ହିଜାବ ବିରୋଧରେ ଇରାନୀ ମହିଳା…

ତେହେରାନ,୧୪।୭ : ଇସଲାମ ଦେଶ ଇରାନରେ ମହିଳାମାନେ ହିଜାବକୁ ଦୃଢ଼ ବିରୋଧ କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଦେଶରେ ହିଜାବ ଏବଂ ଶୁଦ୍ଧତା ଦିବସ ପାଳନ କରାଯାଉଥିଲା ବେଳେ ରାସ୍ତାରେ ଯାଇଥିବା ମହିଳାମାନେ କଡା ନିୟମକୁ ବିରୋଧ କରି ହିଜାବ ଫିଙ୍ଗିଥିଲେ। ସେମାନେ ଏହାକୁ ହଟାଇ ଇସଲାମିକ ରିପବ୍ଲିକରେ ହିଜାବ ନିଷେଧକୁ ବିରୋଧ କରି ପୋଷ୍ଟ କରିଥିଲେ।

୧୯୭୯ ଇସଲାମିକ ବିପ୍ଳବ ପରେ ପ୍ରଣୀତ ଇରାନର ନିୟମ ଅନୁସାରେ ନଅ ବର୍ଷରୁ ଅଧିକ ମହିଳାଙ୍କୁ ସର୍ବସାଧାରଣରେ କେଶ ଢ଼ାଙ୍କିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୨ ରେ ସରକାରଙ୍କ ପକ୍ଷରୁ ମହିଳାଙ୍କ ମନୋଭାବକୁ ଅନୁମାନ କରି ସତର୍କତା ଅବଲମ୍ବନ କରାଯାଇଥିଲା। ଏନେଇ ଜୁଲାଇ ୧୧ ରେ ଅନେକ ମହିଳାଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ, ମହିଳାମାନେ ବର୍ଷ ବର୍ଷ ଧରି କଡା ନିୟମକୁ ବିରୋଧ କରି ଏହି ସୁଯୋଗକୁ ବ୍ୟବହାର କରି ହିଜାବକୁ ବିରୋଧ କରିଥିଲେ।

ନିର୍ଦ୍ଧାରିତ ସମୟରେ ମହିଳାମାନେ ରାସ୍ତାରେ ବାହାରି ସେମାନଙ୍କ ହିଜାବ ଏବଂ ଶାଲକୁ ବାହାର କରି ଫିଙ୍ଗି ଦେଇଥିଲେ। ମହିଳାମାନେ ସର୍ବସାଧାରଣରେ ନିଜର ହିଜାବ ହଟାଇ ଭିଡିଓ ପ୍ରସ୍ତୁତ ମଧ୍ୟ କରିଥିଲେ। ଅନେକ ସ୍ଥାନରେ ପୁରୁଷମାନେ ମଧ୍ୟ ସେମାନଙ୍କୁ ଦୃଢ଼ ସମର୍ଥନ କରିଥିଲେ।

ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିଷେଧାଦେଶ ଲାଗୁ କରିବାର ଦାୟିତ୍ୱ ସେନାକୁ ଦେଇଛନ୍ତି। ଯେତେବେଳେ ମହିଳାମାନେ ରାସ୍ତାରେ ବିରୋଧ କରିଥିଲେ, ସରକାର ଟେଲିଭିଜନରେ ସ୍ବଚ୍ଛତା ଦିବସର ଏକ ଭିଡିଓ ପ୍ରସାରଣ କରିଥିଲେ। ଏଥିରେ ୧୩ ଜଣ ମହିଳା ସବୁଜ ହିଜାବ ଏବଂ ଲମ୍ବା ଧଳା ପୋଷାକରେ ନାଚୁଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?