ଇର୍‌ଫାନଙ୍କ ପୁଅ ଶେୟାର କଲେ ଏହି ମେସେଜ, ଏଥିରେ ଲେଖାଥିଲା…

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଦୁନିଆ ଛାଡ଼ି ଚାଲିଯିବା କେତେ ମାସ ବିତିଗଲାଣି। ମାତ୍ର ଆଜି ବି ସେ ମନେ ପଡ଼ନ୍ତି। ତାଙ୍କୁ ମନେ ପକାଇଛନ୍ତି ପୁଅ ବାବିଲ୍‌। ସେ ପିତାଙ୍କୁ ବହୁତ ମିସ୍‌ କରୁଛନ୍ତି। ପିତାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ସବୁବେଳେ ବାବିଲ କିଛି ନା କିଛି ଶେୟାର କରିଥାନ୍ତି। ଏବେ ବାବିଲ ତାଙ୍କ ପିତାଙ୍କର ଆଉ ଏକ ପୁରୁଣା ମେସେଜ ଶେୟାର କରିଛନ୍ତି। ଯେଉଁ ମେସେଜ କି ଗତବର୍ଷ ମାର୍ଚ୍ଚରେ ଇରଫାନ ବାବିଲଙ୍କୁ ଲେଖିଥିଲେ। ଏଥିରେ ଲେଖାଥିଲା, ତୁମେ ସାଙ୍ଗରେ ଫୋନ୍‌ ନେଇଆସିବ। ମୁଁ ଦେଖିବି। ଆଉ ଏକ ମେସେଜ ଥିଲା ବାବିଲ ଯେତେବେଳେ ଫ୍ରି ହେବ ମୋତେ ଫୋନ୍‌ କରିବ। ଆଉ ଏକ ମେସେଜ ଥିଲା ବାବିଲ ଶୀଘ୍ର କଲ କର। ବହୁତ ଦରକାର ଅଛି। ବାବିଲ ପିତାଙ୍କର ଏହି ମେସେଜ ଡିଲିଟ ନ କରି ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେତେବେଳେ ବି ସମୟ ପାଉଛନ୍ତି ପିତାଙ୍କର ହ୍ବାଟ୍ସଆପ ମେସେଜ ଦେଖୁଚନ୍ତି। ସେ ପିତାଙ୍କୁ ଖୁବ୍‌ ଝୁରି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ...

ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।...

ସ୍ମିଥ୍‌ଙ୍କୁ ଓସ୍କାରରୁ ଚାଲିଯିବାକୁ କୁହାଯାଇଥିଲା

ଲସ୍‌ ଆଞ୍ଜେଲସ,୩୧।୩: କମେଡିଆନ କ୍ରିସ ରକ୍‌ଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିବା ପରେ ଓ୍ବିଲ ସ୍ମିଥଙ୍କୁ ଓସ୍କାର ଉତ୍ସବରୁ ଚାଲି ଯିବାକୁ କୁହାଯାଇଥିଲା। ଏ ନେଇ...

ଆଉ ଏକ ଓଡ଼ିଆ ସିନେମା: ତିତିଲି

ଆଞ୍ଜେନେୟା ମିଡିଆ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ତିତିଲି’। ପ୍ରଯୋଜକ ଶିଶିର ଦାସ ଏଥିରେ ଦୁଇ...

ବିବାହ ଦିନ ସ୍ବାମୀଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌- ୭ର ବିଜେତା ସାଜିଥିବା ଅଭିନେତ୍ରୀ ଗୌହର ଖାନ୍‌ କ୍ରିଷ୍ଟମାସ ଅର୍ଥାତ୍‌ ଡିସେମ୍ବର ୨୫ରେ ତାଙ୍କର ପ୍ରେମିକ ଜୈଦ...

ନିକ୍‌ଙ୍କୁ ଗୋବିନ୍ଦାଙ୍କ ସହ ତୁଳନା କଲେ ଭାରତୀୟ ପ୍ରଶଂସକ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ସିନେମା ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପିସି ଓରଫ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବା ପରେ ନିକ୍‌...

ମା’ଙ୍କ ଜନ୍ମଦିନରେ ଦାମୀ କାର୍‌ ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର୍‌ ହିରୋ କାର୍ତ୍ତିକ ଆର୍ୟନ୍‌ଙ୍କୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚା। ଅଳ୍ପ ଦିନର ବଲିଉଡ୍‌ କ୍ୟାରିୟର୍‌ ଭିତରେ ସେ ବେଶ୍‌ ଲୋକପ୍ରିୟତା...

ରଣବୀରଙ୍କ ନିଶ

ରଣବୀର ସିଂଙ୍କ ନିଶକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ତାଙ୍କର ଗେଟ୍‌ଅପ ଏବଂ ନିଶ ଫଟୋକୁ ସୋସିଆଲ ମିଡିଆରେ ସେ ଶେୟାର କରିବା ପରେ ତାହା...

Advertisement
Archives

Model This Week