କାମରେ ଆସୁନି ଉଠାଜଳସେଚନ ପ୍ରକଳ୍ପ

କାଏମା,୧୫ା୧(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତରେ ୫ ବର୍ଷ ହେଲା ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କ୍ଷମ ହୋଇପାରୁନାହିଁ। ବିଦ୍ୟୁତ୍‌ ବିଭାଗ ସଂଯୋଗ ଦେଉନଥିବାରୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅନ୍ୟପକ୍ଷରେ ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଓ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗଛଲତାରେ ଲୁଚିଗଲାଣି। ପ୍ରକଳ୍ପ ନିର୍ମାଣ କରିଦେଇ ଉଠାଜଳସେଚନ ନିଗମର ଖୋଜ ଖବର ନାହିଁ। ଫଳରେ ସମନ୍ବୟ ଅଭାବରୁ ଶତାଧିକ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି।
ସୂଚନା ଅନୁସାରେ, ଏହି ପଞ୍ଚାୟତରେ ଧାନ, ଚିନାବାଦାମ, ବିରି ଓ ପନିପରିବା ଚାଷ କରି ଅନେକ ଚାଷୀ ପରିବାର ପ୍ରତିପୋଷଣ କରିଥାନ୍ତି। ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ସ୍ଥାନୀୟ ଶତାଧିକ ଚାଷୀଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯାଇଛି। ୩୦ରୁ ୪୦ଜଣ ଚାଷୀଙ୍କୁ ନେଇ ଗୋଟିଏ ଗୋଟିଏ ପାଣି ପଞ୍ଚାୟତ କରାଯାଇଛି। ମା’ ମଙ୍ଗଳା, ମହାଲକ୍ଷ୍ମୀ ଓ ବାଲୁଙ୍କେଶର ନାମରେ ତିନୋଟି ପାଣି ପଞ୍ଚାୟତ ରହିଛି। ପାଖାପାଖି ୧୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ନେଇ ଧର୍ମଶାଳା ଉଠାଜଳସେଚନ ନିଗମ ଉପଖଣ୍ଡ ପକ୍ଷରୁ ୨୦୧୯ରେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ଉତ୍ତରପ୍ରତାପ ଗ୍ରାମରେ ବୋରିଂ ପଏଣ୍ଟ ନିର୍ମାଣ ହୋଇଛି। ଏଠାରେ ବୋରିଂ କରାଯିବା ସହିତ ମୋଟର ଘର, ପାଣି ମୋଟର ସ୍ଥାପନ ଓ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇଛି। ହେଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲାକି ନ ହେଲା ବୁଝିବାକୁ ବି କେହିନାହାନ୍ତି। ମୋଟର ଘରେ ତାଲା ଝୁଲୁଥିବାବେଳେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପଏଣ୍ଟରେ ଗଛଲତା ମାଡ଼ିଯାଇଛି।
ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଧାନ ଓ ଚିନାବାଦାମ ଚାଷ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଥିଲେ ହୁଏତ ଏହି ଚାଷଜମିକୁ ଜଳସେଚିତ କରିପାରିଥାନ୍ତା। ଏନେଇ ଚାଷୀମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ପାଖ ଗଡ଼ିଆ, ପୋଖରୀ ଓ ନିଜେ କରିଥିବା ଚୁଆରୁ ପାଣି ବୋହି ଚାଷୀ ପନିପରିବା ଚାଷ କରୁଛନ୍ତି। କୁଣ୍ଡପାଟଣା ସେକ୍ସନ ଅଫିସ ଓ ଜାରକା ଉପଖଣ୍ତ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ଚାଷୀମାନେ ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଉକ୍ତ ଟ୍ରାନ୍ସଫର୍ମର ଉପରେ ଟଙ୍କା ବାକି ଥିବା ଶୁଣିବାକୁ ପାଇଛନ୍ତି ଓ ପୈଠ କଲେ ବିଦ୍ୟୁତ୍‌ ସଂଯୋଗ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପାଣି ପଞ୍ଚାୟତ ସଭାପତି ଓ ସମ୍ପାଦକଙ୍କ କହିବା ଅନୁସାରେ ପ୍ରକଳ୍ପର ଉଦ୍‌ଘାଟନ ଏବେ ପର୍ଯ୍ୟନ୍ତ ହୋଇନାହିଁ। ଟ୍ରାନ୍ସଫର୍ମର ଉପରେ ଟଙ୍କା ବାକି ଆସିଲା କିପରି। ଯାହାକୁ ନେଇ ଏହା ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଉଭୟ ବିଭାଗର ଉପରିସ୍ଥ ଅଧିକାରୀ ଆଲୋଚନା କରି ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ନ କଲେ ଆଗମୀ ଦିନରେ ଉଭୟ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ମା’ମଙ୍ଗଳା ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ରାଉତ, ସମ୍ପାଦକ ସଞ୍ଜୟ ରାଉତ, ମହାଲକ୍ଷ୍ମୀ ପାଣି ପଞ୍ଚାୟତ ସଭାପତି ପୀତବାସ ମଲିକ, ସମ୍ପାଦକ କେଶବ ଚନ୍ଦ୍ର ମଲିକ, ବାଲୁଙ୍କେଶ ପାଣି ପଞ୍ଚାୟତ ସଭାପତି ଗୋପାଳ ଚନ୍ଦ୍ର ରାଉତ ଓ ସମ୍ପାଦକ ଭାଗ୍ୟଧର ମହାନ୍ତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri