ଜଳୁଛି ଇରାନ! ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ହେବାକୁ ଯାଉଛି ଏଠାକାର ଗାଁ

ତେହେରାନ,୧।୯: ଇରାନର ଏକ ଗାଁ ଜଳୁଛି! ଏଠାରେ ଥିବା ପାଣିପାଗ କେନ୍ଦ୍ର ଅଗଷ୍ଟ ୨୮ରେ ଏଠାକାର ତାପମାତ୍ରା ୮୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯଦି ଏହା ସତ ତେବେ ଏହା ପୃଥିବୀର ସର୍ବାଧିକ ରେକର୍ଡ ହୋଇଥିବା ଉତ୍ତାପ ସୂଚକାଙ୍କରେ ପରିଣତ ହେବ। ଆମେରିକୀୟ ପାଣିପାଗ ବିଜ୍ଞାନୀ କଲିନ ମ୍ୟାକକାରି ଏହି ସୂଚନାକୁ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଶେୟାର କରିଛନ୍ତି। ତେବେ ସେ ଏହା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏହାକୁ ନେଇ ସରକାରୀ ତଦନ୍ତର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଇରାନର ଦକ୍ଷିଣ ଉପକୂଳରେ ଥିବା ଡେରେଷ୍ଟାନ ବିମାନବନ୍ଦର ନିକଟରେ ଅବସ୍ଥିତ ଏହି ପାଣିପାଗ କେନ୍ଦ୍ର, ଅଗଷ୍ଟ ୨୮ରେ ୧୮୦ଫାରେନହାଇଟ ଡିଗ୍ରୀ (୮୨.୨ଂ ସେଲସିୟସ) ଏବଂ ୯୭ଫାରେନହାଇଟ ଡିଗ୍ରୀ (୩୬.୧ଂ ସେଲସିୟସ) ର ଉତ୍ତାପ ସୂଚକାଙ୍କ ରେକର୍ଡ କରିଛି। ଏହି ଖବର ସମଗ୍ର ବିଶ୍ୱରେ ପାଣିପାଗ ବିଜ୍ଞାନୀଙ୍କ ଚିନ୍ତା ବଢାଇ ଦେଇଛି।
କାକର ବିନ୍ଦୁ ହେଉଛି ତାପମାତ୍ରା ଯେଉଁଠାରେ ବାୟୁ ଆଉ ଆର୍ଦ୍ରତା ଧାରଣ କରିପାରିବ ନାହିଁ । ସୂଚନାନୁସାରେ, ତାପମାତ୍ରାରେ ୪୦ ରୁ ୫୪ଡିଗ୍ରୀ ସେଲସିୟସ ସହିତ ଅଧିକ ସମୟ ରହିଲେ ହିଟଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢିଯାଏ।
ଆମେରିକୀୟ ପାଣିପାଗ ବିଜ୍ଞାନୀ ମ୍ୟାକକାରିଙ୍କ ଅନୁଯାୟୀ ପଶ୍ଚିମ ଏସିଆରେ ଏକ ଚିନ୍ତାଜନକ ଉତ୍ତାପ ତରଙ୍ଗ ଜାରି ରହିଛି। ସୌଦି ଆରବର ଧହରାନର ଏକ ପାଣିପାଗ କେନ୍ଦ୍ର ୯୩ଂ ଫାରେନହାଇଟ (୩୩.୯ଂ ସେଲସିୟସ) ପର୍ଯ୍ୟନ୍ତ କାକର ବିନ୍ଦୁ ରେକର୍ଡ କରିଛି। ପଶ୍ଚିମ ଏସିଆର ଅନେକ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ…

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?