Posted inଜାତୀୟ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ: ପୁଣି ଧର୍ମେନ୍ଦ୍ର-ପ୍ରଣବ କଥା କଟାକଟି

ଭୁବନେଶ୍ୱର, ୨୨।୧ (ଅସମାପିକା ସାହୁ): କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ ନେଇ ପୁଣି ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଯେଉଁମାନେ ପାରଦର୍ଶିତାର ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ। ୨୦ହଜାର ଚାକିରି ନିଯୁକ୍ତି ବେଳେ କାହିଁକି ଏ ଅବ୍ୟବସ୍ଥା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା ଏନ୍‌ଟିଏ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏନ୍‌ଟିଏ ସଂସ୍ଥା ତିଆରି କରାଯାଇଛି। କିନ୍ତୁ ଶିକ୍ଷକ ନିଯୁକ୍ତିରେ ସମ୍ପୃକ୍ତ ସଂସ୍ଥା ‘ଏଡସିଲ’ର କାମ ନୁହେଁ ଇଣ୍ଟରଭ୍ୟୁ ଆଦି କାର୍ଯ୍ୟ କରିବା। ପୂର୍ବରୁ ଏଡସିଲକୁ ନେଇ ଅଭିଯୋଗ ଆସିଥିଲା, କାର୍ଯ୍ୟାନୁଷ୍ଠାନ ନେଇଥିଲି। ଏଏସ୍‌ଓ ପରୀକ୍ଷାରେ କ’ଣ ହେଲା, ସେତେବେଳେ ତ ଏଡସିଲ ନ ଥିଲା। ଚାକିରି ପାଇଁ ପରୀକ୍ଷା କଲ, ପରୀକ୍ଷା ପରେ ସର୍ତ୍ତ ବଦଳାଇ ଦେଲ। ଓପିଏସ୍‌ସି ଅଧିକାରୀଙ୍କ ଦୁର୍ନୀତି ଧରାପଡ଼ିଲା, ଦଣ୍ଡର ବାହାନା କଲ। ମୁଁ ଏବେ ଶୁଣୁଛି ପୁନଃନିଯୁକ୍ତି ପ୍ରମୋଶନ ଦିଆଯାଇଛି। ତେଣୁ ଓଡ଼ିଆ ପିଲାମାନଙ୍କ ସ୍ବାର୍ଥ ସାଙ୍ଗରେ କେହି ନ ଖେଳିବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେପଟେ ଧର୍ମେନ୍ଦ୍ରଙ୍କ କଥାର କଡ଼ା ଜବାବ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଏଡସିଲ ସଂସ୍ଥା ଆପଣଙ୍କ ମନ୍ତ୍ରଣାଳୟ ଅଧୀନରେ ଆସୁଛି ନା ନାହିଁ? ଉକ୍ତ ସଂସ୍ଥା ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍‌ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ? ଯଦି ଏଡସିଲ ଭୁଲ୍‌ କରିଥିଲା ତେବେ କ’ଣ ଆକ୍ସନ ନେଇଛନ୍ତି? ଏହାକୁ ବ୍ଲାକ୍‌ ଲିଷ୍ଟେଡ୍‌ କରିବାକୁ ପଦକ୍ଷେପ ନେଲେନି କି? ଏଡସିଲ ଭାରତୀୟ ସେନା ଏବଂ ଅଗ୍ନିବୀର ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ବହୁ ସଂଖ୍ୟାରେ ଯବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ବାର୍ଥ ପାଇଁ ଆଜି ଆପଣ କେବଳ ନିଜ ସଂସ୍ଥାର ସ୍ବଚ୍ଛତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି, ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡ଼ାକୁ ଟାଣି ଆଣିଛନ୍ତି। ପ୍ରଣବ ଆହୁରି ମଧ୍ୟ କହିଛନ୍ତି, ନ୍ୟାଶନାଲ ଟେଷ୍ଟିଙ୍ଗ ଏଜେନ୍ସି କ’ଣ କରେ, ତାହା ଗୋଟେ ଛୁଆକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା ନିଯୁକ୍ତି ପରୀକ୍ଷା କରେନାହିଁ, କେବଳ ଏଣ୍ଟ୍ରାନ୍ସ ପରୀକ୍ଷା ପରିଚାଳନା କରିଥାଏ। ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି, ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ। ଆଇନା ଆଗରେ ନିଜ ମୁହଁ ଦେଖିଲା ବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ ବୋଲି ପ୍ରଣବ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏହାପୂର୍ବରୁ ସକାଳେ ମଧ୍ୟ ତିନି ରାଜନୈତିକ ଦଳର ନେତାମାନେ ଗଣମାଧ୍ୟମରେ ପରସ୍ପରକୁ ଟାର୍ଗେଟ କରିଥିଲେ। ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଥିଲେ, ଓଡ଼ିଶାରେ ମାହାଲ ମାଣ୍ଡା ସରକାର ଚାଲିଥିବାରୁ ରାଜ୍ୟର ଯୋଗ୍ୟ ନିଯୁକ୍ତି ଆଶାୟୀ ଯୁବତୀଯୁବକ ଏହି ଚାକିରି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ କଲେ, ସେତେବେଳେ ମାହାଲ ମାଣ୍ଡା କେମିତି ଆସିଲେ, ମାହାଲ ମାଣ୍ଡା-ପ୍ରୋ କେମିତି ଆସିଲେ ବୋଲି ଭାଜପା ପ୍ରଶ୍ନ କରିଛି। ସେପଟେ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, ଯେହେତୁ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସି କରାଉଥିଲା, ପ୍ରଥମେ ଭାଜପା ସ୍ପଷ୍ଟୀକରଣ ରଖୁ। ଅନ୍ୟପଟେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ନିର୍ବାଚନ ଆଉ ମାତ୍ର ୩ ମାସ ରହିଲା। କିଏ ଫେକ୍‌ ତାହା ଓଡ଼ିଶାବାସୀ ଜାଣିଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ ଦେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?