ଡ୍ରୋନ ଆକ୍ରମଣରେ ଆଇଏସ ନେତା ଉସମା ମୃତ: ଆମେରିକା ସେଣ୍ଟ୍ରାଲ କମାଣ୍ଡ…

କାହିରା,୧୦।୭ : ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦାବି କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ର ଜଣେ ବରିଷ୍ଠ ନେତା ଜୁଲାଇ ୭ ରେ ପୂର୍ବ ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଛନ୍ତି।

ପ୍ରତିରକ୍ଷା ବିଭାଗ କହିଛି ଘଟଣାର କିଛି ଘଣ୍ଟା ପୂର୍ବରୁ ରୁଷିଆର ଯୁଦ୍ଧ ବିମାନ ସିରିଆର ପଶ୍ଚିମ ଭାଗରେ ଆମେରିକାର ଏମକ୍ୟୁ-୯ ରେପର୍‌ ଡ୍ରୋନକୁ ହଇରାଣ କରିଥିଲା।

ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଶୁକ୍ରବାର ରୁଷିଆର ଯୁଦ୍ଧ ବିମାନ ସେମାନଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ହଇରାଣ କରିଥିଲା ଯେତେବେଳେ ରେପର୍ସ ଡ୍ରୋନ ସନ୍ଧାନ କରିବା ପାଇଁ ଉଡୁଥିଲା।

କିଛି ସମୟ ପରେ ଡ୍ରୋନ ଆଲେପ୍ପୋ ଅଞ୍ଚଳରେ ମୋଟରସାଇକେଲରେ ଯାତ୍ରା କରୁଥିବା ଉସାମା ଅଲ-ମୁହାଜିରଙ୍କୁ ଟାର୍ଗେଟ କରିଥିଲା ବୋଲି ଅଧିକାରୀ କହିଛନ୍ତି।

ଏହି ଅଧିକାରୀ କହିଛନ୍ତି ଆକ୍ରମଣ ସମୟରେ ଅଲ-ମୁହାଜିର ଉତ୍ତର-ପଶ୍ଚିମ ସିରିଆରେ ଥିଲେ। ଯଦିଓ ସେ ସାଧାରଣତଃ ଦେଶର ପୂର୍ବ ଭାଗରୁ କାର୍ଯ୍ୟ କରୁଥିଲେ। ଆମେରିକାର ସୈନ୍ୟବାହିନୀ ନିଶ୍ଚିତ କରିଛନ୍ତି ହତ୍ୟା କରାଯାଇଥିବା ବ୍ୟକ୍ତି ଅଲ-ମୁହାଜିର। ଅନ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ବିବୃତ୍ତିରେ କହିଛନ୍ତି ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ଜଣେ ବରକୁ, ୩ କନ୍ୟା: କ୍ୟାମେରାମ୍ୟାନ୍‌ଙ୍କୁ ବିବାହ କଲେ ୩ YouTuber ଭଉଣୀ

ଆମରୋହା,୨୪।୭: ଉତ୍ତର ପ୍ରଦେଶର ଆମରୋହା ଜିଲାର ହସନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ତିନି ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ତିନି ଭଉଣୀ ହେଉଛନ୍ତି YouTuber…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ସଙ୍ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

‘ଆଜି ରାତିରେ CJP ନେତାମାନଙ୍କୁ ଗିରଫ କରାଯିବ’ – ଜନ୍ତର ମନ୍ତରରୁ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୪।୭: ଶୁକ୍ରବାର କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର ମନ୍ତରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ଅଭିଜିତ ଦୀପକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri