ଖଣି ପରେ ଖଣିଜ ପାଣ୍ଠିରେ ବି ଅନିୟମିତତା

ଯାଜପୁର ଅଫିସ,୩୧ା୫: ଖଣିରୁ ଆସିଥିବା ଖଣିଜ ପାଣ୍ଠିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ଗଠିତ ହୋଇଛି। ସେହିପରି ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବ୍‌ସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ହୋଇଛି। ଏହି ଦୁଇ ଖଣିଜ ପାଣ୍ଠି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ସହ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଖସଡା ପ୍ରସ୍ତୁତ ହୋଇଛି। ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳରେ ସ୍ବଚ୍ଛ ଜଳ ଯୋଗାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବେ ଡିଏମ୍‌ଏଫ୍‌ ପାଣ୍ଠିରୁ କୃଷିର ବିକାଶ ଲକ୍ଷ୍ୟ ରଖି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହାପୂର୍ବରୁ ଡିଏମ୍‌ଏଫ୍‌ ପାଣ୍ଠିରୁ ନିର୍ମାଣ ହୋଇଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାର୍ଯ୍ୟରେ ଲାଗି ପାରିନାହିଁ। ଏହାବାଦ୍‌ ୨୦୧୭ରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି ପାଣ୍ଠିରୁ ନିର୍ମାଣ ହେଉଥିବା ୩ଟି ମେଗା ଜଳ ଯୋଗାଣ ପ୍ରକଳ୍ପରୁ ଏଯାଏ ନିର୍ଦ୍ଧାରିତ ଅଞ୍ଚଳବାସୀ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଅନ୍ୟପକ୍ଷେ ସମ୍ପୃକ୍ତ ଠିକାସଂସ୍ଥା ଏନ୍‌ସିସି ବିଳମ୍ବର ସୁଯୋଗ ନେଇ ଚୁକ୍ତିଠାରୁ ଅଧିକ ଅର୍ଥ ମଞ୍ଜୁର କରି ନେଇଛନ୍ତି। ଗତ ୨୨ା୫ା୨୦୨୩ରେ ୩୭ଟି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ନିର୍ମାଣ ହେଉଥିବା ପ୍ରଥମ ପ୍ରକଳ୍ପରେ ପୁଣି ୩.୬୯ କୋଟି ଟଙ୍କା ଚଣ୍ଡିଖୋଲ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି। ପୂର୍ବରୁ ଏହି ପ୍ରକଳ୍ପରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ଇଞ୍ଜିନିୟର୍ସ ଅଥରିଟି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଏଭଳି ଭାବେ ଖଣି ଲୁଟରୁ ଗଠିତ ହୋଇଥିବା ଓଏମ୍‌ବିଏଡିସି ପାଣ୍ଠିର ବ୍ୟାପକ ଅନିୟମିତତା ହେଉଥିଲେ ହେଁ ବିଭାଗୀୟ ଅଧିକାରୀମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି।
ଗତ ୨୧ା୪ା୨୦୨୩ରେ ଡିଏମ୍‌ଏଫ୍‌ ସେଲର ୪୦ ତମ ବୈଠକରେ ସୁକିନ୍ଦା ଖଣି ଅଞ୍ଚଳରେ ୭ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରସ୍ତାବ ହୋଇଥିଲା। ଏହି ପ୍ରସ୍ତାବକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ବିଶ୍ୱଜିତ ବିଶ୍ୱାଳ ମଙ୍ଗଳବାର ମଞ୍ଜୁର କରିଛନ୍ତି। ଏହି ମର୍ମରେ ସେ ଯାଜପୁର ଜିଲାପାଳ ତଥା ଡିଏମ୍‌ଏଫ୍‌ର ମ୍ୟାନେଜିଂ ଟ୍ରଷ୍ଟିଙ୍କୁ ପତ୍ର ମାଧ୍ୟମରେ ସୂଚିତ କରିଛନ୍ତି। ମଞ୍ଜୁର ହୋଇଥିବା ଏହି ୭ଟି ପ୍ରକଳ୍ପରେ ସମୁଦାୟ ୨୫୨ ହେକ୍ଟର(ଖରିଫ-୧୪୦ ଓ ରବି ୧୧୨ ହେକ୍ଟର) ଜମିରେ ଜଳସେଚିତ ହେବ। ଏଥିପାଇଁ ୨ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହିସବୁ ପ୍ରକଳ୍ପ ସୁକିନ୍ଦା ଖଣି ଅଞ୍ଚଳର କଦମ୍ବପାଳ-୨, କଦମ୍ବପାଳ-୩, ମୂଳଖମ୍ବ-୧, ମୂଳଖମ୍ବ-୨, ମୂଳଖମ୍ବ-୩, କୁହିକା-୨ ଓ କୁହିକା-୩ ପ୍ରକଳ୍ପଗୁଡିକ ରହିଛି।
ସୂଚନାଯୋଗ୍ୟ, ୨୦୧୧-୧୨ ଆର୍ଥିକ ବର୍ଷରୁ ଯାଜପୁର ଜିଲାରେ ନିର୍ମାଣାଧୀନ ୧୨ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଛି। ଏଥିରେ ଡିଏମ୍‌ଏଫ୍‌ ପାଣ୍ଠିରୁ ମେଘା ଇଞ୍ଜିନିୟର୍ସ ପ୍ରକଳ୍ପ ନିର୍ମାଣ କରୁଛି। ଜିଲାର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ଯୋଜନା ହୋଇଛି ା କିନ୍ତୁ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ୍‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। କିନ୍ତୁ ସରକାରଙ୍କ ରୋଷର ଶିକାରରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ କାର୍ଯ୍ୟରେ ନ ଲାଗି ସମ୍ପୃକ୍ତ ଠିକାଦାରମାନଙ୍କ ସ୍ବାର୍ଥରେ ସ୍ବାହା ହୋଇଥିବା ମତପ୍ରକାଶ ପାଇଛି। ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ମଙ୍ଗଳବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?