବା ମୁତାବକ, ସେ ଏହାକୁ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନେଇଯାଉଥିଲେ। ତେବେ ଗାରଦରେ ଥିବା ବେଶର ଏହି ଆକର୍ଷଣୀୟ ଅଂଶ ଚନ୍ଦ୍ରସୂର୍ଯ୍ୟ କିପରି ବାହାରକୁ ଆସିଲା ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ବେଶର ସ୍ବତ୍ତ୍ବାଧିକାରୀ ଚକ୍ରକୋଟ ବଳରାମ ଖୁଣ୍ଟିଆ ବେଶର କୌଣସି ଅଂଶ ନେଇନାହାନ୍ତି। ଭକ୍ତଙ୍କ ଦର୍ଶନ ପାଇଁ ସଂରକ୍ଷିତ ହୋଇ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ବେଶର ଅଂଶ ବାହାରକୁ ଆସିବା ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ପଦାରେ ପକାଇଛି। ତେବେ ଏହି ବେଶ ଅଂଶକୁ ନିଆଯିବା ଠିକ୍‌ ନୁହେଁ ବୋଲି ଅନ୍ୟ ସେବାୟତମାନେ କହିଛନ୍ତି।

ଅନ୍ୟପକ୍ଷେ ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ମନ୍ଦିର ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ଚନ୍ଦ୍ର, ସୂର୍ଯ୍ୟ ନାଗାର୍ଜୁନ ବେଶରେ ଲଗାଯାଇଥିଲା ନା ନାହିଁ, ଯଦି ଲଗାଯାଇଥିଲା ବେଶ ଓଲାଗି ପରେ ଏହାକୁ କାଢି କେଉଁଠି ରଖାଯାଇଥିଲା ଏବଂ କିଭଳି ଏହା ବାହାରକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଏହାର ତଦନ୍ତ କରାଯିବ। ଏଥିପାଇଁ ଯଦି କେହି ଦାୟୀ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ମୁଖ୍ୟତଃ ତିନୋଟି ଜିନିଷ ଉପରେ ଅର୍ଥାତ୍‌ ବେଶର କ’ଣ ଆସିଥିଲା, କ’ଣ ଗ୍ରହଣ କରିଥିଲୁ ଏବଂ ବେଶ ପରେ କ’ଣ ଆମ ପାଖରେ ଥିଲା ତାହା ମିଳାଇବା ପାଇଁ କମାଣ୍ଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୀତି ପ୍ରଶାସକଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri