ଓଟିଏମ୍‌ ବଞ୍ଚାଓ ଶ୍ରମିକ ଆନ୍ଦୋଳନକୁ ୧୫ବର୍ଷ

ଚୌଦ୍ୱାର,୨।୯(ଡି.ଏନ୍‌.ଏ.): ୨୦୦୧ରୁ ବନ୍ଦ ହୋଇଯାଇଥିବା ସର୍ବବୃହତ୍‌ କମ୍ପୋଜିଟ ଲୁଗାକଳ ଓଡ଼ିଶା ଟେକ୍ସଟାଇଲ ମିଲ୍‌ (ଓଟିଏମ୍‌)ର ଶ୍ରମିକମାନେ ଚଳାଇଥିବା ଆନ୍ଦୋଳନ ୧୫ବର୍ଷ ପୂରଣ କରି ମଙ୍ଗଳବାରଠାରୁ ୧୬ବର୍ଷରେ ପଦାର୍ପଣ କରିଛି। ମିଲ୍‌ ବନ୍ଦ ହେବା ପରେ ଏଥିରେ କାର୍ଯ୍ୟରତ ୨୨୦୦ରୁ ଊର୍ଦ୍ଧ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଓ ଓଟିଏମ୍‌ର ପୁନରୁଦ୍ଧାର ଦାବିରେ ୨୦୦୫ରୁ ମିଲ୍‌ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଓଟିଏମ୍‌ ବଞ୍ଚାଅ ସଂଗଠନ ଓ ବିରାଟ ଜନ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି ଆନ୍ଦୋଳନର ୧୫ବର୍ଷ ପୂର୍ତ୍ତିରେ ମିଲ୍‌ ମୁଖ୍ୟ ଫାଟକ ସମ୍ମୁଖରେ ମଙ୍ଗଳବାର ଏକ ସାଧାରଣ ସଭା କରାଯାଇଥିଲା। ପ୍ରଥମେ ଆନ୍ଦୋଳନରତ ଶ୍ରମିକ ଓ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଯାଇ ଓଟିଏମ୍‌ ବଜାରସ୍ଥିତ ଓଟିଏମ୍‌ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଓଟିଏମ୍‌ ଗେଟ ସମ୍ମୁଖରେ ଶ୍ରମିକ ଆନ୍ଦୋଳନର ପ୍ରତୀକ ଲାଲଝଣ୍ଡା ଉତ୍ତୋଳନ କରିଥିଲେ। ଏହି ସଭାରେ ଶ୍ରମିକ ନେତା ଦୀପକ କୁମାର ବାରିକ୍‌, ବିଭୁ ପ୍ରସାଦ ରଥ, ଦୁଲାଳସେନ୍‌ ସ୍ବାଇଁ, ନବ କିଶୋର ଭୂୟଁା ପ୍ରମୁଖ ଉଦ୍‌ବୋଧନ ଦେଇ ମିଲ୍‌ ବନ୍ଦ ହେବାଠାରୁ ଏଯାବତ୍‌ ବକେୟା ପ୍ରାପ୍ୟ ପାଇ ନ ଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ଦୁଃଖ କେହି ବୁଝୁ ନ ଥିବା ଅଭିଯୋଗ କରିଥିଲେ। ବକେୟା ପ୍ରାପ୍ୟକୁ ଚାହିଁଚାହିଁ ଏଯାବତ୍‌ ୬୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଓ ୨୮ଜଣ ଆମତ୍ହତ୍ୟା କରିଥିବା ସୂଚନା ଦେଇଥିଲେ। ତେଣୁ ସରକାର ଶ୍ରମିକମାନଙ୍କ ଅବସ୍ଥାକୁ ବିଚାର କରି ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ ସହ ଓଟିଏମ୍‌ ଭିତ୍ତିଭୂମି ଉପରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା କରି ବିଜୁ ବାବୁଙ୍କ ଶିଳ୍ପାୟନର ସ୍ବପ୍ନକୁ ପୁନର୍ଜିବିତ କରି ରଖିବାକୁ ନିବେଦନ କରିଥିଲେ। ଏଥିରେ ବିଜୟ ସାହୁ, କୃଷ୍ଣଚନ୍ଦ୍ର ପରିଡ଼ା, ସୁବାସ ନାୟକ, ଜୟରାମ ଷଡ଼ଙ୍ଗୀ, କାଳନ୍ଦୀ ବେହେରା, ରବି ସ୍ବାଇଁ ଓ ସରୋଜ ନାୟକଙ୍କ ସମେତ ବହୁ ଶ୍ରମିକ କରୋନା ନୀତି ନିୟମକୁ ମାନି ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri