ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲର ଯୋଜନା, ବଢ଼ିଲା ବୁଲେଟପ୍ରୁଫ ଜ୍ୟାକେଟ ଚାହିଦା…

ଜେରୁଜେଲମ, ୨୧୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଶୀଘ୍ର ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବୁଲେଟପ୍ରୁଫ ଜ୍ୟାକେଟର ଚାହିଦା ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ସେନା ବୁଲେଟପ୍ରୁଫ ଜ୍ୟାକେଟର ଅଭାବର ସମ୍ମୁଖୀନ ହୋଇଛି।

ବୁଲେଟପ୍ରୁଫ ଜ୍ୟାକେଟ ଉତ୍ପାଦନ କରୁଥିବା ଇସ୍ରାଏଲ କମ୍ପାନୀ ବର୍ତ୍ତମାନର ପରିସ୍ଥିତି ନେଇ ସଙ୍କଟରେ ପଡ଼ିଛନ୍ତି। ବୁଲେଟ ପ୍ରୁଫ ଜ୍ୟାକେଟ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ତ୍ତମାନର ଚାହିଦା ପୂରଣ କରିବାରେ ଅସମର୍ଥ।

ଯୁଦ୍ଧ ଯୋଜନା ନେଇ ସମଗ୍ର ଦେଶ ଏକତ୍ରିତ ହୋଇଛି। ପୁରୁଷ ଏବଂ ମହିଳାଙ୍କୁ ଜରୁରୀକାଳୀନ ସ୍ଥିତି ଅନ୍ତର୍ଗତ ସେନାରେ ଭର୍ତ୍ତି କରାଯାଇଛି। ସେନା ପାଖରେ ପର୍ଯ୍ୟାପ୍ତ ଉପକରଣି ନାହିଁ। କିନ୍ତୁ ଏସବୁ ଧୀରେ ଧୀରେ ସମସ୍ତ ୟୁନିଟରେ ପହଞ୍ଚୁଛି ।

ଆର୍ମି ରିଜର୍ଭରେ ଉପକରଣର ଆବଶ୍ୟକତା ରହିଛି। ବୁଲେଟପ୍ରୁଫ ଜ୍ୟାକେଟ, ହେଲମେଟ ସହିତ ସହରକୁ ସୁରକ୍ଷା ଦେଉଥିବା ନାଗରିକ ଭିତ୍ତିଭୂମିର ମଧ୍ୟ ଆବଶ୍ୟକତା ରହିଛି। ଦେଣରେ ଏସବୁ ସାମଗ୍ରୀର ବହୁ ଉତ୍ପାଦନକାରୀ କମ୍ପାନୀ ଅଛନ୍ତି। କିନ୍ତୁ ଚାହିଦା ବହୁତ ଅଧିକ ରହିଥିବାରୁ ସ୍ଥିତି ସଙ୍କଟ ଜନକ ହୋଇ ପଡ଼ିଛି।

ଇସ୍ରାଏଲର ପ୍ରାୟ ପ୍ରତ୍ୟେକ ନାଗରିକ ସମଗ୍ର ପରିବାର ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ନେଊଛନ୍ତି। ଯାହାଦ୍ୱାରା ପରିବାର ସଦସ୍ୟମାନେ ସୁରକ୍ଷିତ ରହିପାରିବେ। ଯୁଦ୍ଧ ପାଇଁ ଇସ୍ରାଏଲ ୩ ଲକ୍ଷ ରିଜର୍ଭ ସେନାଙ୍କୁ ଡକାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri