Posted inଜାତୀୟ

ସ୍ତ୍ରୀଙ୍କର ସନ୍ତାନ ନ ହେବା ଭାଗ୍ୟର ବିଡ଼ମ୍ବନା, ଏନେଇ ତାଙ୍କୁ ଛାଡ଼ପତ୍ର ଦେଇ ପାରିବେନି ସ୍ବାମୀ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଚେନ୍ନାଇ,୩।୧ : ସ୍ତ୍ରୀଙ୍କର ସନ୍ତାନ ନ ହେବା ଭାଗ୍ୟର ବିଡ଼ମ୍ବନା, ଏନେଇ ତାଙ୍କୁ ସ୍ବାମୀ ଛାଡ଼ପତ୍ର ଦେଇ ପାରିବେନି। ଏଭଳି କ୍ଷେତ୍ରରେ ସ୍ବାମୀଙ୍କ ପ୍ରତି ସ୍ତ୍ରୀ କ୍ରୁରତା କରିଥିବା କୁହାଯାଇ ପାରିବ ନାହିଁ। ଗର୍ଭାଶୟ କ୍ୟାନସର ରୋଗରେ ଆକ୍ରାନ୍ତ ହେବା ପରେ ଜଣେ ବିବାହିତା ମହିଳା ତାଙ୍କ ଗର୍ଭାଶୟକୁ ବାହାର କରିଦେଇଥିଲେ। ଯାହା ଦ୍ୱାରା ସେ ଗର୍ଭଧାରଣ କରିବାରେ ଅସମର୍ଥ ହୋଇଥିବାରୁ ଏହାକୁ ତାଙ୍କ ସ୍ବାମୀଙ୍କ ପ୍ରତି ମାନସିକ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ ମାଡ୍ରାସ ହାଇକୋର୍ଟ କହିଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଜଷ୍ଟିସ ଆରଏମଟି ଟେକା ରମଣ ଏବଂ ମଦୁରାଇ ବେଞ୍ଚର ପି.ବି ବାଲାଜୀ ପରିବାର କୋର୍ଟଙ୍କର ଏକ ରାୟକୁ କାଏମ ରଖିଛନ୍ତି। ସ୍ବାମୀ ନିଜ ଉପରେ ମାନସିକ ନିର୍ଯାତନା ଦର୍ଶାଇ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ସ୍ତ୍ରୀଙ୍କର ସନ୍ତାନ ପ୍ରସବ କରିବାରେ ଅସମର୍ଥତା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ମାନସିକ ନିର୍ଯାତନା ବୋଲି ସ୍ବାମୀ ଆବେଦନରେ ଉଲ୍ଲେଖ କରିଥିଲେ।

ତେବେ ହାଇକୋର୍ଟ କହିଛନ୍ତି ମହିଳା ଜଣକ ତାଙ୍କ ବିବାହ ପରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଏହି ନିବେଦନକୁ ଖାରଜ କରିବାରେ ପରିବାର କୋର୍ଟ ଠିକ ରାୟ ପ୍ରଦାନ କରିଛନ୍ତି। ବିବାହ ପୂର୍ବରୁ ତାଙ୍କର ଏସମ୍ପର୍କିତ କୌଣସି ଲକ୍ଷଣ ନ ଥିଲା ଏବଂ ତେଣୁ ସେ କୌଣସି ଚିକିତ୍ସା ସୂଚନାକୁ ଲୁଚାଇଥିବା କୁହାଯାଇପାରିବ ନାହିଁ। ଏହା ସ୍ତ୍ରୀଙ୍କର ଯୋଜନାବଦ୍ଧ କାର୍ଯ୍ୟ ନୁହେଁ। ଏହା ଭାଗ୍ୟର ବିଡ଼ମ୍ବନା ବୋଲି ହାଇକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri