ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା

କାମାକ୍ଷାନଗର, ୨୩।୮(ସୁଧୀର ପରିଡ଼ା): ମାତ୍ର ୮ମାସ ତଳେ ଜଳ ନିଷ୍କାସନ ପାଇଁ ତିଆରି କରାଯାଇଥିବା କଂକ୍ରିଟ୍‌ ପ୍ଲାଟ୍‌ଫର୍ମ ଫାଟି ଅଁା କରିଛି। ଅଧିକ ପାଣି ମହଜୁଦ୍‌ ହେଲେ କାଳେ ଭୁଶୁଡ଼ି ପଡ଼ିବ, ସେହି ଭୟରେ ଜଳାଶୟ ଭିତରକୁ ଯାଉଥିବା ପାହାଡ଼ ପାଣି ବନ୍ଦ କରିଦିଆଯାଇଛି। ଢେଙ୍କାନାଳ ଜିଲା ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକର ଅମୃତ ସରୋବର ପ୍ରକଳ୍ପ କାର୍ଯ୍ୟରେ ଏଭଳି ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିବାବେଳେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନେ।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-୨.୦ ଆନୁକୂଲ୍ୟରେ କୃଷିର ବିକାଶ ପାଇଁ ୨୦୨୨-୨୩ ଆର୍ଥକ ବର୍ଷରେ କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମ ଡାହିନାଳୀ ଅମୃତ ସରୋବର ଉନ୍ନତୀକରଣ ପାଇଁ ୧୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ପୋଖରୀ ନିକଟରେ ଥିବା ୧୭.୫ ଏକର ଚାଷ ଜମିରେ ଉକ୍ତ ପ୍ରକଳ୍ପ ଜଳ ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିଲା। ହେଲେ ପୋଖରୀ ଖନନ, ପୋଖରୀ ଭିତରକୁ ପାଣି ପ୍ରବେଶ ଓ ନିଷ୍କାସନ କାର୍ଯ୍ୟ ନିୟମ ଅନୁଯାୟୀ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଡାହିନାଳୀ ଅମୃତ ସରୋବର ଖୋଳିବାର ୬ ମାସ ନ ପୂରୁଣୁ ପୋଖରୀ ହୁଡା ଭୁଶୁଡ଼ି ପଡ଼ିଥିଲା। ଜଳ ପ୍ରବେଶ ଏବଂ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ ନଳା ଭାଙ୍ଗି ଯାଇଥିଲା। ଏହାପରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ତରବରିଆ ଭାବେ ଏହାର ମରାମତି କରିଥିଲା। ନିର୍ମାଣ ହୋଇଥିବା କଂକ୍ରିଟ ନଳା ମରାମତି ନ କରି କେବଳ ମେଟାଲିଂ କରି ଛାଡ଼ି ଦିଆଯାଇଥିଲା। ଏପରି କରି ସାଇଡ୍‌ ଓ୍ବାଲ୍‌ ମଧ୍ୟ ନିର୍ମାଣ ହୋଇନାହିଁ । ତେଣୁ ପାଣି ନିଷ୍କାସନ ପଥରେ ହ୍ୟୁମ୍‌ ପାଇପ୍‌ ଭାର ସମ୍ଭାଳିବା ଲାଗି ନିର୍ମାଣ କରାଯାଇଥିବା କଂକ୍ରିଟ୍‌ ପ୍ଲାଟଫର୍ମ ଫାଟି ଅଁା କରିଛି। ତେଣୁ ପୋଖରୀ ଭିତରକୁ ପାହାଡ଼ ପାଣି ଛଡ଼ା ଯାଉନାହିଁ। ଫଳରେ ଜଳସେଚନ ଲକ୍ଷ୍ୟରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପର ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲାପାଳ ଏଭଳି ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସମ୍ପଦ ସ୍ବରୂପ ସାମଲ କୁହନ୍ତି, ବୁଧବାର କ୍ଷେତ୍ର ପରିଦର୍ଶନ କରି ଦେଖିବା ପରେ ପ୍ରକଳ୍ପ ମରାମତି କରାଯିବ। ପୋଖରୀକୁ ଉପରମୁଣ୍ଡରୁ ପାଣି ଛଡ଼ାଯାଉ ନ ଥିବା ସମ୍ପର୍କରେ ପଚାରିବାରେ ସେ କୁହନ୍ତି, ଜଳାଶୟ ଜଳ ପରିଚାଳନା ଦାୟିତ୍ୱରେ ଥିବା ଅନକେଇନାଳ ଜଳବିଭାଜିକା କମିଟିକୁ ପାଣି ଛାଡ଼ିବା ପାଇଁ କୁହାଯାଇଛି। ସେମାନଙ୍କୁ ତାଗିଦ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?