୫୬୦୦ ଆଫଗାନିସ୍ତାନ ନାଗରିକଙ୍କୁ ନିଜ ଦେଶରୁ ବିଦାକଲା ଇରାନ

ତେହେରାନ,୨୯ା୭: ନିଜ ଦେଶରେ ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟାକୁ ନେଇ ଇରାନ ଆଫଗାନିସ୍ତାନ ନାଗରିକମାନଙ୍କୁ ବିଦାକରିଛି। କାବୁଲରେ ତାଲିବାନ ନେତୃତ୍ୱାଧୀନ ସରକାର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ଇରାନ ନିଜ ଦେଶରୁ ୫,୬୦୦ ସାଧାରଣ ନାଗରିକଙ୍କୁ ବାହାର କରିଛି। ଶରଣାର୍ଥୀ ତଥା ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟର ଡେପୁଟି ମନ୍ତ୍ରୀ ମହମ୍ମଦ ଅରସଲାହ ଖାରୋଟି କହିଛନ୍ତି, ଇସ୍‌ଲାମ ତଥା ଅନ୍ତର୍ଜାତୀୟ ଆଇନ ଆଧାରରେ ଆମେ ଇରାନ ଏବଂ ଆଫଗାନିସ୍ତାନ ନାଗରିକମାନେ ପ୍ରବାସୀ ଭାବରେ ରହୁଥିବା ଦେଶମାନଙ୍କୁ ପଚାରିଛୁ। କିନ୍ତୁ ଏହାର ଅଧିକାରକୁ ସମ୍ମାନ ଦେବାକୁ କହିଛନ୍ତି।

ଇରାନରୁ ଆଫଗାନିସ୍ତାନ ମନ୍ତ୍ରଣାଳୟ ଏବଂ ଅନ୍ୟ ସମସ୍ତ ଦେଶ ଯେଉଁଠାରେ ଆଫଗାନିସ୍ତାନ ନାଗରିକମାନେ ବିଦେଶୀ ଭାବରେ ଜୀବନ ବିତାଉଛନ୍ତି। ସେହି ସମସ୍ତ ଦେଶକୁ ଆଫଗାନିସ୍ତାନର ନାଗରିକଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୬୬ ଆଫଗାନିସ୍ତାନ ପରିବାର ଇରାନ ସମେତ ପାକିସ୍ତାନରୁ ନିଜ ଦେଶକୁ ଫେରିଛନ୍ତି।

ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଦେଶର ନାଗରିକମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବରେ ଜୀବନଯାପନ କରୁଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ, ଇରାନ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନରେ ୨୦,୬୯,୭୦୩ ପଞ୍ଜୀକୃତ ଶରଣାର୍ଥୀ ବାସ କରୁଛନ୍ତି। ଏହି ଦେଶମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଶରଣାର୍ଥୀ ପାକିସ୍ତାନ ଏବଂ ଇରାନରେ ବାସ କରୁଛନ୍ତି, ଯାହାର ମୋଟ୍‌ ସଂଖ୍ୟା ଯଥାକ୍ରମେ ୧୨,୮୨,୯୦୧ ଏବଂ ୭,୮୦,୦୦।

ତାଲିବାନ ସରକାର ପଡ଼ୋଶୀ ଦେଶରେ ରହୁଥିବା ନାଗରିକମାନଙ୍କୁ ନିଜ ଦେଶକୁ ଫେରିବା ପାଇଁ ନିବେଦନ କରିଥିଲେ। ତାଲିବାନ ମଧ୍ୟ ଆଫଗାନିସ୍ତାନରୁ ଅନ୍ୟ ଦେଶକୁ ଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦେଶକୁ ଫେରିବା ପାଇଁ ଅନୁରୋଧ କରିଥିଲା ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ତାଲିବାନ ଅନ୍ୟ ଦେଶରେ ରହୁଥିବା ଶରଣାର୍ଥୀଙ୍କୁ ଘରକୁ ଫେରିବା ପାଇଁ ନିବେଦନ କରିବା ପରେ ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ୧,୩୩୪ ଆଫଗାନିସ୍ତାନ ନାଗରିକ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri