Posted inଖେଳ

ଇରାନର ପ୍ରଥମ ବିଜୟ

ଅଲ୍‌ ରାୟାନ, ୨୬।୧୧ (ଏପି):  ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ ଓ୍ବେଲ୍ସକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଇରାନ ଶକ୍ତିଶାଳୀ ଇଂଲଣ୍ଡଠାରୁ ୨-୬ ଗୋଲରେ ହାରି ଯାଇଥିଲା। ୨ ମ୍ୟାଚରୁ ଏହି ଦଳ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚକୁ ଆମେରିକା ବିପକ୍ଷରେ ଡ୍ର ରଖିଥିବା ଓ୍ବେଲ୍ସ ୨ ମ୍ୟାଚ ପରେ ଟେବୁଲର ନିମ୍ନରେ ରହିଛି।
ଇରାନ-ଓ୍ବେଲ୍ସ ଗ୍ରୁପ୍‌ ‘ବି’ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ୯୦ ମିନିଟ ପର୍ଯ୍ୟନ୍ତ ଗୋଲ ନ ହେବାରୁ ମ୍ୟାଚଟି ଡ୍ର ରହିବା ଆଶା କରାଯାଉଥିଲା। ତେବେ ଇଞ୍ଜୁରି ଟାଇମ୍‌ର ମାତ୍ର ୩ ମିନିଟ ମଧ୍ୟରେ ୨ଟି ଗୋଲ ଇରାନକୁ ବିଜୟ ମୁକୁଟ ପିନ୍ଧାଇ ଦେଇଥିଲା। ଇରାନର ମେହଦି ଟାରେମିଙ୍କୁ ହାଇ ଚ୍ୟାଲେଞ୍ଜ ପାଇଁ ଓ୍ବେଲ୍ସର ପ୍ରଥମ ପସନ୍ଦ ଗୋଲକିପର ଓ୍ବେନି ହେନେସି ୮୬ତମ ମିନିଟରେ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଏହା ଦଳ ପାଇଁ ମହଙ୍ଗା ପଡ଼ିଥିଲା। ତାଙ୍କ ସ୍ଥାନରେ ଗୋଲକିପିଂ କରିଥିବା ଡାନି ଓ୍ବାର୍ଡଙ୍କୁ ୯୦+୮ ମିନିଟରେ ଚକ୍‌ମା ଦେଇଥିଲେ ରୌଜ୍‌ବେ ଚେସମି। ବକ୍ସ ଏରିଆ ବାହାରୁ ଚେସ୍‌ମି ମାରିଥିବା ଶଟ୍‌କୁ ଓ୍ବାର୍ଡ ଡାଇଭ୍‌ ମାରି ମଧ୍ୟ ରୋକିପାରି ନ ଥିଲେ। ୯୦+୧୧ ମିନିଟରେ ଇରାନ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ ରମିନ ରେଜାଇନ। ଏହାପରେ ଇରାନ ଶିବିରରେ ଏକପ୍ରକାର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।
ଏହି ମ୍ୟାଚରେ ଓ୍ବେଲ୍ସ ପକ୍ଷରୁ ଗାରେଥ ବାଲେ ୧୧୦ତମ ମ୍ୟାଚ ଖେଳିଥିଲେ। ଓ୍ବେଲ୍ସ ଜାତୀୟ ଦଳ ପକ୍ଷରୁ କୌଣସି ଖେଳାଳି ଏତେ ମ୍ୟାଚ ଖେଳିବା ଏହା ପ୍ରଥମ। ୧୯୫୮ ପରେ ଓ୍ବେଲ୍ସ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳୁଛି। ଗତ ସିଜନରେ ଏଲ୍‌ଏଏଫ୍‌ସି ପକ୍ଷରୁ ବଡ଼ ଲିଗ୍‌ରେ ପ୍ରତିନିଧିତ୍ୱ କରିଥିବା ବାଲେ ଓ୍ବେଲ୍ସ ପକ୍ଷରୁ ମୋଟ ୪୧ଟି ଗୋଲ ସ୍କୋର କରିଛନ୍ତି। ଦେଶ ପକ୍ଷରୁ ସର୍ବାଧିକ ମ୍ୟାଚ ଖେଳିବାରେ ସେ ଖ୍ରିସ୍‌ ଗୁଣ୍ଟର (୧୦୯)ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ୨ଟି ବିଶ୍ୱକପ ଖେଳି ଆସୁଥିବା ଇରାନ କେବେହେଲେ ନକ୍‌ଆଉଟରେ ପ୍ରବେଶ କରି ପାରିନାହିଁ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ କନ୍‌କସନ ଯୋଗୁ ଇରାନର ମୁଖ୍ୟ ଗୋଲକିପର ଅଲୀ ବେରାନଭାଣ୍ଡ ଓ୍ବେଲ୍ସ ବିପକ୍ଷ ମ୍ୟାଚ ଖେଳି ନ ଥିଲେ। ହୋସେନ ହୋସେନି ତାଙ୍କ ସ୍ଥାନ ନେଇଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଇରାନ ସରକାରଙ୍କୁ ବିରୋଧ କରି ଖେଳାଳିମାନେ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ। ଓ୍ବେଲ୍ସ ବିପକ୍ଷ ମ୍ୟାଚରେ ଖେଳାଳିମାନେ ଜାତୀୟ ସଙ୍ଗୀତ ଗାଇଥିଲେ ହେଁ ଷ୍ଟାଡିୟମ ବାହାରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri