ନଦୀବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା

ଯାଜପୁର ଅଫିସ,୧୩ା୪: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଓ ଏହାର ଶାଖାନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ବହୁ ଧନଜୀବନ କ୍ଷତି ହେଉଛି। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ନଦୀବନ୍ଧ ସୁଦୃଢୀକରଣ ନାମରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ନିମ୍ନମାନର ନଦୀବନ୍ଧ ନିର୍ମାଣ ଏବଂ ଏହାର ମରାମତି କାର୍ଯ୍ୟ ଯୋଗୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଘାଈ ସୃଷ୍ଟି ହୋଇ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି। ଏହାବାଦ୍‌ କେତେକ ଅନଭିଜ୍ଞ ପେଟି କଣ୍ଟ୍ରାକ୍ଟରଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ନଦୀବନ୍ଧ ମରାମତି କାର୍ଯ୍ୟକୁ ହାଲୁକା ଭାବେ ଗ୍ରହଣ କରାଯାଉଛି। ଏହି କ୍ରମରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ହେଭଲପ୍‌ମେଣ୍ଟ ଫଣ୍ଡ(ଆରଆଇଡିଏଫ୍‌) ଅନ୍ତର୍ଗତ ରାଜ୍ୟରେ ୪୨୬.୮୦ କୋଟି ଟଙ୍କାରେ ୫୬ଟି ନଦୀବନ୍ଧ ନିର୍ମାଣ ଏବଂ ସୁଦୃଢୀକରଣ ପ୍ରକଳ୍ପ କାମ ଚାଲିଛି। ସେଥିରୁ ଯାଜପୁର ଜିଲା ଯାଜପୁର ଜଳସେଚନ ଡିଭିଜନ ଅଧୀନରେ ବୈତରଣୀ ଓ ଖରସୁଆଁ ନଦୀରେ ୪୫.୯୭ କୋଟି ଟଙ୍କାର ୫ ପ୍ରକଳ୍ପ ରହିଛି। ହେଲେ କେତେକ ଠିକାଦାରଙ୍କୁ ହାତ କରି ବିଭାଗୀୟ ଯନ୍ତ୍ରୀ ଅତି ନିମ୍ନମାନର କାମ କରୁଥିବାରୁ ବନ୍ୟା ସମୟରେ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୈତରଣୀ ଓ ତାର ଶାଖାନଦୀରେ ଯାଜପୁର ଜିଲାରେ ପ୍ରାୟ ୪୦୦ କିଲୋମିଟର ବନ୍ଧବାଡ଼ ରହିଛି ା ଆରଆଇଡିଏଫ୍‌, ନାବାର୍ଡ, ସ୍ବତନ୍ତ୍ର ରିଲିଫ କମିଶନ, ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାରେ ଅନୁଦାନ ବିନିଯୋଗ ହେଉଛି ସିନା ସ୍ଥାୟୀ ପ୍ରତିକାର ଦିଗରେ ଆଦୌ ଆନ୍ତରିକତା ନ ଥିବା ମନେ ହେଉଛି ା ଗତ ୧୬ା୯ା୨୦୨୦ରେ ବିଞ୍ଝାରପୁର ବିଧାୟିକା ତଥା ବର୍ତ୍ତମାନର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ନଦୀବନ୍ଧଗୁଡିକର ସୁଦୃଢୀକରଣ, ପୁନରୁଦ୍ଧାର, ସୁରକ୍ଷା, ଉନ୍ନତିକରଣ ଆଦି କାର୍ଯ୍ୟ ପାଇଁ ଜଳ ସମ୍ପଦ ବିଭାଗକୁ ପତ୍ର ଲେଖିଥିଲେ। ଏଥିରେ ବୈତରଣୀ ନଦୀବନ୍ଧ ଡାହାଣ ପାର୍ଶ୍ୱ ବ୍ରହ୍ମଚାରୀପାଟଣାଠାରୁ କୟାଁଗୋଲା, ଖରସ୍ରୋତା ନଦୀବନ୍ଧର ଡାହାଣ ପାର୍ଶ୍ୱ ରାଉତରାଠାରୁ କଣ୍ଟିପୁର, ଖରସ୍ରୋତା ନଦୀବନ୍ଧର ବାମ ପାର୍ଶ୍ୱ ବାଛୋଳଠାରୁ ବାଙ୍ଗରା, ନୂଆମହରା ନଦୀବନ୍ଧର ବାମପାର୍ଶ୍ୱ ନୂଆବାଙ୍କଠାରୁ ଧରମପୁର, ନୂଆମହରା ନଦୀବନ୍ଧର ଡାହାଣ ପାର୍ଶ୍ୱ ଜରି ଠାରୁ ପଣାସ, ଡାହାଣପାର୍ଶ୍ୱ ନଦୀବନ୍ଧ କେନାଲ ମନ୍ଦାରଖଣ୍ଡଠାରୁ ଶାସନପଡା, କାଣୀ ନଦୀବନ୍ଧର ବାମ ଓ ଡାହାଣ ପାର୍ଶ୍ୱର କୟାଁଗୋଲା ଠାରୁ ଦତ୍ତପୁର, ଖରସ୍ରୋତା ନଦୀବନ୍ଧର ବାମପାର୍ଶ୍ୱ ବାଛୋଳଠାରୁ ସିଂହପୁର, ଜରି ଠାରୁ ବାଙ୍ଗରା ଓ କରୁଣାଠାରୁ ବଗମରା ଇତ୍ୟାଦି ନଦୀବନ୍ଧର ସୁଦୃଢୀକରଣ କରିବାକୁ ଅନୁରୋଧ କରିଥିଲେ। ସେହିବର୍ଷ ଅର୍ଥାତ୍‌ ଅଗଷ୍ଟ ଶେଷ ବେଳକୁ ଜିଲାରେ ପ୍ରଳୟଙ୍କରୀ ବନ୍ୟାରେ ବୈତରଣୀ, ବ୍ରାହ୍ମଣୀ ଏବଂ ଏହାର ଶାଖାନଦୀଗୁଡିକରେ ୨୫ଟି ଘାଈ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ମଲ୍ଲିକ ନଦୀବନ୍ଧଗୁଡିକର ସୁଦୃଢୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କ୍ରମରେ ବୈତରଣୀ ବାମପାର୍ଶ୍ୱ ବାଲିପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୬.୭୨ କୋଟି, ବୈତରଣୀ ଡାହାଣ ପାର୍ଶ୍ୱ ନଦୀବନ୍ଧର ଦତ୍ତପୁରଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୨.୬୬ କୋଟି ଟଙ୍କା, ବୈତରଣୀ ଡାହାଣ ପାର୍ଶ୍ୱ ନଦୀବନ୍ଧର ବ୍ରହ୍ମଚାରୀପାଟଣାଠାରୁ ଅର୍ଦ୍ଦଲୁଆ ପୁନରୁଦ୍ଧାର ପ୍ରକଳ୍ପ ପାଇଁ ୧୩.୫୨ କୋଟି ଟଙ୍କା, ଖରସୁଆଁ ଡାହାଣପାର୍ଶ୍ୱ ନଦୀବନ୍ଧର ମଲ୍ଲିପୁରଠାରୁ କଣ୍ଟିିପୁର ପର୍ଯ୍ୟନ୍ତ ୭.୧୩ କୋଟି ଟଙ୍କା ଏବଂ ଖରସୁଆଁ ନଦୀବନ୍ଧର ବାମପାର୍ଶ୍ୱ ବାଘମରାଠାରୁ ସିଂହପୁର ସୁଦୃଢୀକରଣ କାର୍ଯ୍ୟ ପାଇଁ ୫.୯୪ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଏହିସବୁ ପ୍ରକଳ୍ପ ବନ୍ୟା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରହିଥିବାବେଳେ ଏଯାଏ ୨୨.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ଏହିସବୁ ନଦୀବନ୍ଧ ଉପରେ ଶତାଧିକ ଗ୍ରାମବାସୀଙ୍କ ସୁରକ୍ଷା ନିର୍ଭର କରିଥାଏ। କିନ୍ତୁ ଅତି ନିମ୍ନମାନର କାର୍ଯ୍ୟ ସମେତ ବ୍ୟାପକ ହେରାଫେରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଦତ୍ତପୁରଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ପ୍ରକଳ୍ପରେ କେଳାଙ୍ଗ ମୌଜା ବଳରାମପୁର ଗ୍ରାମ ନିକଟ ନଦୀଗର୍ଭର ପ୍ରାୟ ୧୦ ଏକର ଅଞ୍ଚଳରୁ ବେଆଇନ ଭାବେ ମାଟି ଉତ୍ତୋଳନ କରାଯାଇଛି। ଏଥିପାଇଁ ବାହାରୁ ମାଟି ଆଣି ବ୍ୟବହାର କରିବା ସ୍ଥଳେ ନଦୀବନ୍ଧ ନିକଟରୁ ଅତି ନିମ୍ନମାନର ଦୁର୍ବଳ ମାଟି ଉତ୍ତୋଳନ କରାଯାଉଛି। ଫଳରେ ନଦୀବନ୍ଧର ସୁରକ୍ଷା ତ ଦୂରର କଥା ସାମନ୍ୟା ବନ୍ୟା ଆସିଲେ ସେହି ମାଟି ଧୋଇ ଯିବ ବୋଲି ମତପ୍ରକାଶ ପାଇଛି। କେତେକ ସ୍ଥାନରେ ଯନ୍ତ୍ରୀ-ଠିକାଦାର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ଅନେକ କୋଟି ଟଙ୍କା ପାଣିରେ ପଡୁଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି କୌଣସି ନଦୀବନ୍ଧ ପୁନରୁଦ୍ଧାର ଓ ସୁଦୃଢୀକରଣ କାର୍ଯ୍ୟରେ ଅନିୟମିତତା ହେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉପରୋକ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟର ମାନ ଯାଞ୍ଚ କରାଯାଉଛି। ତଦନ୍ତରେ କୌଣସି ପ୍ରକାର ଅବହେଳା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri