ମନରେଗା ଯୋଜନାରେ ଅନିୟମିତତା : ଏନଏମଏମଏସରେ ଚଞ୍ଚକତା କରି ଅର୍ଥ ହରିଲୁଟ

ଥୁଆମୂଳ ରାମପୁର,୨୮।୪(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାକୁ ସଫଳ ରୂପାୟନ କରିବା ନିମନ୍ତେ ଗାଁସାଥି ଭାବରେ ଜଣେ ଲୋକଙ୍କୁ ଚୟନ କରାଯାଇଛି। କିନ୍ତୁ ଏହି ଗାଁସାଥିଙ୍କ ଦୌରାତ୍ମ୍ୟ ଯୋଗୁ ମନରେଗା ଯୋଜନା ବାଟବଣା ହେଉଥିବା ଅଭିଯୋଗ ଆସୁଛି। କେଉଁଠି ଗାଁସାଥୀ ନିଜେ ଠିକାଦାର ସାଜିଛନ୍ତି ତ କେଉଁଠି ନିଜ ଉପସ୍ଥିତିରେ ନିମ୍ନମାନର କିମ୍ବା ଅନିୟମିତତା କରୁଛନ୍ତି। ଗାଁସାଥୀଙ୍କ ଏଭଳି କାର୍ଯ୍ୟକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ଅଙ୍କୁଶ ଲଗା ଯାଉ ନ ଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସଦର ଗ୍ରାମପଞ୍ଚାୟତ ସମେତ ବ୍ଲକର
କାଣୀଗୁମା, କିଆପଦର, ସିନ୍ଧିପଦର, ଗୋପାଳପୁର, ତଳନାଗି, ମାଳିଗାଁ, ସିଲେଟ ଭଳି ଅନେକ ଗ୍ରାମପଞ୍ଚାୟତରେ କିଛି ଗାଁସାଥି ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଏଭଳି କାମ l ମନରେଗା ଯୋଜନାରେ ଗାଁସାଥି, ଜିଆର୍‌ଏସ, ଏଡିଇଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମିଶି ପ୍ରତ୍ୟେକ କାର୍ଯ୍ୟରେ ଚଞ୍ଚକତା କରି ଯୋଜନାରୁ ଟଙ୍କା ଉଠାଉଥିବା ଜଣାପଡିଛି।

ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗାଁସାଥୀମାନେ ପ୍ରକୃତ ଶ୍ରମିକଙ୍କ ଫଟୋ ବଦଳରେ ମୋବାଇଲ ଫଟୋକୁ ପୁଣି ଫଟୋ ଉଠାଇବା, ଜଣେ ଜଣେ ଶ୍ରମିକ ଏକା ଥରେକେ ଅନେକ ୱାର୍କ ସାଇଡରେ ଛିଡ଼ା ହୋଇ ଫଟୋ ଦେବା, ସରକାରୀ ପେନସନ ପାଉଥିବା ବୃଦ୍ଧ, ବୃଦ୍ଧା, ଛୋଟ ଛୋଟ ସ୍କୁଲ ଛୁଆଙ୍କୁ ଛିଡାକରି ଫୋଟୋ ଉଠାଇ ଅପଲୋଡ଼ କରିବା ଭଳି ଅନେକ ଘଟଣା ଗାଁ ସାଥୀମାନେ ମନଇଚ୍ଛା ଶ୍ରମିକ ହିସାବରେ ସେମାନଙ୍କ ଫଟୋକୁ ମନରେଗା ମୋବାଇଲ ମନିଟରିଂ ସିଷ୍ଟମ (ଏନଏମଏମଏସ) ରେ ଅପଲୋଡ଼ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି।

ଏହାକୁ ନେଇ ଆମ ପ୍ରତିନିଧି କିଛି ଗାଁସାଥୀଙ୍କୁ ଏବିଷୟରେ ପଚାରିବାରୁ ସନ୍ତୋଷ ଜନକ ଉତ୍ତର ପାଇ ନଥିବା ବେଳେ ଏସମ୍ପର୍କରେ ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତ ଏଡିଇଓ ଭାଗିରଥି ଧଙ୍ଗଡା ମାଝୀ, ତଳନାଗି ଏଡିଇଓ ତୃପ୍ତି ରଞ୍ଜନ ଅଧିକାରୀ, ଗୋପାଳପୁର – ସିନ୍ଧିପଦର ଜିଆର୍‌ ଏସ ବୈକୁଣ୍ଠ ଦିଶାରିଙ୍କୁ ଯୋଗାଯୋଗ କରି ପଚାରିବାରୁ ହଁ ଏମିତି ତ ହେବା କଥା ନୁହଁ ଆମେ ଦୃଷ୍ଟି ଦେବୁ ବୋଲି କହିଥିଲେ।

ସେହିପରି ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ବ୍ଲକ ଅଧକ୍ଷ ଦୟାନିଧି ମାଝୀଙ୍କୁ ଏ ବିଷୟରେ ଅବଗତ କରାଯିବାରୁ ଆମେ ତଦନ୍ତ କରିବୁ ଏବଂ ସଂପୃକ୍ତ ଗାଁ ସାଥୀ ଏବଂ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

ସୁଟ୍‌କେସ୍‌ରେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିଲେ ସୁନୀତା: ମାଡ଼ିବସିଲା ପୋଲିସ

ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ…

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri