Posted inଖେଳ

ଐତିହାସିକ ସିରିଜ୍‌ ଜିତିଲା ଆୟର୍ଲାଣ୍ଡ

ଜାମାଇକା,୧୭।୧: ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଅପ୍ରତ୍ୟାଶିତ ଭାବେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି ଆୟର୍ଲାଣ୍ଡ। ବିଦେଶରେ ଆଇସିସିର କୌଣସି ପୂର୍ଣ୍ଣ ସଦସ୍ୟ ବିପକ୍ଷରେ ଏହା ଦଳର ପ୍ରଥମ ସିରିଜ୍‌ ବିଜୟ। ରବିବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ତୃତୀୟ ଦିନିକିଆରେ ଆୟର୍ଲାଣ୍ଡ ୨ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ପୁଣି ଥରେ ଆଣ୍ଡି ମ୍ୟାକବ୍ରାଇନ୍‌ ଉଭୟ ବ୍ୟାଟ ଓ ବଲରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

ଦ୍ୱିତୀୟ ମ୍ୟାଚ୍‌ ଭଳି ଏଥର ମଧ୍ୟ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏକଦା ବିନା କ୍ଷତିରେ ୭୨ ରନ୍‌ କରିଥିବା ଘରୋଇ ଦଳ ବିପର୍ଯ୍ୟୟ କାରଣରୁ ୧୧୯ ରନ୍‌ ମଧ୍ୟରେ ୭ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶେଷ ଆଡ଼କୁ ଜାସନ ହୋଲ୍ଡରଙ୍କ ୪୪, ଓଡେନ ସ୍ମିଥ (୨୦)ଙ୍କ ଯୋଗୁ ଓ୍ବେଷ୍ଟଇଣ୍ଡିଜ ୨୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆୟର୍ଲାଣ୍ଡ ପାଇଁ ଆଣ୍ଡି ମ୍ୟାକବ୍ରାଏନ ୪ ଓ କ୍ରେଗ୍‌ ୟଙ୍ଗ ୩ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ବଲରେ ଆୟର୍ଲାଣ୍ଡ ହରାଇଥିଲା ବରିଷ୍ଠ ଓପନର ଓ୍ବିଲିୟମ ପୋର୍ଟଫିଲ୍ଡଙ୍କ ଉଇକେଟ। କିନ୍ତୁ ଅଧିନାୟକ ପଲ ଷ୍ଟ୍ରିରଲିଙ୍ଗ ୪୪, ମ୍ୟାକବ୍ରାଏନ ୫୯, ହାରି ଟେକ୍ଟରଙ୍କ ୫୨ ରନ୍‌ର ପାଳି ଭ୍ରମଣକାରୀ ଦଳକୁ ଭଲ ପ୍ଲାଟଫର୍ମ ଦେଇଥିଲେ। ଏପରି କି ଶେଷ ଆଡ଼କୁ ଦଳ ୪୦ ରନ୍‌ ମଧ୍ୟରେ ୫ ଉଇକେଟ ହରାଇବା ପରେ ମଧ୍ୟ ମ୍ୟାଚ୍‌ ଜିତି ନେଇଥିଲା। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ ରେଷ୍ଟେନ ଚେଜ ଓ ଅକିଲ ହେସେନ ୩ ଲେଖାଏ ସଫଳତା ପାଇଥିଲେ। ତେବେ ଏହା ଆୟର୍ଲାଣ୍ଡ ପାଇଁ କ୍ରିକେଟ ଇତିହାସର ଦ୍ୱିତୀୟ ସିରିଜ୍‌ ବିଜୟ। ଏଥିପୂର୍ବରୁ ଦଳ ୨୦୧୯ରେ କେବଳ ଜିମ୍ବାଓ୍ବେକୁ ହରାଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଟୁଇଟ୍‌କୁ ମିଳିଛି ବର୍ଷର ସର୍ବାଧିକ ଲାଇକ୍‌

ନୂଆଦିଲ୍ଲୀ,୯।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ‘ଭାମିକା’ର ଜନ୍ମକୁ ନେଇ କରିଥିବା ଟୁଇଟ୍‌କୁ ୨୦୨୧ରେ ସର୍ବାଧିକ ଲାଇକ୍‌ ମିଳିଛି। ଏ...

‘ଲର୍ଡ ଶାର୍ଦ୍ଦୁଲ’ ନାମରେ ସୁପରହିଟ୍‌ ହେଲେ ଏହି ଭାରତୀୟ ଅଲରାଉଣ୍ଡର; କିଛି ଏଭଳି ପ୍ରତିକ୍ରିୟା ରଖିଲେ ସେ

ନୂଆଦିଲ୍ଲୀ,୭।୯: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ପ୍ରଶଂସିତ ହେଉଛନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଉଭୟ ଇନିଂସରେ...

ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସର କିରନ୍‌ ପୋଲାର୍ଡ: ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଭେଟେରାନ କ୍ରିକେଟର କିରନ୍‌ ପୋଲାର୍ଡ। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ।...

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା...

ଆର୍‌ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…

ନୂଆଦିଲ୍ଲୀ,୧୮।୨: ଖୁବ୍‌ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ...

କୋରିଆକୁ ୭-୨ରେ ହରାଇଲା ଜର୍ମାନୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ହକି ବିଶ୍ୱକପର ଶେଷ ଗ୍ରୁପ୍‌ ମ୍ୟାଚରେ ଶୁକ୍ରବାର ଦକ୍ଷିଣ କୋରିଆକୁ ୭-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ମାତ୍ର...

ଅଙ୍କିତା ଫାଇନାଲ ରାଉଣ୍ଡରେ

ମେଲବୋର୍ନ, ୧୩ା୧ (ପି.ଟି.)-ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ୩ ସେଟ୍‌ବିଶିଷ୍ଟ...

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ...

Advertisement
Archives

Model This Week