Posted inଖେଳ

ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪।୨: ଭାରତୀୟ ପେସର ଈଶାନ୍ତ ଶର୍ମା ବୁଧବାର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି। ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରାଷ୍ଟ୍ରପତି କୋବିନ୍ଦ ଭାରତୀୟ ପେସରଙ୍କୁ ନାମ ଫଳକ ପ୍ରଦାନ କରିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ୧୦୦ତମ ଟେଷ୍ଟ ପାଇଁ ସ୍ବତନ୍ତ୍ର କ୍ୟାପ୍‌ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ପକ୍ଷରୁ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ ଉଦ୍‌ଘାଟନ ଅବସରରେ ରାଷ୍ଟ୍ରପତି କୋବିନ୍ଦ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଖେଳାଳିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ସିରିଜ ବିଜୟୀ: ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା

ରାୟପୁର, ୧।୧୨: ରାୟପୁରର ଶହୀଦ ବୀର ନାରାୟଣ ସିଂ ଇଷ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ...

ଟେନିସକୁ ପ୍ରତ୍ୟାବର୍ତ୍ତନ କରିବେ ନାଡାଲ

ମାଡ୍ରିଡ୍‌,୧ା୧୨: ସ୍ପେନର ୩୭ ବର୍ଷୀୟ ଟେନିସ ତାରକା ରାଫାଲ ନାଡାଲ ୨୦୨୪ ଜାନୁୟାରୀରେ ଅଷ୍ଟ୍ରେଲିଆରେ ବ୍ରିସ୍‌ବେନ୍‌ ଇଣ୍ଟରନ୍ୟାଶନାଲ ଖେଳି ପ୍ରତିଯୋଗିତାମୂଳକ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ୨୨ଥର...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ କରିବ ଭାରତ

ରାୟପୁର,୧ା୧୨: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶୁକ୍ରବାର ରାୟପୁରରେ ଖେଳାଯାଉଥିବା ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ...

ମାନସିକ ଶାନ୍ତି ପାଇଁ କ୍ରିକେଟରୁ ନେଇଥିଲି ରିଟାୟାରମେଣ୍ଟ, ଏବେ ପୁଣି ଫେରିବି…

ଇସଲାମବାଦ,୧।୧୨ ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଇମାଦ ଓ୍ବାସିମ ଗତ ମାସରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ...

ଇରଫାନଙ୍କ ସହ ବ୍ରେକଅପ ପରେ ମୁଁ ଅସୁସ୍ଥ ହୋଇଗଲି, ଶାମିଙ୍କୁ କରିସାରିଛନ୍ତି ପ୍ରପୋଜ

ନୂଆଦିଲ୍ଲୀ,୧।୧୨: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇରଫାନ ପଠାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଅଭିନେତ୍ରୀ ଏକ...

ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖି ସମାଲୋଚନାର ସମ୍ମୁଖୀନ ହୋଇଥିବା ମିଚେଲ ମାର୍ଶ ଭାଙ୍ଗିଲେ ନୀରବତା, କହିଲେ ମୁଁ ପୁଣିଥରେ ଗୋଡ…

ନୂଆଦିଲ୍ଲୀ,୧।୧୨: ଦିନିକିଆ ବିଶ୍ୱକପ୍‌ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଏବଂ ଅଷ୍ଟ୍ରେଲିଆ ୬ ଉଇକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲ...

ଅନ୍ଧାରରେ କେମିତି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌: ଷ୍ଟାଡିୟମରେ ବିଦ୍ୟୁତ କାଟ୍‌

ରାୟପୁର,୧।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ଏହି ସିରିଜର ଚତୁର୍ଥ ମ୍ୟାଚ ଆଜି ରାୟପୁରର କ୍ରିକେଟ ଷ୍ଟାଡିୟମରେ ...

ଓ୍ବାନ ଡେ କ୍ରିକେଟରେ ସ୍ବର୍ଣ୍ଣାକ୍ଷରରେ ଇତିହାସ ଲେଖିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୧୨: ନିକଟରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ରୋହିତ ୧୧ଟି ମ୍ୟାଚର ୧୧ ଇନିଂସରେ ହାରାହାରି ୫୪.୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri