ସାଧାରଣ ଖାଉଟିଙ୍କୁ ମାଣ୍ଡିଆ ବଣ୍ଟନରେ ଅନିୟମିତତା: ଓଜନରେ କରୁଥିଲେ ହେରଫେର, ଧରାପଡ଼ି…

ପାରଳାଖେମୁଣ୍ଡି,୧୩।୭(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ବ୍ଳକର ଚାନ୍ଦିପୁଟ ପଞ୍ଚାୟତରେ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ ମାଣ୍ଡିଆ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ଯୋଗାଣ ସହାୟକ ବଦ୍ରିନାଥ ନାୟକ ଜାଣିଶୁଣି ଅଖା ଓଜନ କାଟୁଥିବା କହି ଖାଉଟି ମାନଙ୍କୁ କାର୍ଡ ପିଛା ଆନୁମାନିକ ୧ କେଜିର ମାଣ୍ଡିଆ ଦେଉଥିଲେ । ଖାଉଟିମାନେ ବାହାରକୁ ଯାଇ ଅନ୍ୟ ଦୋକାନରେ ଓଜନ କରିବାରେ ୧.୨ କିଗ୍ରା ଥିବା ଜଣାପଡିଥିଲା । ଯାହାକୁ ନେଇ ଖାଉଟି ମାନଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏ ନେଇ ବ୍ଳକ ଯୋଗାଣ ଅଧିକାରୀଙ୍କୁ ସମସ୍ୟା ଜଣାଇବା ସହ ପଞ୍ଚାୟତରେ ଆସି ହୋହାଲ୍ଲା କରିଥିଲେ । ତେବେ ସେଠାରେ ଯୋଗାଣ ସହାୟକ ନିଜ ଭୁଲ ସ୍ବିକାର କରିବା ସହ ଯାନ୍ତ୍ରିକ ତୃଟି ଯୋଗୁ ଏଭଳି ଘିଟିଥିବା ପ୍ରକାଶ କରିଛନ୍ତି। ଏହା ସହ ଆସିଥିବା ହିତାଧିକାରୀଙ୍କୁ ୧.୨ କିଗ୍ରା ବଦଳରେ .୭୫୦ ଗ୍ରାମ ମାଣ୍ଡିଆ ବଣ୍ଟନ କରିଛନ୍ତିି । ଚାନ୍ଦିପୁଟ ଗ୍ରାମପଞ୍ଚାୟତର ସରକାରୀ ସୂଲଭ ମୂଲ୍ୟ ଦୋକାନରେ ପୁର୍ବରୁ ଅନେକ ଥର ଖାଦ୍ୟ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତା ହେଉଥିବା ଘଟଣା ନଜିର ରହିଛି। ତେବେ ପୁଣି ଏହି ଘଟଣା ଘଟିବା ପରେ ଜନସାଧାରଣ ପାଇଁ ଆସୁଥିବା ଖାଉଟି ସାମଗ୍ରୀକୁ ଅସାଧୁ ଉପାୟରେ ବାଟମାରଣା ହେଉଥିବା ପଦାରେ ପକାଉଛି । ଏନେଇ ହିତାଧିକାରୀମାନେ ଅସନ୍ତୋଷ ପ୍ରକଟ କରିବା ସହ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଅନ୍ୟ ପକ୍ଷରେ ପଞ୍ଚାୟତର ସୂଚନା ଫଳକରେ କୈାଣସି ମାର୍ଗଦର୍ଶିକା ମଧ୍ୟ ଉଲ୍ଲେଖ କରାଯାଉ ନ ଥିବା ଦେଖିବାକୁ ମିଳିଛି । ଯୋଗାଣ ସହାୟକ ଓ ବିଭାଗୀୟ ଅଧିକାରୀଙ୍କ ମିଳିତଭାବରେ ସରକାର ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଠକାମୀର ଶିକାର ହୋଇଥିବା ଶିବରାମ ସାହୁଙ୍କ ସହ ଅନେକ ଖାଉଟି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?