Posted inଜାତୀୟ

ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟ…

ରାୟପୁର,୨୬।୮: ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ବାମୀ ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ଏହାକୁ ବଳାତ୍କାର କୁହାଯିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ ସ୍ବାମୀଙ୍କୁ ବଳାତ୍କାର ଅଭିଯୋଗରୁ ମୁକ୍ତ କରିଛନ୍ତି। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଭାରତୀୟ ଆଇନ ଅନ୍ତର୍ଗତ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଇଛା ଅବା ଇଛା ବିରୋଧକୁ ଗ୍ରହଣ କରାଯାଇ ପାରିବ ନାହିଁ। ଏହା ବଳାତ୍କାର ଅନ୍ତର୍ଭୁକ୍ତ ନୁହେଁ।
ବୈବାହିକ ଜୀବନରେ ବଳାତ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ମାମଲା ଆସିଥିଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ବୈବାହିକ ଜୀବନରେ ଶାରୀରିକ ସମ୍ପର୍କକୁ ବଳାତ୍କାର ଅପରାଧ ବର୍ଗରେ ସାମିଲ କରାଯାଇ ପାରିବ ନାହିଁ। ସରଳ ଭାବରେ କହିବାକୁ ଗଲେ, ବୈବାହିକ ଜୀବନରେ ବଳାତ୍କାର ମଧ୍ୟ ପାରିବାରିକ ହିଂସାର ଏକ ବିକୃତ ରୂପ। ଏଥିରେ ସ୍ତ୍ରୀଙ୍କ ସହମତି ବିନା ଶାରୀରିକ ସମ୍ପର୍କ କରିବାକୁ ବାଧ୍ୟ କରାଯାଇଥାଏ। କିନ୍ତୁ ଏହା ସମ୍ପର୍କରେ ଭାରତୀୟ ଦଣ୍ଡ ସଂହିତାରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇ ନାହିଁ । ବଳାତ୍କାର ଭଳି ଅପରାଧ ପାଇଁ ଆଇପିସିରେ ଧାରା ୩୭୬ ପ୍ରଣିତ କରାଯାଇଛି। ଆଇପିସିର ଏହି ଧାରା ଅନୁଯାୟୀ ସ୍ତ୍ରୀଙ୍କ ବୟସ ୧୨ ବର୍ଷରୁ କମ ହେଲେ ସ୍ବାମୀଙ୍କ ତାଙ୍କୁ ଜୋରିମାନା କିମ୍ବା ଅନ୍ୟ ଦଣ୍ଡବିଧାନ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ଏହା ଅନ୍ତର୍ଗତ ସ୍ବାମୀଙ୍କୁ ଜରିମାନା ସହିତ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ହାଇକୋର୍ଟ ରାୟ ଦେଇଥିବା ମାମଲାରେ ଅଭିଯୋଗକାରିଣୀ ଆଇନଗତ ଭାବରେ ଅଭିଯୁକ୍ତଙ୍କୁ ବିବାହ କରିଛନ୍ତି। କୋର୍ଟ କହିଛନ୍ତି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ କମ ନ ଥିବାରୁ ଏହା ବଳାତ୍କାର ନୁହେଁ। ଏହି ମାମଲାରେ ଅଭିଯୁକ୍ତ ବୈବାହିକ ବଳାତ୍କାର ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମଧ୍ୟ ଏହା ଅସ୍ବାଭାବିକ ଯୌନ ସମ୍ପର୍କ ଅଭିଯୋଗରେ ଆଇପିସି ଧାରା ଅଧୀନରେ ଏବେ କୋର୍ଟରେ ହାଜର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଷ୍ଟ୍ରାଇକ୍‌ରେ ମରିଥିଲେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ...

ବିପିନ ରାୱତଙ୍କ ଶେଷ ବାର୍ତ୍ତା ଭାଇରାଲ୍‌, ସମସ୍ତଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି। ତେବେ ମୃତ୍ୟର ଦିନକ ପୂର୍ବରୁ ଅର୍ଥାତ୍‌ ୭ ତାରିଖରେ ‘ବିଜୟ ପର୍ବ’...

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ୍‌…

ନୂଆଦିଲ୍ଲୀ, ୧୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍‌ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍‌ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା...

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ...

କଂଗ୍ରେସର ଭାରତକୁ ବିଭାଜନ କରିବା ଅଭ୍ୟାସ ରହିଛି, ଭାଜପାର କଡ଼ା ସମାଲୋଚନା…

ପଣଜୀ,୧୩।୯ : ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି ମର୍ମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ...

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ...

ୟୁଟ୍ୟୁବରୁ ହଟିଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଗୀତ, ଟ୍ରେଲର

ନୂଆଦିଲ୍ଲୀ, ୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ଟ୍ରେଲର ଓ ଗୀତ ୟୁଟ୍ୟୁବରୁ ହଟାଇଦିଆଯାଇଛି। ଫିଲ୍ମକୁ...

Advertisement
Archives

Model This Week