Posted inଜାତୀୟ

ଇସ୍ରୋର ସୌର ମିଶନ: ସୂର୍ଯ୍ୟପରାଗ ହେଲେ ବି ଅଧ୍ୟୟନ ଜାରି ରଖିବ ଆଦିତ୍ୟ ଏଲ-୧

  • ବେଙ୍ଗାଲୁରୁ,୧।୯: ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଶନିବାର ୧୧ଟା୫୦ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରିବ। ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୫କୋଟି କିଲୋମିଟର। ମିଶନ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ। ଏହା ଲାଗ୍ରେଞ୍ଜ ପଏଣ୍ଟରେ ରହି ୫ବର୍ଷ ଯାଏଁ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ।

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ଚନ୍ଦ୍ରଠାରୁ ଚାରି ଗୁଣ ଅଧିକ। ସୂର୍ଯ୍ୟର ଆକାର ପୃଥିବୀ ଠାରୁ କେଇ ଲକ୍ଷ ଗୁଣ ବଡ଼। ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟର ବ୍ୟାସ ପୃଥିବୀ ତୁଳନାରେ ପ୍ରାୟ ୧୦୯ଗୁଣ ଅଧିକ। ଯଦି ସରଳ ଶବ୍ଦରେ ବୁଝାଯାଏ ତେବେ ୧୩ ଲକ୍ଷରୁ ଅଧିକ ପୃଥିବୀ ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇଯାଇପାରେ।

ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୧ ସମୁଦାୟ ୭ଟି ପେଲୋଡ ବହନ କରିବ, ଯାହା ସୂର୍ଯ୍ୟର ଫଟୋଗ୍ରାଫି, କ୍ରୋମୋସଫର ଏବଂ ବାହ୍ୟ ସ୍ତର (କରୋନା) ବିଷୟରେ ଅଧ୍ୟୟନ କରିବ। ଆଦିତ୍ୟକୁ ସୂର୍ଯ୍ୟର ଲାଗ୍ରେଞ୍ଜ ପଏଣ୍ଟ ଚାରିପାଖ ହାଲୋ କକ୍ଷପଥରେ ଅବସ୍ଥାପିତ କରାଯିବ। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ଏପରି ଏକ ସ୍ଥାନ ଯେଉଁଠି ଏକ ଛୋଟ ପିଣ୍ଡ ମଧ୍ୟ ସ୍ଥାଣୁ ଭାବେ ରହିଯାଏ। ଏଠାରେ ଆଦିତ୍ୟ ଏଲ୧କୁ ରଖିବା ଦ୍ୱାରା ଇନ୍ଧନ ମଧ୍ୟ କମ ଖର୍ଚ୍ଚ ହେବ।

ଇସ୍ରୋ ଅନୁଯାୟୀ, ଆଦିତ୍ୟ ଏଲ-୧କୁ ଲାଗ୍ରେଞ୍ଜ ପଏଣ୍ଟ କକ୍ଷପଥରେ ରଖିବା ଦ୍ୱାରା ଏଠାରେ କିଛି ବାଧା ଉପୁଜିବି ନାହିଁ। ଏପରିକି ସୂର୍ଯ୍ୟ ଗ୍ରହଣ ହେଲେ ମଧ୍ୟ ଗବେଷଣାରେ ପ୍ରଭାବ ପଡିବ ନାହିଁ।

ମହାକାଶରେ ୫ଟି ଲାଗ୍ରେଞ୍ଜ ପଏଣ୍ଟ ଅଛି ଅର୍ଥାତ୍‌ ଦୁଇଟି ଗ୍ରହ ବା ପିଣ୍ଡ ମଧ୍ୟରେ ଦୂରତା। ଏଥିମଧ୍ୟରେ ଏଲ୧,୨,୩,୪,୫ ଅନ୍ତର୍ଭୁକ୍ତ। ଲାଗ୍ରେଞ୍ଜ ପଏଣ୍ଟ ଏଲ ୧ ସୂର୍ଯ୍ୟ ଏବଂ ପୃଥିବୀ ରେଖା ମଧ୍ୟରେ ଅବସ୍ଥିତ। ଭାରତର ସୌର ମିଶନ ଏହି ସ୍ଥାନରେ ଅବସ୍ଥାପିତ ହେବ। ଇସ୍ରୋ ଅନୁଯାୟୀ, ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ଯେତିକି ଏଲ୧ ପଏଣ୍ଟ ଠାରୁ ସୂର୍ଯ୍ୟର ଦୂରତା ମାତ୍ର ୧ଶତକଡା ରହିବ। ପୃଥିବୀ ଓ ଏଲ-୧ ମଧ୍ୟରେ ଦୂରତା ୧.୫ ନିୟୁତ କିଲୋମିଟର ହୋଇଥିବାବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫୦.୯୯ ନିୟୁତ କିଲୋମିଟର। ଏହାର ଅର୍ଥ ସୂର୍ଯ୍ୟଙ୍କ ନିକଟତର ହୋଇଥିଲେ ମଧ୍ୟ ଆଦିତ୍ୟ ଏଲ-୧ ବହୁତ ଦୂରରେ ରହିବ।

ଆଦିତ୍ୟ ଏଲ-୧ ମାଧ୍ୟମରେ, ଆମେ ଅନ୍ୟ ଗାଲାକ୍ସିର ତାରକାମାନଙ୍କ ବିଷୟରେ ଅଧିକ ତଥ୍ୟ ଜାଣିହେବ। ଏଥିସହ ଅନ୍ୟ ଗ୍ରହମାନଙ୍କର ପାଣିପାଗ ବିଷୟରେ ମଧ୍ୟ ସୂଚନା ମିଳିବ। ଏହି ମିଶନ ମାଧ୍ୟମରେ ପ୍ରାପ୍ତ ସୂଚନା ଦ୍ୱାରା ଭବିଷ୍ୟତ ମିଶନ ହେବାକୁ ଥିବା ଶୁକ୍ରାୟନ ଓ ମଙ୍ଗଳ ମିଶନ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ।

ଭାରତ ପୂର୍ବରୁ ଆମେରିକାର ସ୍ପେସ ଏଜେନ୍ସି ନାସା (ନାସା), ୟୁରୋପର ସ୍ପେସ ଏଜେନ୍ସି ଏବଂ ଜର୍ମାନୀ ପୃଥକ ଭାବରେ ଏବଂ ମିଳିତ ଭାବରେ ସୂର୍ଯ୍ୟ ଅଧ୍ୟୟନ ପାଇଁ ମିଶନ ପଠାଇଛନ୍ତି। ନାସାର ୩ ଟି ମିଶନ ସୋହା (ସୋଲାର ଏବଂ ହେଲିଓସ୍ପେରିକ ଅବଜରଭେଟୋରୀ), ପାର୍କର ସୋଲାର ପ୍ରୋବ ଏବଂ ଆଇରିସ (ଇଣ୍ଟରଫେସ ରିଜିଅନ ଇମେଜିଙ୍ଗ ସ୍ପେକ୍ଟ୍ରୋଗ୍ରାଫ) ବହୁତ ଲୋକପ୍ରିୟ। ନାସାରଏହି ୩ଟି ମିଶନ ମଧ୍ୟରୁ ପାର୍କର ସୋଲାର ପ୍ରୋବ ମିଶନ ସୂର୍ଯ୍ୟର ସବୁଠାରୁ ନିକଟକୁ ପହଞ୍ଚି ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?