୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ

ଓ୍ବାଶିଂଟନ୍‌, ୬ା୬: ୟୁରୋପୀୟମାନଙ୍କ ସହିତ ପ୍ରଥମେ ଯୋଗାଯୋଗ ସ୍ଥାପନ କରିବାରେ ଆମେରିକୀୟ ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ପାସାମାକୋଡି ଉପନିବେଶବାଦୀଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ। ଧୀରେ ଧୀରେ ସେମାନଙ୍କଠାରୁ ନିଜର ହଜାର ହଜାର ବର୍ଷର ବାସସ୍ଥାନ ଛଡ଼ାଇ ନିଆଯାଇଥିଲା। ହେଲେ ବିଲୁପ୍ତ ପ୍ରାୟ ଅବସ୍ଥାକୁ ଆସିଥିଲେ ବି ଘରକୁ ଫେରିବାର ଆଶା ଛାଡ଼ି ନ ଥିଲେ ଏହି ଆଦିବାସୀ ସମୁଦାୟ। ବିଭିନ୍ନ ସ୍ଥାନରେ ବାସ କରୁଥିବା ଏହି ଗୋଷ୍ଠୀ ଦୀର୍ଘ ୧୬୦ ବର୍ଷ ପରେ ଶେଷରେ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି। ପ୍ରାୟ ୨.୬ କୋଟି ଟଙ୍କା ଯୋଗାଡ଼ ହେବା ପରେ ସେମାନେ ପାଇନ ଦ୍ୱୀପ କିଣି ଏବେ ନିଜ ପୂର୍ବପୁରୁଷଙ୍କ ସ୍ଥାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।
ଆମେରିକୀୟ ଆଦିବାସୀ ପାସାମାକୋଡିଙ୍କ ପ୍ରାୟ ୧୦ ହଜାର ବର୍ଷ ପୁରୁଣା ବାସସ୍ଥାନ ବୋଲି କୁହାଯାଉଥିବା କୁଓ୍ବେସୁଓ୍ବି ମୋନିହକ୍‌ ତଥା ପାଇନ ଦ୍ୱୀପକୁ ୧୬୦ ବର୍ଷ ପରେ ସେମାନେ ଫେରିପାଇଛନ୍ତି। ‘ଲ୍ୟାଣ୍ଡ ବ୍ୟାକ୍‌’ ଅଭିଯାନରେ ୩ ଲକ୍ଷ ୫୫ ହଜାର ଡଲାର(ପ୍ରାୟ ୨.୬ କୋଟି ଟଙ୍କା)ରେ ଏହି ଆଦିବାସୀ ସମ୍ପ୍ରଦାୟ ଦ୍ୱୀପ କ୍ରୟ କରିଛନ୍ତି। ଆମେରିକାରେ ବାସ କରୁଥିବା ପାସାମାକୋଡି ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ହୋଇଥିବାବେଳେ ଏବେ ମାତ୍ର ୩,୭୦୦ ଜଣ ରହିଛନ୍ତି। ଏହି ଦ୍ୱୀପ ଉକ୍ତ ଜନଜାତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସ୍ଥାନ ବୋଲି ବିବେଚନା କରାଯାଏ। ୧୫ଶହରୁ ୧୮ଶହ ଶତାବ୍ଦୀରେ ୟୁରୋପରେ ଆସିଥିବା ଅନେକ ମହାମାରୀର ଶିକାର ହୋଇ ଏହି ଜନଜାତିର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ହ୍ରାସ ପାଇଯାଇଥିଲା। ଅନେକ ଲୋକଙ୍କୁ ବିଭିନ୍ନ ଦ୍ୱୀପକୁ ଯାଇ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ବୈପ୍ଲବିକ ଯୁଦ୍ଧରେ ପାସାମାକୋଡିଙ୍କ ଯୋଗଦାନକୁ ନେଇ ୧୭୯୪ ମସିହାରେ ମାସାଚ୍ୟୁସେଟ୍ସ ସରକାର ଏକ ଚୁକ୍ତି କରି ଏହି ସମ୍ପ୍ରଦାୟକୁ ଆଦିବାସୀ ବର୍ଗ ଅନ୍ତର୍ଭୁକ୍ତ କରିଥିଲେ। କିନ୍ତୁ ୧୮୨୦ରେ ମେନ୍‌କୁ ଆମେରିକାର ଏକ ରାଜ୍ୟ ବୋଲି ମାନ୍ୟତା ମିଳିବା ପରେ ଉପନିବେଶବାଦୀମାନେ ଚୁକ୍ତିନାମା ଖିଲାପ କରି ଦ୍ୱୀପର ଟାଇଟଲ ପରିବର୍ତ୍ତନ କଲେ। ପରେ ସେମାନଙ୍କଠାରୁ ତାଙ୍କ ମୂଳ ବାସସ୍ଥାନ ମଧ୍ୟ ଛଡ଼ାଇ ନେଇଥିଲେ। ୧୮୫୧ ଜନଗଣନା ଅନୁସାରେ ମାତ୍ର ୨୦ ଜଣ ପାସାମାକୋଡି ରହୁଥିଲେ। ୧୮୬୧ ମସିହାରେ ସେଠାରେ ଏହି ଜନଜାତି ବିଲୁପ୍ତ ପ୍ରାୟ ହୋଇଯାଇଥିଲା। ୨୦୨୧ ସୁଦ୍ଧା ସେମାନେ ସବୁକିଛି ହରାଇଥିଲେ ଏବଂ ୧୬୦ ବର୍ଷ ହେବ ଏହି ଜନଜାତି ନିଜ ବାସସ୍ଥଳୀ ପାଇନ୍‌ ଦ୍ୱୀପରେ ପାଦ ମଧ୍ୟ ରଖିପାରି ନ ଥିଲେ।
ଭାରତୀୟ ଟାଉନଶିପ୍‌ ସଂରକ୍ଷଣଧାରୀ ପାସାମାକୋଡ଼ି ମୁଖ୍ୟ ଓ୍ବିଲିୟମଙ୍କ ନିକୋଲାସ୍‌ଙ୍କ କହିବା ଅନୁଯାୟୀ, ପାଇନ୍‌ ଦ୍ୱୀପକୁ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି। ଏହାକୁ ଫେରାଇ ଆଣିବା ସମ୍ପ୍ରଦାୟର ପ୍ରତି ମୁଖ୍ୟଙ୍କ ଲକ୍ଷ୍ୟ ରହିଥିଲା। ଗତ ବର୍ଷ ଜୁଲାଇ ୪ରେ ଏହି ଦ୍ୱୀପଟି privateislandsonline.comରେ ୪ ଲକ୍ଷ ୪୯ ହଜାର ଡଲାରରେ ବିକ୍ରି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ସେ ଦେଖିଥିଲେ। ପରେ ଏହାକୁ ନିଜର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ଗତ ମାର୍ଚ୍ଚରେ, ବିଭିନ୍ନ ଦାତବ୍ୟ ସଂସ୍ଥାର ଅନୁଦାନ ସହିତ ଏହି ଜନଜାତି ପ୍ରାୟ୨.୬ କୋଟି ଟଙ୍କା ସଂଗ୍ରହ କରିବା ପରେ ଦ୍ୱୀପକୁ କିଣିପାରିଛନ୍ତି। ରୋଗର ମୁକାବିଲା ସହ ଅନେକ ସଂଘର୍ଷ ପରେ ନିଜ ବାସସ୍ଥାନ ଫେରିପାଇବା ବେଶ୍‌ ଗୁରୁତ୍ୱ ରଖେ ବୋଲି ସେ କହିଛନ୍ତି।
ଜନଜାତିର ଐତିହାସିକ ସଂରକ୍ଷଣ ଅଧିକାରୀ ଡୋନାଲ୍ଡ ସୋକ୍ଟୋମା କହିଛନ୍ତି, ଅନ୍ୟ କେହି ଏହି ଜମିର ମାଲିକ ନୁହନ୍ତି। ଦ୍ୱୀପର ସୁରକ୍ଷା ଆମର ପ୍ରମୁଖ କର୍ତ୍ତବ୍ୟ। ହଜିଯାଇଥିବା ନିଜ ଲୋକଙ୍କୁ ପୁଣି ଫେରି ପାଇଲେ ଯେପରି ଖୁସି ମିଳେ ସେପରି ଅନୁଭବ ହେଉଛି। ଆମେରିକୀୟ ଆଦିବାସୀ ଗୋଷ୍ଠୀ ଦ୍ୱାରା ପାଇନ୍‌ ଦ୍ୱୀପର ପୁନରୁଦ୍ଧାର ‘ଲାଣ୍ଡ ବ୍ୟାକ୍‌’ ଅଭିଯାନର ଏକ ସଫଳ ପ୍ରୟାସ। ୧୭୭୬ ମସିହାରୁ ୧.୫ ବିଲିୟନ ଏକର ଜାଗାରେ କ୍ଷୟକ୍ଷତି ସହ ଏହି ଗୋଷ୍ଠୀ ହିଂସା, ଉତ୍ପୀଡ଼ନ, ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲା।
ଗତ ବର୍ଷ ଜୁଲାଇରେ ଭୂମିହୀନ ଏସେଲେନ୍‌ ଆଦିବାସୀ ୨୫୦ ବର୍ଷ ପରେ କାଲିଫର୍ନିଆର ବିଗ୍‌ ସୁର୍‌ରେ ୪.୫ ମିଲିୟନ ଡଲାରରେ ୧୨ଶହ ଏକର ଜାଗା କିଣିପାରିଥିଲେ। ଏକ ଗଣହତ୍ୟାକାଣ୍ଡର ୧୫୯ ବର୍ଷ ପରେ ୨୦୧୯ରେ ଓ୍ବିୟୋଟ୍‌ ଆଦିବାସୀଙ୍କୁ ୟୁରେକା ସହର ମାଗଣାରେ କାଲିଫର୍ନିଆର ଦୁଲୁଓ୍ବାତ୍‌ ଦ୍ୱୀପରେ ୨୮୦ ଏକର ଜାଗା ମାଗଣାରେ ଫେରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ବିପଦସଙ୍କୁଳ କୋଠରୀରେ ପିଲାଙ୍କ ବିଷ୍ୟତ: ବାରଣ୍ଡାରେ ଚାଲିଛି ପାଠପଢ଼ା

ଜମନକିରା, ୨୧/୮ (ରବୀନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri