ମିଶନ ଶକ୍ତି ପଦବୀ ଚୟନରେ ଅନିୟମିତତା

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିବା ପ୍ରାର୍ଥତ୍ନୀଙ୍କ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରାର୍ଥତ୍ନୀମାନେ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଏହି ପଦବୀଗୁଡିକ ନିଯୁକ୍ତି ପାଇଁ ଟଙ୍କା ମଧ୍ୟ ମଗାଯାଉଥିବା ଓଡିଓ ଗତ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଶୁକ୍ରବାର ପୁଣି ଏକ ଅଭିଯୋଗ ସାମାନାକୁ ଆସିଛି। ଜୁନାଗଡ ବ୍ଲକ କଛିମଡୋଲା ଗ୍ରାମର ହୀରାଦେଈ ନାଏକ ମିଶନ ଶକ୍ତି ପକ୍ଷରୁ ବାହାରି ଥିବା ସିଆରପି-ସିଏମ ପଦବୀ ପାଇଁ ଆବେଦନ କରିଥିଲେ। ଏଥିରେ ଗ୍ରାମର ଆଉ ଜଣେ ପ୍ରାର୍ଥତ୍ନୀ ମଧ୍ୟ ସେହି ପଦବୀ ପାଇଁ ଆବେଦନ କରିଥିଲେ। ହେଲେ ସମ୍ପୃକ୍ତ ପ୍ରାର୍ଥତ୍ନୀଙ୍କଠାରୁ ହୀରାଦେଈଙ୍କ ଅଧିକ ମାର୍କ ଥିବା ଥିବାବେଳେ ହୀରାଦେଈଙ୍କୁ ନିଯୁକ୍ତି ଦିଆ ନ ଯାଇ ବିପକ୍ଷରେ ଥିବା ପ୍ରାର୍ଥତ୍ନୀଙ୍କୁ ଉକ୍ତ ପଦବୀ ପାଇଁ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ସେ ଶୁକ୍ରବାର ଜୁନାଗଡ ବିଡିଓଙ୍କୁ ଫେରାଦ ହେବା ସହ ଲିଖିତ ଅଭିଯୋଗ ଦେଇଛନ୍ତି। ସିଆରପି ପଦବୀରେ ହୀରାଦେଈଙ୍କୁ ଚୟନ କରାଯାଇଥିବା କହି ମିଶନ ଶକ୍ତିର ଜଣେ ମହିଳା ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ସେ ଟଙ୍କା ଦେଇ ନ ପାରିଥିବାରୁ ତାଙ୍କୁ ନିଯୁକ୍ତି ଦିଆ ନ ଯାଇ ତାଙ୍କଠାରୁ କମ୍‌ ମାର୍କ ଥିବା ପ୍ରାର୍ଥତ୍ନୀଙ୍କୁ ଏହି ପଦବୀ ପାଇଁ ନିଯୁକ୍ତି ଦିଆଗଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ଚଙ୍ଗୁଡିସର ପଞ୍ଚାୟତରେ ଏମବିକେ ପଦବୀ ପାଇଁ ୨ ପ୍ରାର୍ଥତ୍ନୀଙ୍କ ସମାନ ମାର୍କ ରହିଥିବାବେଳେ ଆଉ ଜଣେ ପ୍ରାର୍ଥତ୍ନୀଙ୍କୁ କିପରି ସେହି ପଦବୀ ପାଇଁ ନିଯୁକ୍ତି ଦିଆଗଲା ବୋଲି ବିପକ୍ଷ ପ୍ରାର୍ଥତ୍ନୀ ଉର୍ମିଳା ବିଶ୍ୱାଲ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ସେ ମଧ୍ୟ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ମିଶନ ଶକ୍ତିର ଜୁନାଗଡ ବ୍ଲକ ସଂଯୋଜକ ସେହଜାଦ ଖାନଙ୍କୁ ପଚାରିବାରୁ ହୀରାଦେଈଙ୍କୁ ସ୍ଥାନୀୟ ଏସ୍‌ଏଚଜି ଗ୍ରାମରେ ରହୁ ନ ଥିବା ବୋଲି ଲିଖିତ ଅଭିଯୋଗ ଦେବା ପରେ ଗାଇଡ୍‌ଲାଇନ ଅନୁଯାୟୀ ତାଙ୍କୁ ବାଦ ଦିଆଗଲା ବୋଲି ପ୍ରକାଶ କରିଥିଲେ। ଜିଲାପାଳ ତଥା ଭିଜିଲାନ୍ସ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri