Posted inଖେଳ

ଆଇଏସ୍‌ଏଲ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍‌ପୁର

ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ ଓ ଜାମ୍‌ଶେଦପୁର ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ ଏହି ଦୁଇ ଦଳ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍‌ରେ ରବିବାର ପରସ୍ପରକୁ ଭେଟିବେ। ଏହି ମୁକାବିଲାରେ ଉଭୟ ଦଳ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି। ଫଳରେ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ନଭେମ୍ବର ୨୩ ତାରିଖରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଏଫ୍‌ସିଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଜାମସେଦପୁର ୧-୨ ଗୋଲରେ ଏହାର ଗୋଟିଏ ଦିନ ପରେ ଚେନ୍ନାଇନ୍‌ ଏଫ୍‌ସିଠାରୁ ପରାସ୍ତ ହୋଇଥିଲା। ନୂଆ କୋଚିଂ ଷ୍ଟାଫ୍‌ ଓ ଦଳ ସହ ଏହି ଦୁଇ ଦଳ ପଡିଆକୁ ଏଥର ଓହ୍ଲାଇଛନ୍ତି। ଡିଫେନ୍ସରେ ଓଡ଼ିଶା ତା’ର ସମସ୍ୟା ନେଇ ଚିନ୍ତିତ ଅଛି। ଦଳର ତ୍ରୁଟିକୁ ଆମେ ଚିହ୍ନଟ କରିଛୁ ଓ ଏଥିରେ ସୁଧାର ଆଣିବୁ ବୋଲି ଓଡ଼ିଶା କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। ଦଳର ସନ୍ତୁଳନରେ କିଛିଟା ତ୍ରୁଟି ଥିଲା।
ଅପରପକ୍ଷରେ ଦଳରେ କେତେଜଣ ଖେଳାଳି ଆହତ ହୋଇଥିବାରୁ ଜାମ୍‌ଶେଦପୁର କୋଚ୍‌ ଓଓ୍ବେନ କୋଏଲ ଚିନ୍ତିତ ଅଛନ୍ତି। ଡିଫେଣ୍ଡର ପିଟର ହାର୍ଟଲି ଓ ନରେନ୍ଦର ଗାହଲଟ ଆହତ ହୋଇଛନ୍ତି। ରବିବାର ଏହି ଦୁଇ ଜଣ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟୁର୍ନାମେଣ୍ଟ ଆଗକୁ ବଢିଲେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଗତ ସଂସ୍କରଣ ତୁଳନାର ଜାମେଶେଦ୍‌ପୁର ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଉଭୟ ଦଳ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ। ଫଳରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୮।୮: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ...

ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୧ (କ୍ରୀଡ଼ା ପ୍ରତିନିଧି) ପଟିଆସ୍ଥିତ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ ରାଜ୍ୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ସ୍ମାରକୀ...

ନୂଆବର୍ଷରେ କୋହଲିଙ୍କ ନୂଆ ଲୁକ୍‌

ଆଜିକାଲି କ୍ରିକେଟରେ ଫ୍ୟାଶନ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନୂଆବର୍ଷରେ ନୂଆ...

ଇତିହାସ ରଚିଲେ କେନ ୱିଲିୟମସନ

ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ...

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ବୁଏନ୍ସ ଏୟାର୍ସ, ୧୬/୧୨ (ଏପି):ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା...

ସିଙ୍ଗାପୁର ଗ୍ରାଁପ୍ରି: ଚାଲର୍‌ସଙ୍କୁ ପୋଲ ପୋଜିଶନ

ସିଙ୍ଗାପୁର, ୨୨।୯ (ଏଏଫ୍‌ପି)- ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲର୍କ ସିଙ୍ଗାପୁର ଗ୍ରାଁପ୍ରି ଫର୍ମୁଲା-୧ ରେସ୍‌ରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଇଟାଲୀ ଓ ବେଲଜଜିୟମ ଗ୍ରାଣ୍ଡପ୍ରିକ୍ସ...

ଲଣ୍ଡନରେ ପହଞ୍ଚିଲେ ୮ ଇଂଲଣ୍ଡ ଖେଳାଳି, ଏବେ ବି ଅଟକିଛନ୍ତି ମୋର୍ଗାନ

ନୂଆଦିଲ୍ଲୀ,୫।୫ : ଆଇପିଏଲ ସ୍ଥିଗିତ ହେବା ପରେ ଇଂଲଣ୍ଡର ୮ ଖେଳାଳି ବୁଧବାର ଲଣ୍ଡନ ଫେରିଛନ୍ତି। ବିଶ୍ୱର ବିତ୍ତଶାଳୀ କ୍ରିକେଟ ଲିଗ୍‌ ସ୍ଥଗିତ ରଖାଯିବା ପରେ...

ଆର୍ଜେଣ୍ଟିନା ଦଳରେ ମେସି

ବୁଏନ୍‌ସ ଏରିଜ,୨୨।୫- ଆସନ୍ତା ଜୁନ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା କୋପା ଆମେରିକା ପ୍ରତିଯୋଗିତା ଲାଗି ଘୋଷିତ ୨୩ ଜଣିଆ ଆର୍ଜେଣ୍ଟିନା ଦଳରେ ବାର୍ସିଲୋନା...

Advertisement
Archives

Model This Week