ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ବଡ଼ ନିଷ୍ପତ୍ତି, ଫିଫା ବିଶ୍ୱକପରୁ ଓହରି ଯିବା ନେଇ ଆସିଲା ବଡ଼ ସଙ୍କେତ

ତେହରାନ୍‌,୨।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ଫିଫା ବିଶ୍ୱକପ୍‌ 2026 ଉପରେ ମଧ୍ୟ ପ୍ରଭାବ ପକାଇବା ପରି ମନେ ହେଉଛି। ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଆମେରିକା ମାଟିରେ ସମସ୍ତ ଗ୍ରୁପ ମ୍ୟାଚ୍‌ ଖେଳୁଥିବା ଇରାନ ଦଳ ଟୁର୍ନାମେଣ୍ଟ ବର୍ଜନ କରିବାକୁ ଚିନ୍ତା କରୁଛି। ଏପରିକ ଆକ୍ରମଣରେ ଇରାନର ସର୍ୱୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁକୁ ନେଇ ଏବେ ଇରାନରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି।

ଇରାନ ଲଗାତାର ଚତୁର୍ଥ ଥର ପାଇଁ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏପରିକି ଇରାନର ସମସ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଆମେରିକାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଦଳ ଜୁନ ୧୫ ତାରିଖରେ ଲସ୍‌ ଆଞ୍ଜେଲସ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଜୁନ ୨୧ ତାରିଖରେ ବେଲଜିୟମ ଏବଂ ଜୁନ ୨୬ରେ ସିଆଟଲରେ ମିଶର ବିପକ୍ଷରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନ ଫୁଟବଲ ଫେଡେରେଶନର ସଭାପତି ମେହଦି ତାଜ ସୂଚିତ କରିଛନ୍ତି ଯେ, ଆମେରିକାରେ ମ୍ୟାଚ୍‌ ଖେଳିବା କଷ୍ଟକର ହୋଇପାରେ। ସେ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଯାହା କିଛି ଘଟିଛି ତାହା ବିଶ୍ୱକପ ଅଂଶଗ୍ରହଣ ଉପରେ ନିଷ୍ପତ୍ତି ନେବା ସହଜ ହେବ ନାହିଁ। ଏପରିକି ଇରାନର ଘରୋଇ ଫୁଟବଲ ଲିଗକୁ ମଧ୍ୟ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟରେ, ଅନ୍ତର୍ଜାତୀୟ ଫୁଟବଲ ସଂସ୍ଥା ଫିଫା କହିଛି ଯେ, ପରିସ୍ଥିତି ଉପରେ ନଜର ରଖାଯାଇଛି।

ଫିଫା ମହାସଚିବ ମାଟିୟାସ ଗ୍ରାଫଷ୍ଟ୍ରୋମ କହିଛନ୍ତି, ଅନ୍ତର୍ଜାତୀୟ ଫୁଟବଲ ଆସୋସିଏଶନ ବୋର୍ଡ (IFAB) ୱେଲ୍ସରେ ବୈଠକ କରିଛି। ଯେଉଁଠାରେ ପରିସ୍ଥିତି ଉପରେ ଆଲୋଚନା ହୋଇଛି। ଗ୍ରାଫଷ୍ଟ୍ରୋମ ଗଣମାଧ୍ୟମକୁ କହିଛନ୍ତି, ମୁଁ ଇରାନ ବିଷୟରେ ଅବଗତ ଅଛି। ଆଜି ଆମର ଏକ ବୈଠକ ଥିଲା, କିନ୍ତୁ ଏହା ଉପରେ ବିସ୍ତୃତ ମନ୍ତବ୍ୟ ଦେବା ଟିକ୍‌ ହେବ ନାହିଁ। ଆମେ ବିଶ୍ୱର ସମସ୍ତ ଘଟଣା ଉପରେ ନଜର ରଖୁଛୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଶ୍ୱକପ ଡ୍ର ୱାଶିଂଟନରେ ପୂର୍ୱରୁ ଅନୁଷ୍ଠିତ ହୋଇସାରିଛି। ଏଥିରେ ସମସ୍ତ ଦଳ ସାମିଲ ଥିଲେ। ଫିଫାର ପ୍ରାଥମିକ ଲକ୍ଷ୍ୟ ହେଉଛି ବିଶ୍ୱକପ ଏକ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବା। ଏଥିରେ ଯୋଗ୍ୟ ସମସ୍ତ ଦଳ ଅଂଶଗ୍ରହଣ କରବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଫିଫା ୩ଟି ଆୟୋଜକ ଦେଶର ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri