Posted inଖେଳ

ଇରାନ ଶାସକ-ବିରୋଧୀ ସମର୍ଥକ ମୁହାଁମୁହିଁ

ଅଲ୍‌ ରାୟାନ (କାତାର), ୨୬।୧୧(ଏପି): ଚଳିତ ବିଶ୍ୱକପ୍‌ରେ ଶୁକ୍ରବାର ଇରାନର ଦ୍ୱିତୀୟ ମ୍ୟାଚ ବେଳେ ଇରାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଏକ ଛାପ ଦେଖିବାକୁ ମିଳିଥିଲା। ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମ ବାହାରେ ସରକାରୀ ସମର୍ଥକ ବିରୋଧୀଙ୍କୁ ହଇରାଣ କରିଥିଲେ। ସରକାରଙ୍କ ନୀତିର ପ୍ରତିବାଦ କରି ଇରାନ ଫୁଟ୍‌ବଲ ଦଳର ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ। କିନ୍ତୁ ଶୁକ୍ରବାର ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ କିଛି ସମର୍ଥକ କାନ୍ଦିବା, ହ୍ବିସିଲ ବଜାଇବା ସହ ହଟ୍ଟଗୋଳ କରିବାରୁ ଖେଳାଳିମାନେ ସେମାନଙ୍କ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଇରାନର କିଛି ସମର୍ଥକ ଅହମ୍ମଦ ବିନ୍‌ ଅଲି ଷ୍ଟାଡିୟମରେ ପ୍ରବେଶ କରୁଥିବା ସମର୍ଥକଙ୍କଠାରୁ ଫରାସୀ ପ୍ରାକ୍‌-କ୍ରାନ୍ତିକାରୀ ଇରାନୀ ପତାକା ଜବତ କରିଥିଲେ । ଦେଶ ବିରୋଧୀ ଆନ୍ଦୋଳନର ସ୍ଲୋଗାନ ସହ ସେମାନେ ‘ନାରୀ ଜୀବନ ସ୍ବାଧୀନତା’ ସ୍ଲୋଗାନ ସ୍ଥାନ ପାଇଥିବା ଶର୍ଟ ପିନ୍ଧିଥିଲେ। କିଛି ମହିଳା ସେମାନଙ୍କ ପ୍ରତିବାଦର କାରଣ ସମ୍ପର୍କରେ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ବେଳେ ଦଳେ ଉତ୍ତ୍ୟକ୍ତ ପୁରୁଷ ଲୋକ ସେମାନଙ୍କ ଉଦ୍ଦେଶ୍ୟରେ ‘ଇସ୍‌ଲାମିକ୍‌ ରିପବ୍ଲିକ ଅଫ୍‌ ଇରାନ’ ବୋଲି ସ୍ଲୋଗାନମାନ ଦେଇଥିଲେ। ଇରାନ ସରକାରଙ୍କ ସମର୍ଥକମାନେ ଜାତୀୟ ପତାକା ସହ ଘେରିଯିବା ସହିତ ସେମାନଙ୍କ ମୋଇଲ ଫୋନ୍‌ରେ ଚିତ୍ର ଉତ୍ତୋଳନ କରିଥିଲେ। ଅଧିକାଂଶ ମହିଳା ଏଥିରେ ଭୟଭୀତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଷ୍ଟାଡିୟମ ପ୍ରବେଶପଥରେ ରହିଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସରକାରୀ ସମର୍ଥକମାନେ ‘ବ୍ୟାକ୍‌ ଦି ଇସ୍‌ଲାମିକ୍‌’ ସ୍ଲୋଗାନ ଦେଉଥିବା ବେଳେ ବିରୋଧୀମାନେ ‘ଓମ୍ୟାନ ଲାଇଫ୍‌ ଫ୍ରିଡମ୍‌’ ସ୍ଲୋଗାନ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲୀୟ ସ୍ପିନରଙ୍କ ଦ୍ୱାରା ଟିମ ଇଣ୍ଡିଆ ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ଲଞ୍ଚ୍‌ ସୁଦ୍ଧା ସ୍କୋର ୭ ଓ୍ବିକେଟରେ ୮୪…

ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ...

୭ କୋଟିରେ ଇଂଲଣ୍ଡର ଏହି ଅଲ୍‌ରାଉଣ୍ଡରଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ,୧୮।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିରେ ଇଂଲଣ୍ଡର ଦିଗ୍ଗଜ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ...

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)- ଏପଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାପାଇଁ ଭାରତ ପ୍ରସ୍ତୁତ। ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ ବେଲଜିୟମ।...

କ୍ରିକେଟ୍‌ ଖେଳିଲେ ସୁନକ

ଲଣ୍ଡନ,୨୪।୩: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ୨୦୨୨ ଟି-୨୦ ବିଶ୍ୱକପ ବିଜେତା ଦଳ ସହ ବିଜୟ ଉତ୍ସବ ପାଳନ କରିଥିଲେ। ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ...

ଟସ୍‌ ଜିତିଲା ଶ୍ରୀଲଙ୍କା

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି କୋଲକତାରେ ଖୋଳାଯାଉଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ...

୩ଟି ବଡ଼ ସଫଳତା ହାସଲ କଲେ ଶିଖର ଧାୱନ

ମୁମ୍ବାଇ,୨୬।୪: ଆଇପିଏଲ ୨୦୨୨ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଓପନର୍‌ ଶିଖର ଧାୱନ  ୩ଟି ବଡ଼ ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ୩୬ ବର୍ଷୀୟ...

ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…

ମୁମ୍ବାଇ,୧୬।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଙ୍କିତ ଚାଭାନଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁମ୍ବାଇର ଏହି ସ୍ପିନର ଏବେ...

ହାର୍ଦ୍ଦିକଙ୍କୁ ସମାଲୋଚନା

ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା...

Advertisement
Archives

Model This Week