ଝାଳ ଦୁର୍ଗନ୍ଧ ହେଉଛି କି? ଜାଣନ୍ତୁ କେମିତି ଦୂର କରିବେ…

ଖରାଦିନେ ଅନେକଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୁଏ; ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ ଶାରୀରିକ ପରିଶ୍ରମ କରିଥାନ୍ତି, ତା’ହେଲେ ତାଙ୍କ ଦେହରୁ ଝାଳ ବୋହିଥାଏ। ଦ୍ୱିତୀୟରେ ମୋଟାପାର ଶିକାର ହୋଇଥିଲେ ବି ଶରୀରରୁ ଝାଳ ବୁହେ। ସେହିପରି ଅଧିକ ତେଲ, ମସଲାଯୁକ୍ତ କିମ୍ବା ରାଗ ଖାଦ୍ୟ ଖାଇବାକୁ ଭଲ ପାଉଥିବା କିଛି ଲୋକଙ୍କଠାରେ ମଧ୍ୟ ଝାଳ ବୋହିବା ସମସ୍ୟା ଦେଖାଯାଇଥାଏ। ହର୍‌ମୋନ୍‌ ଇମ୍‌ବାଲାନ୍ସ ହେବା ବି ଝାଳ ବୋହିବାର ଆଉ ଏକ କାରଣ ହୋଇଥାଏ। ସେହିପରି ବଂଶାନୁଗତ ଭାବେ ବି ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକ ମତ ଦେଇଥାନ୍ତି। ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛିଟା ସହଜ ଉପଚାର ମଧ୍ୟ ରହିଛି। ଯେମିତିକି: ପ୍ରତିଦିନ ପରିଷ୍କାର ହୋଇ ଗାଧୋଇବା ସହ ଭଲ ବ୍ରାଣ୍ଡର ବଡି ସ୍ପ୍ରେ ବ୍ୟବହାର କରିବା, ଡାଏଟ୍‌ରେ ଅଧିକ ମାତ୍ରାରେ ସତେଜ ପନିପରିବା ଏବଂ ଫଳମୂଳ ଖାଇବା, ପାଦକୁ ପରିଷ୍କାର ରଖିବା ସହ ପ୍ରତିଦିନ ପାଦରେ ପିନ୍ଧୁଥିବା ସକ୍ସକୁ ସଫା କରିବା, ତେଲ, ମସଲାଯୁକ୍ତ ତଥା ରାଗ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଇବା, ଖରାଦିନେ ଢିଲା କଟନ୍‌ ପୋଷାକ ପିନ୍ଧିବା ସହ ପ୍ରଚୁର ପରିମାଣରେ ପାଣି, ଫ୍ରୁଟ୍‌ ଜୁସ୍‌ ଆଦି ପିଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କିପରି ଜାଣିବେ ବ୍ୟକ୍ତିଙ୍କ ସ୍ବଭାବ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଚାଣକ୍ୟ...

ଥାଇରଏଡ୍‌ର ଘରୋଇ ଉପଚାର

ରକ୍ତରେ ଥାଇରକ୍ସିନ୍‌ର ହରମୋହନର୍‌ ମାତ୍ରା ଆବଶ୍ୟକତାଠାରୁ କମ୍‌ ବେଶି ହେଲେ ଥାଇରଏଡ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଶରୀରରେ ପ୍ରତିରୋଧକ ଶକ୍ତି କମିଗଲେ, ଔଷଧର ସାଇଡ ଇଫେକ୍ଟ,...

ନ୍ୟୁରୋଷ୍ଟିମ୍ୟୁଲେଟର ଡିଭାଇସ୍‌

ପାର୍କିନସନ ପରି ସ୍ନାୟୁଗତ ରୋଗର ସହଜ ଚିକିତ୍ସା ପାଇଁ ‘ନ୍ୟୁରୋଷ୍ଟିମ୍ୟୁଲେଟର’ ନାମକ ଡିଭାଇସ୍‌ ପ୍ରସ୍ତୁତ କରାଯାଇଛି। ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ଡିଭାଇସ୍‌...

ଜୀବନସାଥୀଙ୍କୁ ନିକଟରୁ ଆହୁରି ନିକଟତର କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌...

ଦିବ୍ୟ ପୁଷ୍ପ

ସାକ୍ଷୀ ସେ ନଟଖଟ୍‌ କୃଷ୍ଣଙ୍କ ବାଲ୍ୟଲୀଳାର। ପୁଣି ସାକ୍ଷୀ ରାଧାକୃଷ୍ଣଙ୍କ ଅମର ପ୍ରେମର। ଶ୍ରୀହରିଙ୍କର ପ୍ରିୟ ସେ। ସେଥିପାଇଁ ତ ଲୋକେ କହନ୍ତି ‘ହରିପ୍ରିୟା’ ।...

କାଙ୍କଡ଼ ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ବର୍ଷାଦିନରେ ବଜାରରେ କାଙ୍କଡ଼ର ଚାହିଦା ଖୁବ୍‌ ବେଶୀ। କାଙ୍କଡ଼ ଖାଲି ଏକ ପରିବା ନୁହେଁ ଏଥିରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ନିୟମିତ ଭାବେ...

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା...

ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି..ମିଳିବ ଅନେକ ଫାଇଦା

ଶରୀର ପାଇଁ ବେଶ୍‌ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି,...

Advertisement
Archives

Model This Week