୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍‌

ତେଲ୍‌ ଆଭିଭ୍‌,୨୦।୨: ଗାଜାର ଶାସକ ହମାସ୍‌ ଗୁରୁବାର ୪ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରି ସେମାନଙ୍କ ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ହନ୍ତାନ୍ତର ହୋଇଥିବା ମୃତ ପଣବନ୍ଦୀମାନେ ହେଲେ ଶିରି ବିବାସ୍‌, ତାଙ୍କ ୨ ପିଲା ଏରିଏଲ୍‌, କଫିର ଏବଂ ଓଡେଡ୍‌ ଲିଫ୍‌ଶିଜ୍‌। ଅପହରଣ ବେଳେ ଓଡେଡ୍‌ଙ୍କୁ ୮୩ ବର୍ଷ ହୋଇଥିଲା। କଫିର ସବୁଠୁ କମ୍‌ ବୟସ୍କ ପଣବନ୍ଦୀ ଥିଲେ। ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ବେଳେ ସେମାନଙ୍କ ମୃତ୍ୟୁ ଘଟିଥିବା ହମାସ୍‌ କହିଛି। ଗତମାସ ୧୯ରୁ ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ସହ ବନ୍ଦୀ ଅଦଳବଦଳ ଜାରି ରହିଛି। ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ମାର୍ଚ୍ଚ ପ୍ରଥମ ଭାଗରେ ଶେଷ ହେଉଥିବାବେଳେ ବୁଝାମଣାର ଦ୍ୱିତୀୟ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ନେଇ ଅନିଶ୍ଚିତତା ଜାରି ରହିଛି। ବୁଝାମଣାକୁ ଆଗେଇ ନେବା ପାଇଁ ପାଲେଷ୍ଟିନୀୟ ଏବଂ ଆରବ ଦେଶଗୁଡ଼ିକ ଉଦ୍ୟମ ଚଳାଇଥିବାବେଳେ ଗାଜାରୁ ପାଲେଷ୍ଟିନୀୟମାନଙ୍କୁ ତଡ଼ିଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରାୟ ୧୬ ମାସ ଧରି ଚାଲିଥିବା ଯୁଦ୍ଧରେ ଗାଜା ଏବଂ ଲେବାନନ୍‌ରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ଗାଜାର ପାଖାପାଖି ୭୦ ପ୍ରତିଶତ ବିଲ୍ଡିଂ ଧ୍ୱଂସ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାଠାରୁ ୫ ରାଶିର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଏହି ୭ ରାଶି ପାଇଁ ଖରାପ! ଜାଣନ୍ତୁ ସାପ୍ତାହିକ ରାଶିଫଳ

ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆସନ୍ତା ୧୪ରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ସପ୍ତାହର ଆରମ୍ଭରେ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ଖବରଦାତା: ଚଳନ୍ତା ଟ୍ରେନ୍‌ରୁ କୁଆଡ଼େ ଉଭାନ୍‌

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରର ଯୁବ ଖବରଦାତା ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଏବଂ ମା’ ଗୁରୁବାର ନାଗାଲାଣ୍ଡର ଦିମାପୂର୍‌ ଅଭିମୁଖେ ଟ୍ରେନରେ ଯାଇଥିଲେ। ବାଟରେ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

ମାଲିକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଦ୍ରାବିଡ଼…ଲଗାତର ୫ ମ୍ୟାଚ୍‌ ହାରିବା ପରେ କୋଚ ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ,୧୧।୯: ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL) ରେ ରାହୁଲ ଦ୍ରାବିଡ଼ଙ୍କ ଦଳ ‘ଡବ୍ଲିନ ଗାର୍ଡିଆନ୍ସ’ର ଆରମ୍ଭ ଭଲ ହୋଇ ନ ଥିଲା। ଯଦିଓ ଗତ ବୁଧବାର…

ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୦ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

[dharitri_cat_thumb cat=”1581″ title=”ଛୁଟି ଦିନ” link=”https://www.dharitriepaper.in/”]
[dharitri_cat_thumb cat=”1619″ title=”ପିଲାଙ୍କ ଧରିତ୍ରୀ” link=”https://www.dharitriepaper.in/”]

Model This Week

ପିଲାଙ୍କ ଧରିତ୍ରୀ

Why Dharitri