ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ବଡ଼ ନିଷ୍ପତ୍ତି, ଫିଫା ବିଶ୍ୱକପରୁ ଓହରି ଯିବା ନେଇ ଆସିଲା ବଡ଼ ସଙ୍କେତ

ତେହରାନ୍‌,୨।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ଫିଫା ବିଶ୍ୱକପ୍‌ 2026 ଉପରେ ମଧ୍ୟ ପ୍ରଭାବ ପକାଇବା ପରି ମନେ ହେଉଛି। ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଆମେରିକା ମାଟିରେ ସମସ୍ତ ଗ୍ରୁପ ମ୍ୟାଚ୍‌ ଖେଳୁଥିବା ଇରାନ ଦଳ ଟୁର୍ନାମେଣ୍ଟ ବର୍ଜନ କରିବାକୁ ଚିନ୍ତା କରୁଛି। ଏପରିକ ଆକ୍ରମଣରେ ଇରାନର ସର୍ୱୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁକୁ ନେଇ ଏବେ ଇରାନରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି।

ଇରାନ ଲଗାତାର ଚତୁର୍ଥ ଥର ପାଇଁ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏପରିକି ଇରାନର ସମସ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଆମେରିକାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଦଳ ଜୁନ ୧୫ ତାରିଖରେ ଲସ୍‌ ଆଞ୍ଜେଲସ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଜୁନ ୨୧ ତାରିଖରେ ବେଲଜିୟମ ଏବଂ ଜୁନ ୨୬ରେ ସିଆଟଲରେ ମିଶର ବିପକ୍ଷରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନ ଫୁଟବଲ ଫେଡେରେଶନର ସଭାପତି ମେହଦି ତାଜ ସୂଚିତ କରିଛନ୍ତି ଯେ, ଆମେରିକାରେ ମ୍ୟାଚ୍‌ ଖେଳିବା କଷ୍ଟକର ହୋଇପାରେ। ସେ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଯାହା କିଛି ଘଟିଛି ତାହା ବିଶ୍ୱକପ ଅଂଶଗ୍ରହଣ ଉପରେ ନିଷ୍ପତ୍ତି ନେବା ସହଜ ହେବ ନାହିଁ। ଏପରିକି ଇରାନର ଘରୋଇ ଫୁଟବଲ ଲିଗକୁ ମଧ୍ୟ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟରେ, ଅନ୍ତର୍ଜାତୀୟ ଫୁଟବଲ ସଂସ୍ଥା ଫିଫା କହିଛି ଯେ, ପରିସ୍ଥିତି ଉପରେ ନଜର ରଖାଯାଇଛି।

ଫିଫା ମହାସଚିବ ମାଟିୟାସ ଗ୍ରାଫଷ୍ଟ୍ରୋମ କହିଛନ୍ତି, ଅନ୍ତର୍ଜାତୀୟ ଫୁଟବଲ ଆସୋସିଏଶନ ବୋର୍ଡ (IFAB) ୱେଲ୍ସରେ ବୈଠକ କରିଛି। ଯେଉଁଠାରେ ପରିସ୍ଥିତି ଉପରେ ଆଲୋଚନା ହୋଇଛି। ଗ୍ରାଫଷ୍ଟ୍ରୋମ ଗଣମାଧ୍ୟମକୁ କହିଛନ୍ତି, ମୁଁ ଇରାନ ବିଷୟରେ ଅବଗତ ଅଛି। ଆଜି ଆମର ଏକ ବୈଠକ ଥିଲା, କିନ୍ତୁ ଏହା ଉପରେ ବିସ୍ତୃତ ମନ୍ତବ୍ୟ ଦେବା ଟିକ୍‌ ହେବ ନାହିଁ। ଆମେ ବିଶ୍ୱର ସମସ୍ତ ଘଟଣା ଉପରେ ନଜର ରଖୁଛୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଶ୍ୱକପ ଡ୍ର ୱାଶିଂଟନରେ ପୂର୍ୱରୁ ଅନୁଷ୍ଠିତ ହୋଇସାରିଛି। ଏଥିରେ ସମସ୍ତ ଦଳ ସାମିଲ ଥିଲେ। ଫିଫାର ପ୍ରାଥମିକ ଲକ୍ଷ୍ୟ ହେଉଛି ବିଶ୍ୱକପ ଏକ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବା। ଏଥିରେ ଯୋଗ୍ୟ ସମସ୍ତ ଦଳ ଅଂଶଗ୍ରହଣ କରବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଫିଫା ୩ଟି ଆୟୋଜକ ଦେଶର ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?