ହିଜାବ ପିନ୍ଧିବାକୁ ମନାକଲେ ମହିଳା ନ୍ୟୁଜ ଆଙ୍କର, ଆମେରିକାରେ ହୋଇପାରିଲାନି ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ନ୍ୟୁୟର୍କ,୨୩ ।୯: ଇରାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଆମେରିକାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଇରାନ ରାଷ୍ଟ୍ରପତିଙ୍କ ଇଣ୍ଟରଭ୍ୟୁ ନେବାକୁ ଆମେରିକାର ଜଣେ ମହିଳା ନ୍ୟୁଜ ଆଙ୍କର ସମସ୍ତ ପ୍ରସ୍ତୁତି କରି ସାରିଥିଲେ । ହେଲେ ଏହି ଇଣ୍ଟରଭ୍ୟୁରେ ରାଷ୍ଟ୍ରପତି ଇବ୍ରାହିମ ରଇସ ମହିଳା ନ୍ୟୁଜ ଆଙ୍କରଙ୍କ ସାମ୍ନାରେ ହିଜାବ ପିନ୍ଧିବାକୁ ସର୍ତ୍ତ ରଖିଥିଲେ । ହେଲେ ନ୍ୟୁଜ ଆଙ୍କର ଏହାକୁ ଗ୍ରହଣ କରି ନ ଥିଲେ । ସେ ହିଜାବ ପିନ୍ଧିବାକୁ ସଫା ସଫା ମନା କରି ଦେଇଥିଲେ । ତେଣୁ ସମସ୍ତ ପ୍ରସ୍ତୁତି ପରେ ବି ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ଇଣ୍ଟରଭ୍ୟୁ ହୋଇପାରି ନ ଥିଲା ।

ନ୍ୟୁଜ ଆଙ୍କର ଖ୍ରୀଷ୍ଟିଆନେ ଅମନପୋର ଦାବି କରିଛନ୍ତି, ସେ ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର ସେ ନେଇ ପାରିଲେନି କାରଣ ରାଷ୍ଟ୍ରପତିଙ୍କ ସହଯୋଗୀ ତାଙ୍କୁ ହେଡସ୍କାର୍ଫ ପିନ୍ଧିବାକୁ କହିଲେ ।
ସୂଚନାଯୋଗ୍ୟ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ପ୍ରଥମଥର ଲାଗି ଆମେରିକା ମାଟିରେ ଏକ ଇଣ୍ଟରଭ୍ୟୁ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ହିଜାବ ବିବାଦ ଓ ନ୍ୟୁକ୍ଲିୟର ଡିଲକୁ ନେଇ ପ୍ରଶ୍ନବାଣରେ ଘେରି ହୋଇ ପଡିଥାଆନ୍ତେ ରାଷ୍ଟ୍ରପତି । ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ । କାରଣ ରାଷ୍ଟ୍ରପତି ଇବ୍ରାହିମ ରଇସି ଇରାନ ହେଉ ବା ଆମେରିକା ତାଙ୍କ କଟ୍ଟରପନ୍ଥି ଏଜେଣ୍ଡାରୁ ବାହାରି ପାରୁ ନାହାନ୍ତି । ସୂଚନା ଅନୁଯାୟୀ, ନ୍ୟୁଜ ଆଙ୍କର ଖ୍ରୀଷ୍ଟିଆନେ ଅମନପୋର ଆମେରିକାର ନାମୀ ନ୍ୟୁଜ ଚ୍ୟାନେଲ ସିଏନଏନର ଜଣେ ନାମୀ ନ୍ୟୁଜ ଆଙ୍କର । ଖ୍ରୀଷ୍ଟିଆନେଙ୍କ ସହ ଆମେରିକାରେ ଇରାନ ରାଷ୍ଟ୍ରପତିଙ୍କର ଏକ ଇଣ୍ଟରଭ୍ୟୁ ଫିକ୍ସ ହୋଇ ସାରିଥିଲା । ହେଲେ ଇଣ୍ଟରଭ୍ୟୁ ଟାଇମ ବହୁ ବିଳମ୍ବ ହୋଇଥିଲେ ବି ରାଷ୍ଟ୍ରପତି ଚ୍ୟାନେଲ ଅଫିସରେ ପହଞ୍ଚି ନ ଥିଲେ ।
ଏହାପରେ ଯାହା ହେଲା ସାରା ବିଶ୍ୱର ନଜରକୁ ଆସିଗଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ନ୍ୟୁଜ ଆଙ୍କର ଖ୍ରୀଷ୍ଟିଆନେ ଏକ ଟୁଇଟରେ ଲେଖିଲେ କି ଇଣ୍ଟରଭ୍ୟୁ ଟାଇମ ୪୦ ମିନିଟ ପରେ ଇରାନ ରାଷ୍ଟ୍ରପତିଙ୍କ ଜଣେ ସହଯୋଗୀ ଆସିଥିଲେ । ସେ କହିଥିଲେ ରଇସି କହିଛନ୍ତି ଇଣ୍ଟରଭ୍ୟୁ ସମୟରେ ଆପଣଙ୍କୁ ହେଡସ୍କାର୍ଫ ପିନ୍ଧିବାକୁ ପଡିବ । କାରଣ ଏବେ ମହରମ ଓ ସଫରର ମାସ ଚାଲିଛି । ହେଲେ ଖ୍ରୀଷ୍ଟିଆନେ ଏହାକୁ ଗ୍ରହଣ କରି ନ ଥିଲେ । ସେ ରାଷ୍ଟ୍ରପତିଙ୍କ ସହଯୋଗୀଙ୍କୁ କହିଥିଲେ ଏହା ନ୍ୟୁୟର୍କ ଇରାନ ନୁହେଁ । ଏଠାରେ ହିଜାବ ପିନ୍ଧିବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଯଦିଓ ଖ୍ରୀଷ୍ଟିଆନେଙ୍କ ପିତା ଇରାନ ବାସିନ୍ଦା ହେଲେ ସେ ହିଜାବ ପିନ୍ଧିବାକୁ ସଫା ସଫା ମନା କରି ଦେବାରୁ ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍ କାର କାର୍ଯ୍ୟକ୍ରମ ହୋଇପାରି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?