Posted inଖେଳ

ଇରାନ ଶାସକ-ବିରୋଧୀ ସମର୍ଥକ ମୁହାଁମୁହିଁ

ଅଲ୍‌ ରାୟାନ (କାତାର), ୨୬।୧୧(ଏପି): ଚଳିତ ବିଶ୍ୱକପ୍‌ରେ ଶୁକ୍ରବାର ଇରାନର ଦ୍ୱିତୀୟ ମ୍ୟାଚ ବେଳେ ଇରାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଏକ ଛାପ ଦେଖିବାକୁ ମିଳିଥିଲା। ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମ ବାହାରେ ସରକାରୀ ସମର୍ଥକ ବିରୋଧୀଙ୍କୁ ହଇରାଣ କରିଥିଲେ। ସରକାରଙ୍କ ନୀତିର ପ୍ରତିବାଦ କରି ଇରାନ ଫୁଟ୍‌ବଲ ଦଳର ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ। କିନ୍ତୁ ଶୁକ୍ରବାର ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ କିଛି ସମର୍ଥକ କାନ୍ଦିବା, ହ୍ବିସିଲ ବଜାଇବା ସହ ହଟ୍ଟଗୋଳ କରିବାରୁ ଖେଳାଳିମାନେ ସେମାନଙ୍କ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଇରାନର କିଛି ସମର୍ଥକ ଅହମ୍ମଦ ବିନ୍‌ ଅଲି ଷ୍ଟାଡିୟମରେ ପ୍ରବେଶ କରୁଥିବା ସମର୍ଥକଙ୍କଠାରୁ ଫରାସୀ ପ୍ରାକ୍‌-କ୍ରାନ୍ତିକାରୀ ଇରାନୀ ପତାକା ଜବତ କରିଥିଲେ । ଦେଶ ବିରୋଧୀ ଆନ୍ଦୋଳନର ସ୍ଲୋଗାନ ସହ ସେମାନେ ‘ନାରୀ ଜୀବନ ସ୍ବାଧୀନତା’ ସ୍ଲୋଗାନ ସ୍ଥାନ ପାଇଥିବା ଶର୍ଟ ପିନ୍ଧିଥିଲେ। କିଛି ମହିଳା ସେମାନଙ୍କ ପ୍ରତିବାଦର କାରଣ ସମ୍ପର୍କରେ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ବେଳେ ଦଳେ ଉତ୍ତ୍ୟକ୍ତ ପୁରୁଷ ଲୋକ ସେମାନଙ୍କ ଉଦ୍ଦେଶ୍ୟରେ ‘ଇସ୍‌ଲାମିକ୍‌ ରିପବ୍ଲିକ ଅଫ୍‌ ଇରାନ’ ବୋଲି ସ୍ଲୋଗାନମାନ ଦେଇଥିଲେ। ଇରାନ ସରକାରଙ୍କ ସମର୍ଥକମାନେ ଜାତୀୟ ପତାକା ସହ ଘେରିଯିବା ସହିତ ସେମାନଙ୍କ ମୋଇଲ ଫୋନ୍‌ରେ ଚିତ୍ର ଉତ୍ତୋଳନ କରିଥିଲେ। ଅଧିକାଂଶ ମହିଳା ଏଥିରେ ଭୟଭୀତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଷ୍ଟାଡିୟମ ପ୍ରବେଶପଥରେ ରହିଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସରକାରୀ ସମର୍ଥକମାନେ ‘ବ୍ୟାକ୍‌ ଦି ଇସ୍‌ଲାମିକ୍‌’ ସ୍ଲୋଗାନ ଦେଉଥିବା ବେଳେ ବିରୋଧୀମାନେ ‘ଓମ୍ୟାନ ଲାଇଫ୍‌ ଫ୍ରିଡମ୍‌’ ସ୍ଲୋଗାନ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri