ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବା ନିଶ୍ଚିତ। କାହାକୁ ଲାଭ ତ କାହାକୁ କ୍ଷତି ହୋଇପାରେ। କିନ୍ତୁ କିଛି ଲୋକ ସ୍ୱପ୍ନରେ ସୂର୍ଯ୍ୟପରାଗ ଦେଖନ୍ତି। ଏହି ସୂର୍ଯ୍ୟପରାଗର ମଧ୍ୟ ନିଜସ୍ୱ ଅର୍ଥ ରହିଛି। ଆପଣ ସୂର୍ଯ୍ୟପରାଗର କେତେ ଅଂଶ ଦେଖିଛନ୍ତି, ସୂର୍ଯ୍ୟପରାଗ ପରେ ପୁଣି ଥରେ ସୂର୍ଯ୍ୟ ବାହାରିବାର ଦେଖିବା କିମ୍ବା ସୂର୍ଯ୍ୟପରାଗ ଦେଖୁ ଦେଖୁ ସ୍ୱପ୍ନରୁ ନିଦ ଭାଙ୍ଗିଯିବା ଆଦି ଘଟଣା ଲୋକଙ୍କ ସହ ଘଟିଥାଏ। ଆସନ୍ତୁ ଜାଣିବା ସ୍ୱପ୍ନରେ ସୂର୍ଯ୍ୟପରାଗ ଦେଖିବାର ଅର୍ଥ କ’ଣ?
ସ୍ୱପ୍ନରେ ସୂର୍ଯ୍ୟପରାଗ ଦେଖିବାର ଶୁଭ ସଙ୍କେତ
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବ ମାନ, ସମ୍ମାନ, ପଦ, ପ୍ରତିଷ୍ଠା, ଧନ, ଧାନ୍ୟ, ପିତାଙ୍କ ସହ ସମ୍ପର୍କ, ସରକାର, ଶାସନ କ୍ଷମତା, କ୍ୟାରିୟର ଆଦିର ପ୍ରତିନିଧିତ୍ୱ କରନ୍ତି। ଯେତେବେଳେ ଶୁଭ ପ୍ରଭାବ ହେବ, ଏହି ଜିନିଷଗୁଡ଼ିକ ସକାରାତ୍ମକ ପରିଣାମ ଦେବ, ସେହିପରି ଯେତେବେଳେ ଅଶୁଭ ପ୍ରଭାବ ହେବ, ଜୀବନରେ ନକାରାତ୍ମକତା ବୃଦ୍ଧି ପାଇବ।
ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଯେଉଁ ଲୋକମାନେ ସ୍ୱପ୍ନରେ ସୂର୍ଯ୍ୟପରାଗ ଦେଖନ୍ତି, ଯେଉଁଥିରେ ସୂର୍ଯ୍ୟ ଅନ୍ଧକାରକୁ ଚାଲିଯାଆନ୍ତି ଏବଂ ପୁଣି ଆଲୋକ ହୋଇଯାଏ, ତେବେ ଏହା ଏକ ଶୁଭ ସଙ୍କେତ। ଆପଣଙ୍କ ଉପରେ ଥିବା ଅନ୍ଧକାରର ବାଦଲ ହଟିଯିବ, ଆପଣଙ୍କର ମାନ, ସମ୍ମାନ, ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ। ଜୀବନରେ ଉନ୍ନତି ପାଇଁ ସମ୍ଭାବନା ମିଳିବ, ନୂଆ ସୁଯୋଗ ପ୍ରାପ୍ତ ହେବ।
ସ୍ୱପ୍ନରେ ଆପଣ ସୂର୍ଯ୍ୟପରାଗର ମୋକ୍ଷ (ଶେଷ ହେବା) ହେଉଥିବାର ଦେଖନ୍ତି, ଯେଉଁଥିରେ ସୂର୍ଯ୍ୟପରାଗ ଶେଷ ହେଉଛି ଏବଂ ଆଉ ଥରେ ସୂର୍ଯ୍ୟଦେବ ଆକାଶରେ ଝଟକୁଛନ୍ତି। କୌଣସି ବାଦଲ କିମ୍ବା କଳାପଣ ନାହିଁ। ଏପରି ସ୍ୱପ୍ନ ବହୁତ ଶୁଭ ଫଳଦାୟୀ ବୋଲି ମାନାଯାଏ। ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ହେବେ। ଅସୁବିଧା ଶେଷ ହେବ ଏବଂ କାର୍ଯ୍ୟ ସଫଳ ହେବ। ଆପଣଙ୍କ ପାଇଁ ଅନୁକୂଳ ସମୟ ଆସୁଛି। ଚାକିରି ଏବଂ ବ୍ୟବସାୟରେ ଆପଣଙ୍କର ଉନ୍ନତି ହେବ। ଆପଣଙ୍କ ଧନ-ଧାନ୍ୟରେ ବୃଦ୍ଧି ହେବ, ପିତାଙ୍କ ସହଯୋଗ ପ୍ରାପ୍ତ ହେବ।
ସ୍ୱପ୍ନରେ ସୂର୍ଯ୍ୟପରାଗ ଦେଖିବାର ଅଶୁଭ ସଙ୍କେତ
ସ୍ୱପ୍ନରେ ଆପଣ ଦେଖନ୍ତି ଯେ ସୂର୍ଯ୍ୟପରାଗ ହେଉଛି। ସୂର୍ଯ୍ୟଦେବ ଅନ୍ଧକାରରେ ଲୁଚିଯାଇଛନ୍ତି। ଏପରି ସ୍ୱପ୍ନ ବ୍ୟକ୍ତିଙ୍କ ମାନ, ସମ୍ମାନ, ଚାକିରି, ବ୍ୟବସାୟ, ରାଜନୀତି, ପଦ, ପ୍ରତିଷ୍ଠା ଆଦି ଉପରେ ସଙ୍କଟକୁ ଦର୍ଶାଏ। ଏହା ସଙ୍କେତ ଦିଏ ଯେ ଆସୁଥିବା ସମୟ ଆପଣଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରେ। ଆପଣଙ୍କ ମନରେ ଭୟ, ଚିନ୍ତା କିମ୍ବା ଦ୍ୱନ୍ଦ୍ୱର ସ୍ଥିତି ସୃଷ୍ଟି ହୋଇପାରେ। ଆପଣଙ୍କ ମନୋବଳ ଦୁର୍ବଳ ହୋଇପାରେ, ଆତ୍ମବିଶ୍ୱାସରେ ହ୍ରାସ ଆସିପାରେ।
ଯଦି ସ୍ୱପ୍ନରେ ଆପଣ ସୂର୍ଯ୍ୟପରାଗ ସମୟରେ ଘୋର ଅନ୍ଧକାର ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କର କୌଣସି ଆର୍ଥିକ କ୍ଷତି ହୋଇପାରେ, ବ୍ୟବସାୟରେ ବଡ଼ କ୍ଷତି ସହିବାକୁ ପଡ଼ିପାରେ କିମ୍ବା ନିବେଶ କରିଥିବା ଟଙ୍କା ବୁଡ଼ିଯାଇପାରେ। ଏହା ଆପଣଙ୍କ କାମରେ ଆସୁଥିବା ଅସୁବିଧାର ମଧ୍ୟ ସଙ୍କେତ ଦିଏ। ହେବାକୁ ଥିବା କାମରେ ବାଧା ଆସିପାରେ। ଆପଣ ଏପରି କୌଣସି ପରିସ୍ଥିତିରେ ଫସିପାରନ୍ତି, ଯେଉଁଥିରୁ ବାହାରିବାର କୌଣସି ବାଟ ଦେଖାଯିବ ନାହିଁ। କିମ୍ବା ଅନିର୍ଣ୍ଣୟର ସ୍ଥିତିର ଶିକାର ହୋଇପାରନ୍ତି।
ସ୍ୱପ୍ନରେ ସୂର୍ଯ୍ୟପରାଗ ଏବଂ ଅନ୍ଧକାର ଦେଖିବାର ଅର୍ଥ ଏହା ମଧ୍ୟ ହୋଇପାରେ ଯେ ପିତାଙ୍କ ସହ ସମ୍ପର୍କରେ ଗ୍ରହଣ ଲାଗିଯିବ, ଅର୍ଥାତ୍ ସମ୍ପର୍କ ଖରାପ ହୋଇଯିବ। ପିତାଙ୍କ ସାହାଯ୍ୟ ମିଳିବ ନାହିଁ, ତାଙ୍କ ସହଯୋଗ ଓ ଆଶୀର୍ବାଦ ପ୍ରାପ୍ତ ହେବ ନାହିଁ। ଆପଣଙ୍କ ସନ୍ତାନଙ୍କ ସହ ସମ୍ପର୍କ ପ୍ରଭାବିତ ହୋଇପାରେ।
ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ
ଯଦି ଆପଣ ସୂର୍ଯ୍ୟପରାଗର ସ୍ୱପ୍ନ ଦେଖନ୍ତି, ଯାହା ଅଶୁଭ ସଙ୍କେତ ଦିଏ, ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ସକାଳୁ ଉଠି ସ୍ନାନ କରନ୍ତୁ। ସୂର୍ଯ୍ୟୋଦୟ ସମୟରେ ଭଗବାନ ଭାସ୍କରଙ୍କୁ ପ୍ରଣାମ କରନ୍ତୁ ଏବଂ ତାଙ୍କୁ ଜଳରେ ଅର୍ଘ୍ୟ ଦିଅନ୍ତୁ। ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଶୁଭ ହୋଇଥାଏ। ସୂର୍ଯ୍ୟପରାଗ ପରେ ୧୫ ଦିନ ପର୍ଯ୍ୟନ୍ତ ଆପଣ ଏହି ଉପାୟ କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ଏବଂ ସୂର୍ଯ୍ୟ ମନ୍ତ୍ର ଓଁ ଘୃଣିଃ ସୂର୍ଯ୍ୟାୟ ନମଃ ଜପ କରନ୍ତୁ। ଆପଣଙ୍କର କଲ୍ୟାଣ ହେବ। ଅଶୁଭ ପ୍ରଭାବରେ ହ୍ରାସ ଆସିବ।

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

ବାତ୍ୟା ଅକ୍ବାନ: ଝିପିଝିପି ବର୍ଷା ଆରମ୍ଭ, ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି

ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?