Posted inଜାତୀୟ

ଇସ୍କନ କଂସେଇଖାନାକୁ ବିକ୍ରି କରୁଛି ଗାଈ: ମେନକାଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୭।୯: ଭାଜପା ଏମପି ମେନକା ଗାନ୍ଧୀ ଇଣ୍ଟରନ୍ୟାଶନାଲ କୃଷ୍ଣ ଚେତନା ସୋସାଇଟି (ଇସ୍କନ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଇସ୍କନକୁ ଦେଶର ସବୁଠୁ ବଡ ଠକ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଇସ୍କନ ଗୋଆଶ୍ରୟସ୍ଥଳରୁ ଗାଈଙ୍କୁ କଂସେଇଖାନାକୁ ବିକ୍ରି କରୁଛି। ତେବେ ଏହି ଅଭିଯୋଗ ଉପରେ ଇସ୍କନ ମଧ୍ୟ ପ୍ରତିକ୍ରିୟା ଦେଇଛି। ଇସ୍କନ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀ ସୋସିଆଲ ମିଡିଆରେ ପ୍ରାଣୀ କଲ୍ୟାଣ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରୁଛନ୍ତି।

ଭିଡିଓରେ, ସେ କହିଛନ୍ତି ଇସ୍କନ ବର୍ତ୍ତମାନ ଭାରତର ସବୁଠାରୁ ବଡ ଠକ ସଂସ୍ଥା ଅଟେ। ସେମାନେ ଗୋଆଶ୍ରୟସ୍ଥଳ ପ୍ରତିଷ୍ଠା କରନ୍ତି, ଏହାକୁ ଚଳାଇବା ପାଇଁ ସେମାନେ ସରକାରଙ୍କଠାରୁ ଅଗଣିତ ଲାଭ ପାଆନ୍ତି। ସେମାନେ ବଡ଼ ଜମି ପାଇଥାନ୍ତି। ସେ ଆନ୍ଧ୍ରପ୍ରଦେଶରେ ଇସ୍କନର ଏକ ଗୋଶାଳାକୁ ତାଙ୍କର ଗସ୍ତ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ନିକଟରେ ମୁଁ ଅନନ୍ତପୁର ଗୋଶାଳା ପରିଦର୍ଶନ କରଥିଲି। ସେଠାରେ ଗୋଟିଏ ବି ବୟସ୍କ ଗାଈ ଦେଖିବାକୁ ମିଳି ନ ଥିଲା। ଗୋଶାଳାର ସମସ୍ତ ଗାଈ ଦୁଗ୍ଧ ଦେଉଥିଲେ। ସେଠାରେ ଗୋଟିଏ ବି ବାଛୁରୀ ନ ଥିଲା। ଏହାର ଅର୍ଥ ସମସ୍ତଙ୍କୁ ବିକ୍ରି କରାଯାଇଛି।

ଇସ୍କନ ଏହାର ସମସ୍ତ ଗାଈମାନଙ୍କୁ କଂସେଇଖାନାକୁ ବିକ୍ରି କରୁଛି। ସେମାନେ ଏଭଳି ଯେପରି କରୁଛନ୍ତି ତାହା ଅନ୍ୟ କେହି କରନ୍ତି ନାହିଁ। ସେମାନେ ରାସ୍ତାରେ ହରେ ରାମ ହରେ କୃଷ୍ଣ ଗାନ କରନ୍ତି । ତା’ପରେ ସେମାନେ କୁହନ୍ତି ସେମାନଙ୍କର ସମ୍ପୂର୍ଣ୍ଣ ଜୀବନ କ୍ଷୀର ଉପରେ ନିର୍ଭର କରେ। ଇସକନ ବହୁ ସଂଖ୍ୟକ ମଇଁଷି କଂସେଇ ଖାନାକୁ ବିକ୍ରି କରିଛି। ଯଦି ଏହି ଲୋକମାନେ ଏହା କରିପାରିବେ ତେବେ ଅନ୍ୟମାନଙ୍କଠାରୁ କ’ଣ ଆଶା କରାଯାଇ ପାରିବ।

ଇସ୍କନ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି। ସଂଗଠନର ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି କେବଳ ଭାରତରେ ନୁହେଁ ବିଶ୍ୱ ସ୍ତରରେ ଗାଈ ଓ ଷଣ୍ଢଙ୍କର ସୁରକ୍ଷା ତଥା ଯତ୍ନ ନେବାରେ ଇସକନ ଆଗରେ ରହିଛି। ସେ କହିଛନ୍ତି ଏଠାରେ ଆମର ଗାଈ ଏବଂ ଷଣ୍ଢମାନଙ୍କୁ ସେମାନଙ୍କ ଜୀବନସାରା ଯତ୍ନରେ ରଖାଯାଏ।

ମନ୍ଦିର ପ୍ରଶାସନ ଏକ ବିବୃତ୍ତି ଜାରି କରି କହିଛି ଇସକନ ପୃଥିବୀର ଅନେକ ସ୍ଥାନରେ ଗାଈ ସଂରକ୍ଷଣ କରୁଛି ଯେଉଁଠାରେ ଗୋମାଂସ ଏକ ମୁଖ୍ୟ ଖାଦ୍ୟ ଅଟେ। ଇସ୍କନ କହିଛନ୍ତି, ମାନେକା ଗାନ୍ଧୀଙ୍କ ବିବୃତ୍ତିରେ ଆମେ ଆଶ୍ଚର୍ଯ୍ୟ ହୋଇଛୁ କାରଣ ସେ ସର୍ବଦା ଇସ୍କନର ଶୁଭେଚ୍ଛୁ ଅଟନ୍ତି। ପ୍ରଶାସନ କହିଛି ଇସ୍କନ ଭାରତରେ ୬୦ରୁ ଅଧିକ ଗୋଆଶ୍ରୟସ୍ଥଳ ଚଳାଉଛି। ଏଠାରେ ଶହ ଶହ ଗାଈ ଏବଂ ଷଣ୍ଢ ସୁରକ୍ଷିତ ଅଛନ୍ତି। ସେମାନେ ମଧ୍ୟ ସାରା ଜୀବନ ଯତ୍ନ ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?