Posted inଫୁରସତ

ହେଉଛି କି ଆଧାରକାର୍ଡ ଅପବ୍ୟବହାର

ବର୍ତ୍ତମାନ ଆଧାରକାର୍ଡ ସଭିଙ୍କର ପରିଚୟ ପାଲଟିଛି। ପିଲାଠୁ ବୃଦ୍ଧ ସଭିଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଏହାର ଆବଶ୍ୟକତା ରହୁଛି। ହେଲେ କେହି କେହି ଏହାର ଅପବ୍ୟବହାର କରି ଅନ୍ୟମାନଙ୍କୁ ଠକୁଥିବାର ଦେଖିବାକୁ ମିଳୁଛି। ତେଣୁ ନିଜ ଆଧାରକାର୍ଡକୁ ସୁରକ୍ଷିତ ରଖିବା ଲାଗି କିପରି ଲକ୍‌ କରିବେ ଜାଣିରଖନ୍ତୁ ଟିପ୍ସ…
ଆଧାରକାର୍ଡ ଭଳି ଜରୁରୀ ଡକ୍ୟୁମେଣ୍ଟ କୌଣସି କାରଣବଶତଃ ଯଦି ହଜିଯାଏ କିମ୍ବା ଚୋରି ହୋଇ କୌଣସି ଅସାମାଜିକ ବ୍ୟକ୍ତିଙ୍କ ହାତରେ ପଡ଼ିଯାଏ ତେବେ କାର୍ଡଧାରୀଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ କିପରି ଲକ୍‌ କରିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ଅନ୍‌ଲାଇନ୍‌ ଲକ୍‌:
ସର୍ବପ୍ରଥମେ UIDAI ଓ୍ବେବ୍‌ ସାଇଟ୍‌ରେ https://uidai.gov.in/ପେଜ୍‌ ଖୋଲନ୍ତୁ।
ସେଥିରେ ଥିବା ମାଇଁ ଆଧାର ଟ୍ୟାବ୍‌ରେ କ୍ଲିକ୍‌ କରି ଏହାକୁ ଓପନ୍‌ କରନ୍ତୁ।
ଏଠାରେ ଆଧାର ସର୍ଭିସେସ୍‌ ସେକ୍ସନକୁ ଯାଆନ୍ତୁ। ଏହାକୁ ଓପନ୍‌ କରିବା ପରେ ସେଥିରେ ଆପଣଙ୍କୁ ଆଧାର ଲକ୍‌ ଏବଂ ଅନ୍‌ଲକ୍‌ ଅପ୍ସନ ମିଳିବ।
ଏହାପରେ ଲକ୍‌ ୟୁଆଇଡି(Lock UID) ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ।
– ସେଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ ନିଜ ଆଧାର ନମ୍ବର, ପୂରା ନାମ, ପିନ୍‌ କୋଡ୍‌ ଆଦି ଏଣ୍ଟର କରନ୍ତୁ।
ଏହାପରେ ଏକ ସେଣ୍ଡ ଓଟିପି ଅପ୍ସନ ଆସିବ, ସେଥିରେ କ୍ଲିକ୍‌ କରି ନିଜ ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବରକୁ ସେଣ୍ଡ କରନ୍ତୁ। ଏହି ଓଟିପିକୁ ଏଣ୍ଟର କରି ସବ୍‌ମିଟ୍‌ କରନ୍ତୁ। ଏହାପରେ ଆପଣଙ୍କ ଆଧାରକାର୍ଡ ଲକ୍‌ ହୋଇଯିବ।
କିପରି କରିବେ ଅନ୍‌ଲକ୍‌:
ଯେପରି ଲକ୍‌ କରିଥିଲେ ସେହିପରି ପ୍ରଥମେ ଉପରୋକ୍ତ ଅନୁଦେଶ ଫଲୋ କରି ଅନ୍‌ଲକ୍‌ ୟୁଆଇଡି(Unlock UID) ଅପ୍ସନକୁ ଯାଆନ୍ତୁ।
ଏହାକୁ କ୍ଲିକ୍‌ କରିବା ପରେ ଆପଣଙ୍କୁ ୧୬ ଡିଜିଟ୍‌ଯୁକ୍ତ ଭର୍ଚୁଆଲ୍‌ ଆଇଡି ନମ୍ବର ଦେବାକୁ ପଡ଼ିବ।
ଏହାପରେ ସେଣ୍ଡ ଓଟିପି ଅପ୍ସନରେ କ୍ଲିକ୍‌ କରନ୍ତୁ। ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବରକୁ ଯାଇଥିବା ଓଟିପିକୁ ଏଠାରେ ଏଣ୍ଟର କରି ସବ୍‌ମିଟ୍‌ କରନ୍ତୁ।
ବର୍ତ୍ତମାନ ଆଧାରକାର୍ଡ ଅନ୍‌ଲକ୍‌ ହୋଇଗଲା।
ମନେରଖନ୍ତୁ: ଆଧାରକାର୍ଡ ଲକ୍‌ କିମ୍ବା ଅନ୍‌ଲକ୍‌ କରିବା ବେଳେ ଆସୁଥିବା ଓଟିପିକୁ କାହା ସହିତ ଶେୟାର କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ପବ୍ଲିକ୍‌ କମ୍ପ୍ୟୁଟର୍‌ରେ ମଧ୍ୟ ଏହି କାମ ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଧର୍ମର ଲୋକ ଏଲିଅନଙ୍କୁ ପୂଜା କରନ୍ତି, ତୋଳିଲେଣି ୬୦୦ରୁ ଅଧିକ ମନ୍ଦିର

ବ୍ରାଜିଲର ‘ସୂର୍ଯ୍ୟୋଦୟ ଉପତ୍ୟକା’ କିମ୍ବା ‘ଉଦୟ ଉପତ୍ୟକା’ ଏପରି ଏକ ଧର୍ମ ଯାହା ଏହାର ଅନନ୍ୟ ବିଶ୍ୱାସ ଏବଂ ଏଲିଏନଙ୍କ ପୂଜା ପାଇଁ ସାରା ବିଶ୍ୱରେ...

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର...

କଞ୍ଚା ଲଙ୍କା ଠାରୁ ଆରମ୍ଭ କରି ଶୁଖିଲା ଲଙ୍କା, କାହିଁକି ଏତେ ରାଗ ହୋଇଥାଏ?

ରୋଷେଇ ପାଇଁ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଏକ ଅତ୍ୟାବଶ୍ୟକ ମସଲା। ଏହା ବିନା ଖାଦ୍ୟ ସ୍ବାଦହୀନ ଲାଗେ। ଅତି କମରେ ଭାରତୀୟମାନେ ସେମାନଙ୍କ ଦୈନନ୍ଦିନ...

୨୦୨୬ ଏହି ତାରିଖରେ ବିଶ୍ୱର ଅନ୍ତ ଘଟିବ! ଭୟଭୀତ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୫।୩: ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ହାଇଞ୍ଜ ଭନ ଫୋର୍ଷ୍ଟରଙ୍କ ଅନୁସାରେ, ୨୦୨୬ ମାନବଜାତି ପାଇଁ ଏକ ବହୁତ ଖରାପ ବର୍ଷ ହୋଇପାରେ। ଚଳିତ ବର୍ଷ ନଭେମ୍ବର ୧୩...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ଚା-କଫି ପରି ଏଠାରେ ମହିଳା ପିଅନ୍ତି ସାପ ରକ୍ତ, କାରଣ ଜାଣିଲେ ହୋସ ଉଡିବ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା...

ବିବାହ ପରେ ନବଦମ୍ପତି ଯାଉଥିବା ଟ୍ରିପକୁ ହନିମୁନ କାହିଁକି କୁହନ୍ତି? ଆପଣ ବି ଜାଣି ନ ଥିବେ…

ବିବାହ ପରେ ନବଦମ୍ପତିମାନେ ଏକାନ୍ତରେ ଭଲ ସମୟ କଟେଇବା ପାଇଁ ହନିମୁନ ଯାଆନ୍ତି। କିନ୍ତୁ ଏହି ଟ୍ରିପକୁ ହନିମୁନ କାହିଁକି କୁହନ୍ତି ଜାଣନ୍ତି କି? ପ୍ରଥମତଃ,...

Ancient Egypt Mummification Mystery: ସତରେ କ’ଣ ମମି ଭିତରେ ରଖାଯାଏ ମହଣ ମହଣ ସୁନା? କାରଣ ଜାଣିଲେ ଉଡିବ ହୋସ୍‌

ମମି…ଏକ ଶବ୍ଦ ଯାହା ଶୁଣିଲେ ଆପଣଙ୍କୁ ପ୍ରାଚୀନ ମିଶରର ରହସ୍ୟପୂର୍ଣ୍ଣ ଦୁନିଆ କଥା ମନେପଡେ। ଏହି ପୃଥିବୀ ସର୍ବଦା ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ପାଇଁ ଏକ ପ୍ରିୟ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri