ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ

ସ୍ବାବଲମ୍ବୀ ହେବାକୁ ତାଙ୍କ ଭିତରେ ଥିଲା ଆତ୍ମବିଶ୍ୱାସ। ତେଣୁ ଘର କଣରେ ବସି ନ ରହି ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଅଣ୍ଟା ଭିଡ଼ିଲେ। ଆଉ ନିଜ ସହ ୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ସେ ହେଉଛନ୍ତି ଗୋପ ବ୍ଲକ ଅଧୀନ ଗଣେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ମିନାକ୍ଷୀ ପୁଷ୍ଟି । ୨୦୦୧ ମସିହାରେ ମିନାକ୍ଷୀ ମାତ୍ର କେତେ ଜଣ ମହିଳାଙ୍କୁ ନେଇ ମା’ ଭଗବତୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ପରେ ଧାରକରଜ କରି ଗୋଟିଏ ସିଲେଇ ମେଶିନ ଆଣି ଅଳ୍ପ କିଛି କାମ ଆରମ୍ଭ କରିଥିଲେ। ପ୍ରଥମେ ରୋଜଗାର ହୋଇଥିବା ଅଳ୍ପ କେଇ ଟଙ୍କା ତାଙ୍କୁ ଆଗକୁ ବଢ଼ିବାର ଉତ୍କଣ୍ଠା ବଢ଼ାଇଲା। ସେବେଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଦୀର୍ଘ ୨୦ବର୍ଷ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ସେ ଆଜି ଆଉ କେବଳ ନିଜ ଗାଁରେ ସୀମିତ ହୋଇ ରହି ନାହାନ୍ତି ବରଂ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ଟ୍ରେନିଂ ଦେଉଛନ୍ତି ଏବଂ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇପାରିଛନ୍ତି । ୨୦୦୧ ମସିହାରେ ମାତ୍ର ଗୋଟିଏ ସିଲେଇ ମେଶିନରୁ ନିଜର ଯାତ୍ରା ଆରମ୍ଭ କରିଥିବା ମିନାକ୍ଷୀ ବର୍ତ୍ତମାନ ୧୦୦ରୁ ଅଧିକ ସିଲେଇ ମେଶିନ କିଣି ଶତାଧିକ ମହିଳାଙ୍କୁ କାମ ଶିଖାଇ ପାରୁଛନ୍ତି । ଏହି ମହିଳାମାନେ ପ୍ରତ୍ୟେକ ଦିନ ୩ ଶହ ଟଙ୍କାରୁ ୪ ଶହ ଟଙ୍କା ରୋଜଗାର କରିପାରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେ ଗୋପ ବ୍ଲକ ଅଧୀନରେ ପ୍ରାୟ ୪ ହଜାରରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସୃଷ୍ଟି କରିପାରିଥିବା ବେଳେ ୫ ହଜାରରୁ ଅଧିକ ମହିଳା ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି। ସେ ଗୋପ ବ୍ଲକ୍‌ ଏବଂ ପୁରୀ ଜିଲା ମହିଳା ମହାସଂଘର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ସେତିକିରେ ଅଟକି ଯାଇ ନାହାନ୍ତି ମିନାକ୍ଷୀ। ପ୍ରଥମ କରି ରାଜ୍ୟ ସରକାରଙ୍କ ଦ୍ୱାରା ସେ ୨୦୧୨ ମସିହାରେ ଇଉରୋପ, ବେଲଜିଅମ ଦେଶ ସହିତ ଆଉ କେତେକ ଦେଶକୁ ଯାଇଥିବା ବେଳେ ୨୦୧୬ ମସିହାରେ ବ୍ୟାଙ୍ଗକକ୍‌, ପଟାୟା, ଇନ୍ଦୋର ଆଦି ଯାତ୍ରା କରିଥିବା ବେଳେ ୨୦୧୯ରେ ମଧ୍ୟ ଥାଇଲାଣ୍ଡ ସହିତ ଆଉ କେତେକ ଦେଶକୁ ଯାଇ ସେଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ସହଯୋଗ କରିପାରିଛନ୍ତି। ଆଉ ଏଥିପାଇଁ ଜିଲା, ରାଜ୍ୟ ଓ ବିଦେଶରେ ମଧ୍ୟ ଅନେକ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ସେ କୁହନ୍ତି, ‘ଆଜିକାଲି ସମାଜରେ ମହିଳାମାନେ ନିହାତି ସ୍ବାବଲମ୍ବୀ ହେବା ଦରକାର। କାହିଁକି ନା ସେମାନେ ଆତ୍ମନିର୍ଭରଶୀଳ ହେଲେ ପରିବାର ଉପରେ ବୋଝ ହୋଇ ରହିବେ ନାହିଁ। ମୁଁ ଯେତେବେଳେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଚିନ୍ତା କରିଥିଲି ସେ ସମୟରେ ସେମାନେ ଘରୁ ବାହାରକୁ ଆସି ପାରୁ ନ ଥିଲେ, ହେଲେ ଏବେ ତ ମହିଳାମାନଙ୍କୁ ପ୍ରତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି। ତେଣୁ ଆଗକୁ ଅଧିକରୁ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ ଜାରି ରଖିଥିବା ମିନାକ୍ଷୀ ନିଜ ସଫଳତା ପଛରେ ସ୍ବାମୀ ନିବାସ କୁମାର ପୃଷ୍ଟି ଏବଂ ପୁଅବୋହୁଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ପ୍ରକାଶ କରନ୍ତି।
– ଭାରତୀ ଭୂଷଣ ଉପାଧ୍ୟାୟ


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?