ଇରାନ କବ୍‌ଜାରେ ଇସ୍ରାଏଲ ଜାହାଜ: ଏଥିରେ ଅଛନ୍ତି ୧୭ ଭାରତୀୟ, ବଢୁଛି ଚିନ୍ତା

ଜେରୁଜେଲମ୍‌,୧୩ା୪: ଶନିବାର ଇରାନର ସମୁଦ୍ର ତଟରକ୍ଷୀ ହର୍ମୁଜ୍‌ ଷ୍ଟ୍ରେଟ୍‌ରେ ଇସ୍ରାଏଲ ସହ ଜଡ଼ିତ ଏକ ମାଲ୍‌ ପରିବହନ ଜାହାଜ ଜବତ କରିଛନ୍ତି। ଏହି ଜାହାଜରେ ୧୭ ଜଣ ଭାରତୀୟ ମଧ୍ୟ ଅଛନ୍ତି, ଯାହା ପରେ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ଚିନ୍ତା ବଢ଼ିଛି।

ଇରାନ କହିଛି, ଏହି କାର୍ଯ୍ୟ ଯୋଗୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ପରିବହନ ମାର୍ଗ ବନ୍ଦ କରିପାରେ। ଇରାନ ମଧ୍ୟ ସିରିଆ କନ୍‌ସୁଲେଟ ଉପରେ ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି।

ଏଥି ସହିତ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଭାରତ ଇସ୍ରାଏଲ କଣ୍ଟେନର ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ନିରାପଦ ମୁକ୍ତି ପାଇଁ ଇରାନ ସହ ଯୋଗାଯୋଗ କରିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ନାଗରିକଙ୍କ ନିରାପଦ ତଥା ଶୀଘ୍ର ମୁକ୍ତ ହେବା ନିଶ୍ଚିତ କରିବାକୁ ଭାରତ ଉଭୟ ତେହେରାନ ଏବଂ ଦିଲ୍ଲୀର କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଇରାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।

ବାସ୍ତବରେ ଇରାନର ଏହି କାର୍ଯ୍ୟ ୧୨ ଦିନ ପୂର୍ବରୁ ସିରିଆରେ ଥିବା ଇରାନ କନସୁଲେଟ୍‌ ଉପରେ ହୋଇଥିବା ଆକ୍ରମଣର ଜବାବରେ ତେହେରାନ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଭାରତର ଏକ ସରକାରୀ ସୂତ୍ର କହିଛନ୍ତି, ‘ଆମେ ଜାଣୁ ଯେ ମାଲ୍‌ ପରିବହନ ଜାହାଜ ‘MSC Aries’ ଇରାନ କବଳରେ ରହିଛି। ଆମେ ଜାଣିବାକୁ ପାଇଲୁ ଯେ ଜାହାଜରେ ୧୭ ଜଣ ଭାରତୀୟ ନାଗରିକ ରହିଛନ୍ତି।”


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପ୍ଲାଣ୍ଟରେ ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ, ଟାରିଫ୍ ପ୍ରଭାବିତ ଚାଇନାଠୁ ଦୂରାଉଛି ଆପଲ

ନୂଆଦିଲ୍ଲୀ, ୨୯।୪: ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ମୂଲ୍ୟ, ନୂତନ ଦର ତାଲିକା ଜାଣନ୍ତୁ

ଭୁବନେଶ୍ୱର, ୨୯।୪: ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନ କମ୍ପାନୀ ମଦର ଡେରୀ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି।...

ଚଳନ୍ତା ବସ୍‌ରୁ ସୁନା ହାର ଲୁଟି ଫେରାର ହେବାକୁ ଉଦ୍ୟମ, ଲୁଟେରାଙ୍କୁ କାବୁ କଲେ ଯାତ୍ରୀ

ବରଗଡ଼, ୨୯।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ସୋହେଲା ଥାନା ଲେଖାପଖର ନିକଟରେ ମଙ୍ଗଳବାର ଏକ ଚଳନ୍ତା ବସରୁ ସୁନାହାର ଲୁଟ ଘଟଣା ଚର୍ଚ୍ଚାର ବିଷୟ...

ଭାରତ ନା ପାକିସ୍ତାନ; କାହାର ସେନା ପାଆନ୍ତି ଅଧିକ ଦରମା?

ନୂଆଦିଲ୍ଲୀ,୨୯।୪: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି। ବର୍ଡରରେ ଦୁଇସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ତେବେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି...

ସେନାକୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ, ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୯।୪: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ...

ଝିଅର ମୁଣ୍ଡନ ପାଇଁ ଯାଇଥିଲେ, ବାଙ୍କେଶ୍ୱରୀ ଘାଟିରେ ଓଲଟି ପଡ଼ିଲା ଅଟୋ;୯ ଆହତ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ମା’ ନିଜ ବାଙ୍କେଶ୍ୱରୀ ଘାଟି ରାସ୍ତାର ପିଲିକାଢିଅ ଗ୍ରାମ ନିକଟ ବୁଲାଣିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri