ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ

ସ୍ବାବଲମ୍ବୀ ହେବାକୁ ତାଙ୍କ ଭିତରେ ଥିଲା ଆତ୍ମବିଶ୍ୱାସ। ତେଣୁ ଘର କଣରେ ବସି ନ ରହି ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଅଣ୍ଟା ଭିଡ଼ିଲେ। ଆଉ ନିଜ ସହ ୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ସେ ହେଉଛନ୍ତି ଗୋପ ବ୍ଲକ ଅଧୀନ ଗଣେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ମିନାକ୍ଷୀ ପୁଷ୍ଟି । ୨୦୦୧ ମସିହାରେ ମିନାକ୍ଷୀ ମାତ୍ର କେତେ ଜଣ ମହିଳାଙ୍କୁ ନେଇ ମା’ ଭଗବତୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ପରେ ଧାରକରଜ କରି ଗୋଟିଏ ସିଲେଇ ମେଶିନ ଆଣି ଅଳ୍ପ କିଛି କାମ ଆରମ୍ଭ କରିଥିଲେ। ପ୍ରଥମେ ରୋଜଗାର ହୋଇଥିବା ଅଳ୍ପ କେଇ ଟଙ୍କା ତାଙ୍କୁ ଆଗକୁ ବଢ଼ିବାର ଉତ୍କଣ୍ଠା ବଢ଼ାଇଲା। ସେବେଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଦୀର୍ଘ ୨୦ବର୍ଷ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ସେ ଆଜି ଆଉ କେବଳ ନିଜ ଗାଁରେ ସୀମିତ ହୋଇ ରହି ନାହାନ୍ତି ବରଂ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ଟ୍ରେନିଂ ଦେଉଛନ୍ତି ଏବଂ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇପାରିଛନ୍ତି । ୨୦୦୧ ମସିହାରେ ମାତ୍ର ଗୋଟିଏ ସିଲେଇ ମେଶିନରୁ ନିଜର ଯାତ୍ରା ଆରମ୍ଭ କରିଥିବା ମିନାକ୍ଷୀ ବର୍ତ୍ତମାନ ୧୦୦ରୁ ଅଧିକ ସିଲେଇ ମେଶିନ କିଣି ଶତାଧିକ ମହିଳାଙ୍କୁ କାମ ଶିଖାଇ ପାରୁଛନ୍ତି । ଏହି ମହିଳାମାନେ ପ୍ରତ୍ୟେକ ଦିନ ୩ ଶହ ଟଙ୍କାରୁ ୪ ଶହ ଟଙ୍କା ରୋଜଗାର କରିପାରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେ ଗୋପ ବ୍ଲକ ଅଧୀନରେ ପ୍ରାୟ ୪ ହଜାରରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସୃଷ୍ଟି କରିପାରିଥିବା ବେଳେ ୫ ହଜାରରୁ ଅଧିକ ମହିଳା ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି। ସେ ଗୋପ ବ୍ଲକ୍‌ ଏବଂ ପୁରୀ ଜିଲା ମହିଳା ମହାସଂଘର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ସେତିକିରେ ଅଟକି ଯାଇ ନାହାନ୍ତି ମିନାକ୍ଷୀ। ପ୍ରଥମ କରି ରାଜ୍ୟ ସରକାରଙ୍କ ଦ୍ୱାରା ସେ ୨୦୧୨ ମସିହାରେ ଇଉରୋପ, ବେଲଜିଅମ ଦେଶ ସହିତ ଆଉ କେତେକ ଦେଶକୁ ଯାଇଥିବା ବେଳେ ୨୦୧୬ ମସିହାରେ ବ୍ୟାଙ୍ଗକକ୍‌, ପଟାୟା, ଇନ୍ଦୋର ଆଦି ଯାତ୍ରା କରିଥିବା ବେଳେ ୨୦୧୯ରେ ମଧ୍ୟ ଥାଇଲାଣ୍ଡ ସହିତ ଆଉ କେତେକ ଦେଶକୁ ଯାଇ ସେଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ସହଯୋଗ କରିପାରିଛନ୍ତି। ଆଉ ଏଥିପାଇଁ ଜିଲା, ରାଜ୍ୟ ଓ ବିଦେଶରେ ମଧ୍ୟ ଅନେକ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ସେ କୁହନ୍ତି, ‘ଆଜିକାଲି ସମାଜରେ ମହିଳାମାନେ ନିହାତି ସ୍ବାବଲମ୍ବୀ ହେବା ଦରକାର। କାହିଁକି ନା ସେମାନେ ଆତ୍ମନିର୍ଭରଶୀଳ ହେଲେ ପରିବାର ଉପରେ ବୋଝ ହୋଇ ରହିବେ ନାହିଁ। ମୁଁ ଯେତେବେଳେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଚିନ୍ତା କରିଥିଲି ସେ ସମୟରେ ସେମାନେ ଘରୁ ବାହାରକୁ ଆସି ପାରୁ ନ ଥିଲେ, ହେଲେ ଏବେ ତ ମହିଳାମାନଙ୍କୁ ପ୍ରତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି। ତେଣୁ ଆଗକୁ ଅଧିକରୁ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ ଜାରି ରଖିଥିବା ମିନାକ୍ଷୀ ନିଜ ସଫଳତା ପଛରେ ସ୍ବାମୀ ନିବାସ କୁମାର ପୃଷ୍ଟି ଏବଂ ପୁଅବୋହୁଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ପ୍ରକାଶ କରନ୍ତି।
– ଭାରତୀ ଭୂଷଣ ଉପାଧ୍ୟାୟ


Enter your email to get our daily news in your inbox.

All Right Reserved By Dharitri.Com

ଗୁଆ ଶରୀର ପାଇଁ କ୍ଷତିକାରକ

ଜର୍ନାଲ ଅଫ୍‌ ଦ ଆମେରିକାନ୍‌ ଡେଣ୍ଟାଲ ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁଆ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ମୁଖ ଗହ୍ବର କର୍କଟ ରୋଗ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ...

ମିନି ପ୍ରିଣ୍ଟର

ଏଣିକି ଆପଣ ଯୁଆଡ଼େ ଗଲେ ସାଙ୍ଗରେ ପ୍ରିଣ୍ଟର ନେଇ ଯାଇପାରିବେ। କାରଣ କୌଣସି ଜିନିଷର ପ୍ରିଣ୍ଟ ବାହାର କରିବାକୁ ଆମକୁ ଜେରକ୍ସ କିମ୍ବା ପ୍ରିଣ୍ଟର ଥିବା...

ବର୍ଷାଦିନେ ଅଏଲି ତ୍ୱଚାର ଯତ୍ନ

ଅଏଲି ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ...

ବଜାରକୁ ଆସିବ ପିନ୍ଧି ହେଉଥିବା ଡାଏଲିସିସ୍‌ ମେସିନ୍‌…

କିଡ୍‌ନୀ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଗବେଷକମାନେ ଏକ ପ୍ରକାର ନୂଆ ଡାଏଲିସିସ୍‌ ମେସିନ୍‌ ତିଆରି କରିବାକୁ ଯାଉଛନ୍ତି। ଏହାକୁ ସହଜରେ...

ଏସବୁ ଦହି ସହିତ ମନା..

ଦହି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର। ତେବେ ଏହା ସହିତ କେତେକ ଖାଦ୍ୟ ଏକାଠି ନ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ଦହି ସହିତ ଖଟା...

ତରଭୁଜର ଉପକାରିତା

ତରଭୁଜ ଏମିତି ଏକ ଫଳ, ଯେଉଁଥିରେ ଲାଇକୋପିନ୍‌ର ମାତ୍ରା ପ୍ରଚୁର ଥିବା ଯୋଗୁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ସେହିପରି ଏଥିରେ...

ଭୁଲରେ ବି ଭାଇଙ୍କୁ ବାନ୍ଧନ୍ତୁ ନାହିଁ ଏଭଳି ରାକ୍ଷୀ, ହୋଇଥାଏ ଅଶୁଭ

ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ଏହି ସ୍ବତନ୍ତ୍ର ଦିନକୁ ଅଧିକ ଖାସ କରିବା ପାଇଁ ବଜାରରେ ଭଳିକି ଭଳି ରାକ୍ଷୀ ଉପଲବ୍ଧ ହୋଇଥାଏ। ହେଲେ ଦେଖିବାକୁ ସୁନ୍ଦର...

ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ...

Advertisement
Archives

Model This Week