ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି ଭିନ୍ନ ଭିନ୍ନ ଭାବେ ପ୍ରଭାବିତ କରେ, ତାହାକୁ ମଧ୍ୟ ସାମ୍ନାକୁ ଆଣିଛି। ତୈଳ ବଜାରକୁ ଦେଖାଯାଉ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତୈଳ ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଓ ହ୍ରାସ ଦେଖାଯାଇଛି। ଏହା ନିଶ୍ଚିତ ଯେ, ଇରାନ୍‌ ଦ୍ୱାରା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ବନ୍ଦ ହେବା ଯୋଗୁ ବିଶ୍ୱର ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ପରିବହନର ଦୂରତା ଏବଂ ସମୟ ବ୍ୟବଧାନ ଯୋଗୁ ଗ୍ରାହକ ଓ ଉତ୍ପାଦକମାନେ ଏହାର ପ୍ରଭାବ ସଙ୍ଗେ ସଙ୍ଗେ ଅନୁଭବ କରିପାରି ନ ଥିଲେ। ତଥାପି, ପରସ୍ପର ବିରୋଧୀ ସରକାରୀ ଘୋଷଣା ଯୋଗୁ ବଜାରର ଆକଳନ ବଦଳିବା ଫଳରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ମୂଲ୍ୟରେ ଭାରି ଅସ୍ଥିରତା ଦେଖାଦେଇଥିଲା। ଜୁଲାଇ ପ୍ରାରମ୍ଭ ସୁଦ୍ଧା ଆମେରିକା ଏବଂ ଇରାନ୍‌ ମଧ୍ୟରେ ପ୍ରାଥମିକ ଯୁଦ୍ଧବିରତି ଚୁକ୍ତି ପରେ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୭୦ ଡଲାରରୁ କମ୍‌ ହୋଇଥିଲା, ଯାହା ପ୍ରାୟତଃ ଯୁଦ୍ଧ ଆରମ୍ଭ ପୂର୍ବରୁ ଫେବୃଆରୀର ମୂଲ୍ୟ ସହ ସମାନ ଥିଲା। ପରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହେଲେ ବି ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି।
ବିଶ୍ୱ ଶକ୍ତି ବଜାରରେ ଏହି ଅସ୍ଥିରତା ସତ୍ତ୍ୱେ ଆମେରିକାର ଶେୟାର ବଜାର ୨୦୨୬ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨୦୨୦ ପରଠାରୁ ସର୍ବୋତ୍ତମ ତ୍ରୈମାସିକ ପ୍ରଦର୍ଶନ କରିଥିଲା ଏବଂ ଜୁଲାଇ ପ୍ରାରମ୍ଭରେ ମଧ୍ୟ ଏହା ବଢ଼ିଥିଲା। ଏହି ବୃଦ୍ଧି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସହ ଜଡ଼ିତ କମ୍ପାନୀଗୁଡ଼ିକର ଶେୟାର ଯୋଗୁ ଘଟିଥିଲା, କାରଣ ନିବେଶକଙ୍କ ବିଶ୍ୱାସ ଯେ, ଏଆଇ ଅଭୂତପୂର୍ବ ଉତ୍ପାଦନ କ୍ଷମତା ଓ ଆର୍ଥିକ ବୃଦ୍ଧି ଘଟାଇବ। କେତେକାଂଶରେ, ଏହା ଧନୀ ଦେଶଗୁଡ଼ିକର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଯୁଦ୍ଧର ସୀମିତ ପ୍ରଭାବକୁ ଦର୍ଶାଏ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ ଅନୁଯାୟୀ, ୨୦୨୬ରେ ବିକଶିତ ଅର୍ଥନୀତିଗୁଡ଼ିକର ଜିଡିପି ଅଭିବୃଦ୍ଧିରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଯିବ, ଯାହା ୨୦୨୫ର ୧.୯%ରୁ ହ୍ରାସ ପାଇ ୧.୭% ହେବ। ଆମେରିକାର ଅଭିବୃଦ୍ଧି ୨.୩% ହେବ ବୋଲି ଆକଳନ କରାଯାଉଛି, ଯାହା ୨.୧% (୨୦୨୫)ରୁ ଅଧିକ। ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ(ଓଇସିଡି) ଦେଶଗୁଡ଼ିକରେ ଏପ୍ରିଲରେ ବେକାରି ହାର ୫% ଥିଲା, ଯାହା ଫେବୃଆରୀ ୨୦୨୨ ଠାରୁ ପ୍ରାୟ ଅପରିବର୍ତ୍ତିତ ରହିଛି।
ବିକଶିତ ଅର୍ଥନୀତିଗୁଡ଼ିକର ଆର୍ଥିକ ସ୍ଥିରତା ମୁଖ୍ୟତଃ ଏଆଇ ଏବଂ କ୍ରିପ୍ଟୋକରେନ୍ସି ନିବେଶର ଅଭିବୃଦ୍ଧି ଯୋଗୁ ହୋଇଛି। କେତେକ ଏସୀୟ ଦେଶ, ବିଶେଷ କରି ଚାଇନା, ତାଇୱାନ, ଦକ୍ଷିଣ କୋରିଆ ଏବଂ ମାଲେସିଆ ମଧ୍ୟ ଏହି ଧାରାରୁ ଲାଭ ପାଇଛନ୍ତି। ତେବେ ଆର୍ଥିକ ବଜାରରେ ଧାରଣା ସୃଷ୍ଟି ହୋଇଛି ଯେ, ଇରାନ୍‌ ସହିତ ଯୁଦ୍ଧ ବାସ୍ତବରେ ଶେଷ ହୋଇଯାଇଛି କିମ୍ବା ଏହା କେବଳ ଏକ କମ୍‌ ତୀବ୍ରତା ବିଶିଷ୍ଟ ସଂଘର୍ଷ ଭାବରେ ଜାରି ରହିବ, ଯାହା ହର୍ମୁୁଜ ପ୍ରଣାଳୀ ଦେଇ ଅନ୍ତତଃ ଆଂଶିକ ପରିବହନର ଅନୁମତି ଦେବ। ଏହାକୁ ନେଇ ଏବେ ଆର୍ଥିକ ବଜାରରେ ବି ଏକ ପ୍ରକାର ଆଶା ସୃଷ୍ଟି ହୋଇଛି। ଏହି ଆଶାବାଦ ଯୁଦ୍ଧର ଦୀର୍ଘକାଳୀନ ଅର୍ଥନୈତିକ ପରିଣାମକୁ ଅଣଦେଖା କରୁଛି। ଗଲ୍ଫ ଦେଶଗୁଡ଼ିକରୁ ତୈଳ ରପ୍ତାନି ଏବେ ଯୁଦ୍ଧ ପୂର୍ବ ସ୍ତରଠାରୁ ବହୁତ କମ୍‌ ରହିଛି। ଯଦି ରପ୍ତାନି ସମ୍ପୂର୍ଣ୍ଣ ରୂପେ ସ୍ବାଭାବିକ ହୋଇଯାଏ, ତଥାପି ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ଆଗକୁ ଅନେକ ବର୍ଷ ଧରି ଏବର ଶକ୍ତି ସଙ୍କଟର ଝଟକା ସହିବେ। ବିକଶିତ ଦେଶଗୁଡ଼ିକ ଶକ୍ତି ସଙ୍କଟର ପ୍ରଭାବ ହ୍ରାସ କରିବା ପାଇଁ ଯେଭଳି ପଦକ୍ଷେପ ନେଇଛନ୍ତି ତାହା କରିବା ଲାଗି ଗରିବ ଦେଶଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ। ଏପ୍ରିଲ ଏବଂ ଜୁନ୍‌ ମଧ୍ୟରେ ଆମେରିକା ସମେତ ବିକଶିତ ଦେଶଗୁଡ଼ିକ ସେମାନଙ୍କ ବାଣିଜି୍ୟକ ଏବଂ ରଣନୈତିକ ଗଚ୍ଛିତରୁ ପ୍ରାୟ ୪୪୦ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଏବଂ ବିଶୋଧିତ ଉତ୍ପାଦ ବଜାରକୁ ଛାଡ଼ିଥିଲେ। କିନ୍ତୁ ବର୍ତ୍ତମାନ ଆମେରିକାର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ(ଏସ୍‌ପିଆର୍‌) ଏହାର କ୍ଷମତାର ଅଧାରୁ କମ୍‌ ରହିଛି ଏବଂ ଓଇସିଡିର ସମୁଦାୟ ଭଣ୍ଡାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ତେଣୁ ପୁନର୍ବାର ପଦକ୍ଷେପ ନେବାର ଆଉ ସୁଯୋଗ ନାହିଁ।
ବିଶ୍ୱର ଦୃଷ୍ଟି ମୁଖ୍ୟତଃ ଅଶୋଧିତ ତୈଳ ଉପରେ ରହିଛି। କିନ୍ତୁ ପେଟ୍ରୋଲିୟମରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଉପରେ ଆଧୁନିକ ଶିଳ୍ପ ଅଧିକ ନିର୍ଭରଶୀଳ। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଏ) ଅନୁଯାୟୀ, ଜୁନ୍‌ ମାସରେ ଗଲ୍ଫ ଦେଶଗୁଡ଼ିକରୁ ଅଶୋଧିତ ପେଟ୍ରୋଲିୟମ ଉତ୍ପାଦ ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି) ରପ୍ତାନି ଯୁଦ୍ଧ ପୂର୍ବ ସ୍ତରର ଅଧାରୁ କମ୍‌ ଥିଲା। କାରଣ ଯୁଦ୍ଧ ଯୋଗୁ ସେହି ଅଞ୍ଚଳର କେତେକ ବିଶୋଧନାଗାର ନଷ୍ଟ ହୋଇଯାଇଛି। ତେବେ ପେଟ୍ରୋଲିୟମ ଉପଉତ୍ପାଦ ସାର କୃଷି ଉତ୍ପାଦନର ମୂଳ ଆଧାର। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) ଆକଳନ କରିଛି ଯେ, ୨୦୨୬ର ପ୍ରଥମାର୍ଦ୍ଧରେ ବିଶ୍ୱରେ ସାର ମୂଲ୍ୟ ୧୫-୨୦% ବୃଦ୍ଧି ହେବ। ଫଳରେ ନିମ୍ନ ଆୟ ବର୍ଗର ଦେଶରେ କୃଷକମାନେ ଅଧିକ ମୂଲ୍ୟର ସାର କିଣିବା ସହ ଜଳସେଚନ ଓ ପରିବହନ ପାଇଁ ଅଧିକ ଇନ୍ଧନ ଖର୍ଚ୍ଚ ବହନ କରିବେ। ସାର ବ୍ୟବହାରରେ ସାମାନ୍ୟ ହ୍ରାସ ମଧ୍ୟ ଫସଲ ଅମଳରେ ବଡ଼ ହ୍ରାସ ଘଟାଇପାରେ। କିନ୍ତୁ ଖାଦ୍ୟ ବଜାର ଫସଲ ଅମଳ ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ। ବଡ଼ କମ୍ପାନୀଗୁଡ଼ିକ ସାଧାରଣତଃ ଭବିଷ୍ୟତରେ ଅଭାବ ହେବ ବୋଲି ଆଶଙ୍କା କରି ପୂର୍ବରୁ ହିଁ ଦାମ୍‌ ବଢ଼ାଇ ଦେବେ।
ଏହାର ପରିଣାମ କେବଳ କୃଷି ମଧ୍ୟରେ ସୀମିତ ନାହିଁ। ୬,୦୦୦ରୁ ଅଧିକ ଉତ୍ପାଦ ଜୀବାଶ୍ମ ଇନ୍ଧନର ଉପଉତ୍ପାଦ ଯଥା ହିଲିୟମ୍‌, ସଲଫର୍‌, ମିଥାନଲ୍‌, ପଲିଥିଲିନ ଏବଂ ପଲିପ୍ରୋପିଲିନ ଉପରେ ନିର୍ଭର କରେ। ଏଗୁଡ଼ିକ ମଧ୍ୟରୁ ଅନେକ ଗଲ୍ଫ ଦେଶ ଯୋଗାଇଥାନ୍ତି। ଏସବୁ ମଧ୍ୟ ପ୍ଲାଷ୍ଟିକ୍‌, ଲୁବ୍ରିକାଣ୍ଟ, ମହମ, ପିଚୁ, ସିନ୍ଥେଟିକ୍‌ କପଡ଼ା ଏବଂ ଏମ୍‌ଆର୍‌ଆଇ ମେଶିନ ଏବଂ ପେସ୍‌ମେକର ଭଳି ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏପରି କି ସବୁଜ ଶକ୍ତିର ରୂପାନ୍ତରଣ ପାଇଁ ଆବଶ୍ୟକ ପବନ ଚାଳିତ କଳ ଏବଂ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ଭିତ୍ତିଭୂମି ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପେଟ୍ରୋଲିୟମ ଉତ୍ପାଦ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ ବାଧା ଉପୁଜିଲେ ସବୁଠୁ ଅଧିକ ପ୍ରଭାବିତ ହେବେ ଆମଦାନୀ ଓ ରତ୍ପାନି ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ ଏସିଆ ଏବଂ ଆଫ୍ରିକାର ନିମ୍ନ ଆୟ ବର୍ଗର ଦେଶମାନେ, ଯେଉଁମାନେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ମହାମାରୀ, ରୁଷ-ୟୁକ୍ରେନ୍‌ ଯୁଦ୍ଧ ପରବର୍ତ୍ତୀ ଖାଦ୍ୟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱବ୍ୟାପୀ ସୁଧ ହାର ବୃଦ୍ଧିର ପ୍ରଭାବରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନାହାନ୍ତି।
ଏହି ପୃଷ୍ଠଭୂମିରେ ବିଶ୍ୱବ୍ୟାଙ୍କ ଆକଳନ କରିଛି ଯେ, ଚାଇନା ଓ ଭାରତକୁ ବାଦ୍‌ ଦେଲେ ବିକଶିତ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ମୁଣ୍ଡପିଛା ଆୟର ବ୍ୟବଧାନ ୨୦୨୮ ପରେ ବି ମହାମାରୀ ପୂର୍ବ ସ୍ତରକୁ ଫେରିବାର ସମ୍ଭାବନା ନାହିଁ। ପୂର୍ବରୁ ଋଣ ସଙ୍କଟରେ ଥିବା ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାର ଯେଉଁ ବିକଶିତ ଦେଶଗୁଡ଼ିକ(ଗ୍ଲୋବାଲ୍‌ ସାଉଥ୍‌) ପାଇଁ ଆର୍ଥିକ କ୍ଷତି ସାଂଘାତିକ ହୋଇପାରେ। ତେବେ କ୍ରମାଗତ ଖଣ୍ଡବିଖଣ୍ଡିତ ତଥା ଦୁର୍ବଳ ହେଉଥିବା ବିଶ୍ୱ ଅର୍ଥବ୍ୟବସ୍ଥା ଭୂ-ରାଜନୀତିକୁ କିପରି ଏକ ନୂତନ ରୂପ ଦେବ? ବିଶ୍ୱର ସରକାରମାନେ ବୁଝିଛନ୍ତି ଯେ ନିଜ ସମାଜ ମଧ୍ୟରେ ବଢୁଥିବା ଅସମାନତାକୁ ଅଣଦେଖା କରିବା ଦ୍ୱାରା ରାଜନୈତିକ ଅସ୍ଥିରତା ସୃଷ୍ଟି ହୁଏ। ଠିକ୍‌ ସେହିପରି, ଦେଶଗୁଡ଼ିକ ମଧ୍ୟରେ ବଢ଼ୁଥିବା ଆର୍ଥିକ ଅସମାନତାକୁ ମଧ୍ୟ ଅଣଦେଖା କରିହେବ ନାହିଁ।

ଜୟତୀ ଘୋଷ
– ଅର୍ଥନୀତି ପ୍ରାଧ୍ୟାପକ,
ୟୁନିଭର୍ସିଟି ଅଫ୍‌ ମାସାଚୁସେଟ୍‌ସ ଆମହର୍ଷ୍ଟ, ଆମେରିକା

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?