ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ କୃଷି ବିଭାଗ ଆକ୍ସନ ମୋଡରେ ବାହାରିଛି। କୃଷି ବିଭାଗର ଏକ ଏନଫୋର୍ସମେଣ୍ଟ ଟିମ୍‌ ଶୁକ୍ରବାର ଜିଲାର ବିଭିନ୍ନ ସାର ବିକ୍ରେତାଙ୍କ ଗୋଦାମ, ଦୋକାନରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସାର ବିକ୍ରିରେ ଅନିୟମିତତା ମଧ୍ୟ ଧରାପଡ଼ିଥିଲା। ଏହି କ୍ରମରେ ୬ ଡିଲରଙ୍କ ସାର ବିକ୍ରି ଲାଇସେନ୍ସକୁ ରବ୍ଦ କରି ଦିଆଯାଇଛି। ସେଗୁଡିକ ହେଲା ଭେଡେନର ସଂଯୁକ୍ତା ଟ୍ରେଡର୍ସ, ଅତାବିରା ବ୍ଲକର ଆଦିତ୍ୟ ଟ୍ରେଡର୍ସ, ମଣିକଣ୍ଠ ପେଷ୍ଟିସାଇଡ୍‌ସ, ଶ୍ୟାମ ସିଡ୍‌ସ୍‌, ଜଗନ୍ନାଥ ଷ୍ଟୋର ଏବଂ ବିଜୟଲକ୍ଷ୍ମୀ ଏଗ୍ରୋ କେମିକାଲସ୍‌ ଷ୍ଟୋର। ସେହିପରି ୧୫ଡିଲରଙ୍କ ସାରବିକ୍ରି ଲାଇସେନ୍ସକୁ ୧୫ଦିନ ପାଇଁ ନିଲମ୍ବନ କରାଯାଇଛି। ସମ୍ପୃକ୍ତ ଡିଲର ଗୁଡ଼ିକ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ଆମ୍ବସଢାର ଭେଙ୍କଟେଶ୍ୱର ଏଜେନ୍ସିଜ୍‌, ବରଗଡ଼ ମ୍ୟୁନିସିପାଲିଟିର ଡିଲର ଶେଷଦେବ ପ୍ରଧାନ, ଗାୟତ୍ରୀ ଟ୍ରେଡର୍ସ, ଅତାବିରା ବ୍ଲକର ସମଲେଶ୍ୱରୀ ବିହନ ଭଣ୍ଡାର, ନକ୍ଷତ୍ର ପେଷ୍ଟିସାଇଡସ୍‌, କ୍ରିଷ୍ଣା ଟ୍ରେଡର୍ସ, ଅମ୍ବାଭୋନା ବ୍ଲକର ଭବ୍ୟାଂଶୀ ଟ୍ରେଡର୍ସ, ବିଶ୍ବାଳ ଟ୍ରେଡର୍ସ, ମାଝି ପେଷ୍ଟିସାଇଡସ୍‌, ପ୍ରଧାନ ଟ୍ରେଡର୍ସ, ରାଜୁ ପେଷ୍ଟିସାଇଡସ୍‌, ଶେଖର ଏଣ୍ଟରପ୍ରାଇଜ୍‌, ନାରାୟଣୀ ଟ୍ରେଡର୍ସ, ପ୍ରଧାନ ଟ୍ରେଡର୍ସ ଏବଂ ସାହୁ ଟ୍ରେଡର୍ସ। ମୁଖ୍ୟ ଜିଲା କୃଷି ଅଧିକାରୀ ମମତାରାଣୀ ତ୍ରିପାଠୀ, ବରଗଡ଼ ବ୍ଲକ କୃଷି ଅଧିକାରୀ ଇତିସ୍ମିତା ଦେବତା, ଅତିରିକ୍ତ ତହସିଲଦାର ନିଶିକାନ୍ତ ମେହେର, ବରଗଡ଼ ବ୍ଲକର ସହକାରୀ କୃଷି ଅଧିକାରୀ ସେନଲ ମଣ୍ଡିପ, ଭେଡେନ ବ୍ଲକ କୃଷି ଅଧିକାରୀ, ଭଟଲି ଜିଲା କୃଷି ଅଧିକାରୀ ସୁଶ୍ରୀସ୍ମିତା ପଣ୍ଡା, ବ୍ଲକ କୃଷି ଅଧିକାରୀ ପିଙ୍କୁସେନ କର, ସୁଜାତା ଛତ୍ରିଆ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri