ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌ ସାବଧାନତାର ସହ ଟିକେ ଦୂରେଇକି କଥା ହେବାକୁ ହୋଇଥାଏ; ଯେମିତିକି ସମ୍ମୁଖରେ ଥିବା ଲୋକ କିଛି ବି ଅସହଜ ଅନୁଭବ ନ କରନ୍ତୁ। ତେବେ ଏଥିରୁ କେମିତି ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…
* ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ, ପାନମଧୁରୀ ହେଉ କିମ୍ବା ଗୁଜୁରାତି ଖାଇଲେ ଏହି ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ। ପାଚନକ୍ରିୟାରେ ବି ଏହା ଅନେକ ସହାୟକ ହୋଇଥାଏ।
* ପୁଦିନା ପତ୍ର ବି ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମୁଖରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଫ୍ରେଶ୍‌ନେସ୍‌ ଆଣିଥାଏ।
* ଲବଙ୍ଗ ଚୋବାଇଲେ ଏହି ସମସ୍ୟାରୁ ଅନେକାଂଶରେ ଫାଇଦା ମିଳିଥାଏ।
* ନିମ୍ବକାଠିରେ ଦାନ୍ତ ଘଷିଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଲେମ୍ବୁପାଣିରେ କୁଳୁକୁଞ୍ଚା କଲେ ବି ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। କାରଣ ଲେମ୍ବୁରେ ଭରି ରହିଥିବା ଆଣ୍ଟିସେପ୍ଟିକ୍‌ ତଥା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ମୁଖ ଭିତରେ ଦୁର୍ଗନ୍ଧ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆର ବଂଶବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ସାନ ଭାଇକୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ମର୍ମାହତ ହୋଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବଡ଼ ଭାଇ

ଜୟପୁର,୩ା୫: ରାଜସ୍ଥାନର ବାଲୋତରା ଜିଲାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଅପହରଣ କରି ପିଟି ପିଟି ହତ୍ୟା କରିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୃତଦେହକୁ…

ବଡ଼ ଦୁଃଖଦ ଘଟଣା, ମୁଣ୍ଡନ ସମାରୋହରେ ଗଙ୍ଗାରେ ବୁଡ଼ିଗଲେ ୬

ଲକ୍ଷ୍ନୌ,୩ା୫: ରବିବାର ଦିନ ଉତ୍ତର ପ୍ରଦେଶର ବାଲିଆ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି । ମୁଣ୍ଡନ ପରେ  ଗଙ୍ଗା ନଦୀରେ ଗାଧୋଇବା ସମୟରେ…

ଓଲଟିଲା ମିକ୍ସଚର ମେସିନ୍ ଗାଡ଼ି, ମାଟି ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗି ନିକଟରେ ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି…

ସାମାନ୍ୟ ବର୍ଷାରେ ବେହାଲ ଛତ୍ରପୁର, କଲେଜ ପରିସରରେ ଅଣ୍ଟାଏ ପାଣି

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ…

ଚେନ୍ନାଇ ବିମାନବନ୍ଦରରେ ଚାଞ୍ଚଲ୍ୟ! ବିମାନରେ ଯାତ୍ରୀ ଖୋଲିଦେଲେ ଏମରଜେନ୍ସି ଦ୍ବାର, ତାପରେ…

ତାମିଲନାଡୁ,୩।୫: ଚେନ୍ନାଇ ବିମାନବନ୍ଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଲ୍ୟାଣ୍ଡିଂ କରିବା ପରେ ଏୟାର ଆରବିୟାର ଏକ ବିମାନରେ ଥିବା ଜଣେ ଯାତ୍ରୀ ଜରୁରୀକାଳୀନ…

ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

କୋରାପୁଟ/ନନ୍ଦପୁର,୩।୫(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି): ଭାରତୀୟ ସମ୍ବିଧାନରେ ଗଣମାଧ୍ୟମ  ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସରକାରଙ୍କ ଶାସନ ଓ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri