୨୦୨୪ରେ ଇସ୍ରୋ-ନାସାର ମିଳିତ ସ୍ପେସ୍‌ ମିଶନ

ଆମେରିକାର ମହାକାଶ ସଂସ୍ଥା ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ) ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ମହାକାଶକୁ ମାନବ ପ୍ରେରଣ ଲାଗି ଏକ ରଣନୀତିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି। ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଷ୍ଟେଟ୍‌ ଭିଜିଟ୍‌ ଅବସରରେ ଗୁରୁବାର ଭାରତ ଆର୍ଟେମିସ୍‌ ଆକର୍ଡସ୍‌ରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛି। ୨୦୨୪ରେ ନାସା ଏବଂ ଇସ୍ରୋ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଏକ ମିଳିତ ମିଶନ କରିବା ଲାଗି ସହମତ ହୋଇଛନ୍ତି। ଆର୍ଟେମିସ୍‌ ଆକର୍ଡସ୍‌ରେ ଭାରତ ସ୍ବାକ୍ଷର କରିଥିବା ଆମେ ଘୋଷଣା କରିପାରିବା ବୋଲି ନାସାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି। ସମସ୍ତ ମାନବଜାତିର ଲାଭ ପାଇଁ ମହାକାଶ ଆବିଷ୍କାର ଲାଗି ଦୁଇ ଦେଶର ମିଳିତ ଦୂରଦୃଷ୍ଟି ରହିଥିବା ସେ କହିଛନ୍ତି। ୧୯୬୭ର ଆଉଟର ସ୍ପେସ୍‌ ଟ୍ରିଟି (ଓଏସ୍‌ଟି) ଆଧାରରେ ଆର୍ଟେମିସ୍‌ ଆକର୍ଡସ ନିୟମାବଳୀ ପ୍ରସ୍ତୁତ କରାଯାଇଛି ଯାହା ବେସାମରିକ ମହାକାଶ ଆବିଷ୍କାରକୁ ମାର୍ଗଦର୍ଶନ ଦେଇଥାଏ। ଏକବିଂଶ ଶତାବ୍ଦୀରେ ଏହାର ବ୍ୟବହାର ହେଉଛି। ୨୦୨୫ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଲୋକଙ୍କୁ ପହଞ୍ଚାଇବା ଲାଗି ଆମେରିକା ନେତୃତ୍ୱରେ ଏହି ଉଦ୍ୟମ ଜାରି ରହିଛି। ଏଥିସହିତ ମଙ୍ଗଳ ଓ ଅନ୍ୟ ଗ୍ରହକୁ ମହାକାଶ ଆବିଷ୍କାରରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଷ୍ଟେଟ୍‌ ଭିଜିଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମ୍ମାନ ଆମେରିକା କେବଳ ଏହାର ଘନିଷ୍ଠ ବନ୍ଧୁ ରାଷ୍ଟ୍ରକୁ ଦେଇଥାଏ। ଏହି ଆମନ୍ତ୍ରଣ ଦୁଇଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବାର ସଙ୍କେତ ଦେଉଛି। ମୋଦିଙ୍କ ଗସ୍ତ ଅବସରରେ ପ୍ରତିରକ୍ଷା ସହଯୋଗ ସ୍ବରୂପ ଭାରତରେ ଯୁଦ୍ଧବିମାନ ଇଞ୍ଜିନ ନିର୍ମାଣ ଲାଗି ଜିଇ ଏରୋସ୍ପେସ୍‌ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଦୁଇ ଦେଶ ଏଚ୍‌-୧ବି ଭିଜା ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ନୂଆ ବାଣିଜି୍ୟକ ଦୂତାବାସ ଖୋଲିବା ନେଇ ଘୋଷଣା କରିବାକୁ ଯାଉଛନ୍ତି। କୂଟନୈତିକ ସମ୍ପର୍କ ବୃଦ୍ଧି ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଭାରତର ଆମେରିକାରେ ୫ଟି କନ୍‌ସୁଲେଟ ଥିବାବେଳେ ସିଟଲ୍‌ରେ ଆଉ ଏକ କନ୍‌ସୁଲେଟ୍‌ ଖୋଲିବାକୁ ଯାଉଛି। ସେହିପରି ଆମେରିକା ବେଙ୍ଗାଲୁରୁ ଏବଂ ଅହମଦାବାଦରେ ନୂଆ ବାଣିଜି୍ୟକ ଦୂତାବାସ ଖୋଲିବ। ନୂଆ ଭିଜା ନିୟମ ଦ୍ୱାରା ଭାରତୀୟମାନଙ୍କୁ ଆମେରିକାରେ ରହିବା ଓ କାମ କରିବାରେ ସହଜ ହେବ। ସେହିପରି ମୋଦିଙ୍କ ଆମନ୍ତ୍ରଣକ୍ରମେ ମାଇକ୍ରନ୍‌ ଟେକ୍‌ନୋଲୋଜି ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri