Posted inଜାତୀୟ

ଇସ୍ରାଏଲ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ୧୪ ଅକ୍ଟୋବର ପର୍ଯ୍ୟନ୍ତ ରଦ୍ଦ

ନୂଆଦିଲ୍ଲୀ,୮।୧୦: ଉଗ୍ରବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ରକେଟ ମାଡ କରିଛି ଯେଉଁଥିରେ ୩୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସଙ୍କ ଏହି ଆକ୍ରମଣକୁ ଯୁଦ୍ଧ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଯେକୌଣସି ପ୍ରକାର ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ଏବଂ ବର୍ତ୍ତମାନ ହମାସକୁ ଏହାର ମୂଲ୍ୟ ଦେବାକୁ ପଡିବ। ଏହି ସମୟରେ, ପ୍ରତିଶୋଧ ନେବାକୁ ଇସ୍ରାଏଲ ୪୦୦ରୁ ଅଧିକ ପାଲେଷ୍ଟାଇନ ଉଗ୍ରବାଦୀଙ୍କୁ ହତ୍ୟା କରିଛି। ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଇସ୍ରାଏଲ ଏବଂ ଗାଜା ଅଞ୍ଚଳରେ ୪୦୦ରୁ ଅଧିକ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଛନ୍ତି।
ଏହି ସମୟରେ ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲର ରାଜଧାନୀ ତେଲ ଆଭିବକୁ ଯାଉଥିବା ବିମାନ ଉଡ଼ାଣ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେ କହିଛନ୍ତି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା। ମୁଖପାତ୍ର କହିଛନ୍ତି ଯେ ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ ନିଶ୍ଚିତ ବୁକିଂକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

ସମାଜବାଦୀ ପାର୍ଟି ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କଲେ ଅଖିଳେଶ, କହିଲେ ଦଳ ଆମର…

ଲକ୍ଷ୍ନୌ,୧୮।୬(ପି.ଟି.): ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏବେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି)ରେ ବଡ଼ ବିଭାଜନ ହେବାକୁ ଯାଉଥିବା ମନ୍ତ୍ରୀ ତଥା ସୁହେଲଦେବ…

‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ, ୧୮।୬(ପି.ଟି.): ପ୍ରତିରକ୍ଷା ଓ ସାମରିକ ରଣନୀତି କ୍ଷେତ୍ରରେ ଆମେରିକା ବଡ଼ ପଦକ୍ଷେପ ଗ୍ରହଣ କରିଛି। ୮ ବର୍ଷ ତଳର ଏକ ନିଷ୍ପତ୍ତିକୁ ବଦଳାଇ ଆମେରିକା ସରକାର…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri