୭୦ ହଜାର ହେକ୍ଟର ଜମିକୁ ଜଳସେଚନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜଳାଶୟରୁ ୪୦ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୧୧ ଜିଲାର ପ୍ରାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ। ଏଥିପାଇଁ ପ୍ରାୟ ୨୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ୬ଟି ଜଳସେଚନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୩୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଢିପ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପାର୍ବତୀଗିରି ମେଗା ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଢିପ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଜରିଆରେ କଳାହାଣ୍ଡି, ବରଗଡ଼, ବଲାଙ୍ଗୀର ଏବଂ ଗଜପତି ଜିଲାରେ ମହାନଦୀ, ତେଲ, ଇନ୍ଦ୍ରାବତୀ, ଅଙ୍ଗ, ସୁକତେଲ ନଦୀ ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରି ୧୩,୫୪୭ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ସେହିପରି ଧର୍ମଦଣ୍ଡିନାଳ ଓ ଗୁରଣ୍ଡି ନାଳଠାରେ ଉଠା ଜଳସେଚନ ଦ୍ୱାରା ବରଗଡ଼ କେନାଲ ସିଷ୍ଟମର ପୁନଃ ସଂଗ୍ରହ ଜଳକୁ ବ୍ୟବହାର କରି ସୋନପୁର ଜିଲାର ୧୮୧୨ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ୧୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୪୩୦ କୋଟି ଏବଂ ୧୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୩୪ କୋଟି ୪୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମୋହର ମାରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ଗଜପତି ଏବଂ ସୋନପୁର ଜିଲାର କୃଷକମାନେ ଉପକୃତ ହେବା ସହ ଅର୍ଥକରୀ ଫସଲ ଉତ୍ପାଦନ କରିବାରେ ସକ୍ଷମ ହୋଇପାରିବେ। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର କୃଷକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ।

ଉକ୍ତ ଯୋଜନାରେ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ଖରସୁଆଁ, କାଣୀ ଓ ବୈତରଣୀ ନଦୀରୁ ଜଳ ଉତ୍ତୋଳନ କରାଯାଇ ୧୨, ୯୧୪ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଜଳସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସକାଶେ ୩୬୬ କୋଟି ୬୭ ଲକ୍ଷ ଟଙ୍କା ଏବଂ ୧୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୨୯ କୋଟି ୫୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁର କରିଛି। ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଯାଜପୁର ଓ କେନ୍ଦ୍ରାପଡା ଜିଲାର କୃଷକମାନେ ଉପକୃତ ହେବା ସହ ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକରୀ ଫସଲ କରିବାକୁ ଉତ୍ସାହିତ ହେବେ। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର କୃଷକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ।
ସେହିପରି ପାର୍ବତୀଗିରି ମେଗା ଉଠା ଜଳସେଚନ ଯୋଜନା ଅଧୀନରେ କଟକ ଓ ଅନୁଗୋଳ ଜିଲାରେ ମହାନଦୀ ଏବଂ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ୧୪,୩୩୨ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରକଳ୍ପର ନିର୍ମାଣ ପାଇଁ ଡକାଯାଇଥିବା ୪୩୧ କୋଟି ୪୭ ଲକ୍ଷ ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୩୪ କୋଟି ୫୨ ଲକ୍ଷ ଟଙ୍କାର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ୩୬ ମାସ ମଧ୍ୟରେ ଶେଷ କରାଯିବ। ଉକ୍ତ ଜିଲାର କୃଷକମାନେ ଉପକୃତ ହେବା ସହ ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକରୀ ଫସଲ କରିବାକୁ ଉତ୍ସାହିତ ହେବେ। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର କୃଷକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ।
ସେହିପରି ପାର୍ବତୀଗିରି ମେଗା ଉଠା ଜଳସେଚନ ଯୋଜନା ଅଧୀନରେ କେନ୍ଦୁଝର ଜିଲାର ଆନନ୍ଦପୁର ବାମମୁଖ୍ୟ କେନାଲ ବିଦ୍ୟାଧରପୁର ଆନିକଟ, ହଦଗଡ଼ ଜଳଭଣ୍ଡାର, ଆନନ୍ଦପୁର ଆନିକଟ ଏବଂ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ୧୭,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରକଳ୍ପର ନିର୍ମାଣ ପାଇଁ ଡକାଯାଇଥିବା ୫୧୧ କୋଟି ୩୦ଲକ୍ଷ ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୪୧ କୋଟି ୬୫ ଲକ୍ଷ ଟଙ୍କାର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ୩୬ ମାସ ମଧ୍ୟରେ ଶେଷ କରାଯିବ। ଉକ୍ତ ଜିଲାର କୃଷକମାନେ ଉପକୃତ ହେବା ସହ ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକରୀ ଫସଲ କରିବାକୁ ଉତ୍ସାହିତ ହେବେ। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର କୃଷକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ।
ବଲାଙ୍ଗୀର ଜିଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଜଳସେଚନ କ୍ଷମତା ବୃଦ୍ଧି, ଜଳର ସୁଷମ ବଣ୍ଟନ ଓ ଜଳ ଅପଚୟ ରୋକିବା ଏବଂ କମ୍‌ ଜମି ଅଧିଗ୍ରହଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଖୋଲା କେନାଲ ଜଳସେଚନ ବଦଳରେ ଭୂତଳ ପାଇପ ଦ୍ୱାରା ଜଳସେଚନ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ବଲାଙ୍ଗୀର ଜିଲାର ୧୩ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏ ନେଇ ଜଳସମ୍ପଦ ବିଭାଗ ଦ୍ୱାରା ଚୂଡ଼ାନ୍ତ କରାଯାଇଥିବା ୬୩୪ କୋଟି ୧୪ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପଟି ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛିି। ଟେଣ୍ଡର ନେଇଥିବା ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ କରିବ।
ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ୨୦୧୯-୨୦ରୁ ୧୧୭୦୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କୁତୁରିଆ ଗ୍ରାମ ନିକଟରେ କୋଚିଲା ନଦୀରେ ଓ ଯାଜପୁର ଜିଲାର ଦଶରଥ ପୁର ବ୍ଲକ ଅଧୀନ ଧୋବାବିଲ ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ମିଳିତ ଆନିକଟ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୨୦୦,୦୦,୦୦,୦୦୦ ଟଙ୍କା ଏବଂ ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୧,୦୦,୦୦,୦୦୦ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଉକ୍ତ ପ୍ରକଳ୍ପ କୋଚିଲା ନଦୀରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ବୈତରଣୀ ନଦୀକୁ ପୁନରୁଜୀବିତ କରିବାରେ ସହାୟକ ହେବ। ଏହା ଭଦ୍ରକ ଜିଲା ଧାମନଗର ବ୍ଲକ ଓ ଯାଜପୁର ଜିଲା ଦଶରଥପୁର ବ୍ଲକର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ। ଏହାଛଡା ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri