ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି। କେନାଲ ଖୋଲାଯିବା ପରେ ଏହା ଉପରେ ନିର୍ଭରଶୀଳ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ବର୍ଷାର ଅନିଶ୍ଚିତତା ଓ ଚାଷଜମିକୁ ଜଳ ସେଚନ ଅସୁବିଧା ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏବେ ଉକ୍ତ କେନାଲରେ ଜଳ ପ୍ରବାହ ଆରମ୍ଭ ହେବା ଫଳରେ ଧାନ ସମେତ ବିଭିନ୍ନ ଫସଲ ଚାଷ ପାଇଁ ଆବଶ୍ୟକ ଜଳ ମିଳିପାରିବ। ଏହାଦ୍ୱାରା ହଜାର ହଜାର ଏକର ଚାଷଜମି ଜଳସେଚନ ସୁବିଧା ପାଇବା ସହ ଫସଲ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଚାଷୀମାନେ ଆଶା କରିଛନ୍ତି । ସେହିପରି ଋଷିକୂଲ୍ୟା ନଦୀର ୧୫ ଓ ୧୬ ନମ୍ବର କେନାଲରେ ମଧ୍ୟ ପର୍ଯ୍ୟାୟ କ୍ରମେ ଜଳ ଯୋଗାଣ ବ୍ୟବସ୍ଥା ଚାଲୁରହିଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଦ୍ୱାରା ଚାଷୀ ମାନେ ଠିକ ସମୟରେ ଜଳ ଯୋଗାଣ ପାଇ ଆଶ୍ୱସ୍ଥି ଲାଭ କରିଛନ୍ତି।

