ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ୍‌ରେ ଥାଇଲାଣ୍ଡ ଜାହାଜ ଉପରକୁ ଆକ୍ରମଣ, ୨୩ କ୍ରୁ ମେମ୍ବର…

ନୂଆଦିଲ୍ଲୀ,୧୧।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହି ସଂଘର୍ଷ ମଧ୍ୟରେ ଇରାନ ହୋର୍ମୁଜ୍ ଷ୍ଟ୍ରେଟ ଉପରେ ନଜର ରଖିଛି। ବୁଧବାର ଦିନ ଇରାନ ହର୍ମୁଜ୍ ଷ୍ଟ୍ରେଟରେ ଏକ ଥାଇଲାଣ୍ଡ ମାଲବାହୀ ଜାହାଜକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ମାଲବାହୀ ଜାହାଜଟି ବହୁତ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜାହାଜରେ ୨୩ ଜଣ କ୍ର୍ୟୁ ସଦସ୍ୟ ଥିଲେ। ଏହି କ୍ର୍ୟୁ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି, ଯେତେବେଳେ ତିନି ଜଣ କ୍ର୍ୟୁ ସଦସ୍ୟ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି ।

ରୟାଲ୍ ଥାଇ ନୌସେନା ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତି ଅନୁଯାୟୀ, ଥାଇ କମ୍ପାନୀ ପ୍ରିସିୟସ୍ ସିପିଂ ପିସିଏଲର ମାଲିକାନାରେ ଥିବା ଏକ ବଡ଼ ମାଲବାହୀ ଜାହାଜ, ମୟୁରୀ ନାରି ଜାହାଜ । ସଂଯୁକ୍ତ ଆରବ ଏମିରେଟ୍ସର ଖଲିଫା ବନ୍ଦରରୁ ବାହାରି ଭାରତର କାଣ୍ଡଲା ବନ୍ଦରକୁ ଯାଉଥିବା ବେଳେ ହୋର୍ମୁଜ୍ ଷ୍ଟ୍ରେଟ ଦେଇ ଗତି କରୁଥିବା ସମୟରେ ଏହା ଉପରେ ଆକ୍ରମଣ କରାଯାଇଥିଲା।

ରୟାଲ୍ ଥାଇ ନୌସେନା ଦ୍ୱାରା ପ୍ରକାଶିତ ଚିତ୍ରଗୁଡ଼ିକ ଜାହାଜର ହୁଲ୍ ଏବଂ ସୁପରଷ୍ଟ୍ରକ୍ଚରରୁ ଘନ, କଳା ଧୂଆଁ ବାହାରୁଥିବା ଏବଂ ଆଖପାଖ ପାଣିରେ ଲାଇଫ୍ ରାଫ୍ଟ ଭାସୁଥିବା ଦେଖାଯାଉଛି। ରୟାଲ୍ ଥାଇ ନୌସେନା ଏକ ବିବୃତ୍ତିରେ କହିଛି ଯେ ଆକ୍ରମଣର ନିର୍ଦ୍ଦିଷ୍ଟ ବିବରଣୀ ଏବଂ କାରଣ ବର୍ତ୍ତମାନ ତଦନ୍ତାଧୀନ ଅଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri