ଇରାନ ଓ ଭିଏନା ବୁଝାମଣା

ଦଜଭାଦ ସଲେହି ଇସ୍‌ଫାହାନି

ଗତ ନଭେମ୍ବରରେ ୨୦୨୨ ପୁଟ୍‌ବଲ ବିଶ୍ୱ କପ୍‌ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ଶେଷ ସୁଦ୍ଧା ଇରାନ ଲେବାନନ୍‌ଠାରୁ ଗୋଟିଏ ଗୋଲରେ ପଛୁଆ ରହିଥିଲା। ଏହାକୁ ଲକ୍ଷ୍ୟ କରି ସୋସିଆଲ ମଡିଆରେ ସନ୍ଦେହୀ ଇରାନବାସୀ ତାଙ୍କ ଟିମ୍‌ର ପରାଜୟ ପାଇଁ ଇରାନର କଠୋରପନ୍ଥୀ ନେତାମାନଙ୍କୁ ଦାୟୀ କରିବାକୁ ପ୍ରସ୍ତୁତ ହେଉଥିଲେ। ସେମାନେ ଲେବାନନ୍‌ରେ ରହୁଥିବା ଇରାନର ହିଜବୁଲ୍ଲାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମ୍ୟାଚ୍‌ ହାରିବାକୁ ଚାହଁୁଥିଲେ ବୋଲି ମନେକରୁଥିଲେ। ହେଲେ ନିର୍ଦ୍ଧାରିତ ସମୟ ପରେ ୪ ମିନିଟ ଷ୍ଟପେଜ୍‌ ଟାଇମ୍‌ରେ ଇରାନ ଦୁଇଟି ଗୋଲ ଦେଇ ବିଜୟ ହାସଲ କଲା। ସମ୍ପ୍ରତି, ଠିକ୍‌ ସେହିଭଳି ୨୦୧୫ ଭିଏନା ଆଣବିକ ଚୁକ୍ତିକୁ ପୁନଃ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଇରାନର ନେତାମାନେ ଭିଏନା ବୁଝାମଣାରେ ସମସ୍ୟା ସୁଧାରି ବିକାଶ କରିବା ସକାଶେ ସକ୍ରିୟତା ପ୍ରକାଶ କରିବା ଦରକାର। ଏଥିପାଇଁ ସେମାନଙ୍କ ପାଖରେ କମ୍‌ ସମୟ ରହିଛି। ଫୁଟବଲ ଖେଳରେ ବିଜୟୀ ହେବା ଭଳି କମ୍‌ ସମୟରେ ମଧ୍ୟ ସେମାନେ ଏଥିରୁ ଲାଭ ଉଠାଇପାରିବେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜଏଣ୍ଟ କମ୍ପ୍ରେହେନ୍‌ସିଭ ପ୍ଲାନ୍‌ ଅଫ୍‌ ଆକ୍ସନ ବା ଜେସିପିଓଏ ( ଯାହା ୨୦୧୫ ଆଣବିକ ଚୁକ୍ତି ଭାବେ ଜଣାଶୁଣା)ରୁ ୨୦୧୮ରେ ଓହରି ଆସିିଥିଲେ ଏବଂ ଇରାନ ବିରୋଧରେ ପୁନର୍ବାର କଠୋର ଅର୍ଥନୈତିକ କଟକଣା ଲାଗୁ କରିଥିଲେ। ଏଭଳି ଝଟକା ପରେ ମଧ୍ୟ ଇରାନ ସେହି ବୁଝାମଣାରେ ଆଉ ୧୪ ମାସ ରହିଲା। ଏବେ ଭିଏନାରେ ଆଲୋଚନା ପ୍ରକ୍ରିୟାରେ ମନ୍ଥରତା ପ୍ରକାଶ ପାଇଛି। ଆଲୋଚନା ସଫଳ ହେବାର ସମ୍ଭାବନା କମ୍‌ ରହିଛି। ଆଲୋଚନାରେ ପକ୍ଷମାନେ ଏକ ଚୂଡାନ୍ତ ଚୁକ୍ତିରେ ପହଞ୍ଚିବା ଆଶା କ୍ଷୀଣ ରହିଛି। ଇରାନ ଆଣବିକ ଅସ୍ତ୍ରଶସ୍ତ୍ର ସମୃଦ୍ଧ ଦେଶ ହେବାକୁ ଚଳାଇଥିବା ଅଭିଯାନକୁ ନେଇ ଆମେରିକା ଓ ୟୁରୋପ କ୍ଷୁବ୍ଧ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିବାର ସମ୍ଭାବନା ଦେଖାଦେଇଛି। ଭିଏନାର ବିଫଳତା ମଧ୍ୟପ୍ରାଚ୍ୟରେ ଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବ। ସିଧାସଳଖ ଇସ୍ରାଏଲର ଆଞ୍ଚଳିକ ଆଧିପତ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଇରାନର ଆଣବିକ କାର୍ଯ୍ୟକ୍ରମକୁ ମନ୍ଥର କରିବାକୁ ଇସ୍ରାଏଲ ଚେଷ୍ଟା କରୁଛି। ଏହା ଏକ ବୃହତ୍‌ ଆଞ୍ଚଳିକ ସଂଘର୍ଷ ଆରମ୍ଭ କରିପାରେ ଓ ଏଥିରେ ଆମେରିକା ସମ୍ପୃକ୍ତ ହେବାର ଆଶଙ୍କା ରହିଛି।
ଇରାନ ବିରୋଧରେ ଲାଗୁ କରାଯାଇଥିବା ଆର୍ଥିକ କଟକଣାକୁ ବନ୍ଦ କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କଠୋରପନ୍ଥୀ ତଥା ନୂଆ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଆର୍ଥିକ ଅଭିବୃଦ୍ଧିର ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏହା କରିବା ଉଚିତ। ଜୁନ୍‌ ୨୦୨୧ରେ ରୟିସି ନିର୍ବାଚିତ ହେବା ପରଠାରୁ ବାର୍ଷିକ ମୁଦ୍ରସ୍ଫୀତି ୪୪% ରହିଆସୁଛି। ତୈଳ ରପ୍ତାନିରୁ ନୂଆ ରାଜସ୍ବ ଆସୁ ନ ଥିବାରୁ ତାଙ୍କ ପ୍ରଶାସନ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସକ୍ଷମ ହୋଇପାରିବ ନାହଁି। ଅନ୍ୟପଟେ ଇରାନବାସୀଙ୍କ ଜୀବନଧାରଣ ମାନ ୨୦ ବର୍ଷ ପୂର୍ବ ସ୍ତରକୁ ଖସିଯାଇଛି। ଏଣୁ ସେମାନେ ଭିଏନାରୁ ଭଲ ଖବର ପାଇବା ଲାଗି ଉତ୍ସୁକତାର ସହ ଅପେକ୍ଷା କରୁଛନ୍ତି। ବିଶେଷକରି ଇରାନ ନିଜକୁ ଏଥିତ୍ରୁ ଦୂରେଇ ରଖିଲେ ତା’ପାଇଁ କିଛି ବିପଦ ରହିଛି। ଜାତିସଂଘ ପୂର୍ବରୁ ଲାଗୁ କରିଥିବା ଜେସିପିଓଏ କଟକଣାକୁ ପୁନର୍ବାର ଲାଗୁ କରି ଇରାନର ଆର୍ଥିକ ବ୍ୟବସ୍ଥାକୁ ସବୁଦିଗରୁ ଘେରିବ । ଏହା ରଇସି ରାଷ୍ଟ୍ରପତିତ୍ୱ ଉପରେ ଡେମୋକ୍ଲିସ ଖଣ୍ଡା ଝୁଲିବା ଭଳି ରହିଛି।
ଇରାନର କଠୋରପନ୍ଥୀ ନେତାଗଣ ବିଶ୍ୱାସ କରନ୍ତି ଯେ, ୨୦୧୫ ଚୁକ୍ତି ଦୁଇଟି ମୌଳିକ ତ୍ରୁଟି ଯୋଗୁ ପ୍ରଭାବିତ ହୋଇଥିଲା। ପ୍ରଥମ ଭୁଲ୍‌ର କାରଣ ଥିଲେ ଟ୍ରମ୍ପ୍‌। ଆମେରିକା ଏହି ଚୁକ୍ତିରେ ରହିବା ଲାଗି ମନା କରିଦେଇଥିଲା। କଥା ହେଉଛି, ଆମେରିକୀୟ ଅଧିକାରୀମାନେ ଇରାନ ବିରୋଧରେ କଟକଣା ଲାଗିବାର କାରଣଗୁଡ଼ିକୁ ନେଇ ଏକ ଲମ୍ବା ତାଲିକାକୁ ଦୋହରାଇଛନ୍ତି। ଏହା ମଧ୍ୟରେ ରହିଛି ଇରାନରେ ଦୁର୍ବଳ ମାନବ ଅଧିକାର ରେକର୍ଡ, କ୍ଷେପଣାସ୍ତ୍ର ଏବଂ ଆଞ୍ଚଳିକ ଛାୟାଯୁଦ୍ଧ। ଏଣୁ ଏହା ବୁଝାମଣାକୁ ଆହୁରି ଜଟିଳ କରିଦେଉଛି। ଜେସିପିଓଏର ଦ୍ୱିତୀୟ ତ୍ରୁଟି ପ୍ରକାଶ ପାଇଥିଲା ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ୱ ସମୟରେ। ସେ ମଧ୍ୟ ଚୁକ୍ତିରେ ସ୍ବାକ୍ଷର କରିଥିତ୍ଲେ। ହେଲେ ବିଦେଶୀ କମ୍ପାନୀଗୁଡ଼ିକ ଇରାନ ସହ ବାଣିଜ୍ୟ କିମ୍ବା ନିବେଶ କରିବାକୁ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଆମେରିକା ସେମାନଙ୍କ ବିରୋଧରେ ଅଣ ଆଣବିକ କଟକଣା ଲଗାଇ ସେମାନଙ୍କ ଉପରେ ଜରିମାନା ଲଗାଇବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଭୟ ଯୋଗୁ ସେମାନେ ଏଭଳି ଦ୍ୱନ୍ଦ୍ୱରେ ପଡ଼ିଥିଲେ।
ଏହିସବୁ ସମସ୍ୟାର ସ୍ପଷ୍ଟ ସମାଧାନ ହେବା ଦେଖାଯାଉନାହିଁ। ଭବିଷ୍ୟତରେ ଆମେରିକା ଚୁକ୍ତିରୁ ବାହାରିଗଲେ କ’ଣ କ୍ଷତି ହେବ ତାହାକୁ ଉପସ୍ଥାପନ କରିବାକୁ ଇରାନ ଚେଷ୍ଟା କରିଛି। ଏହାଯୋଗୁ ଆମେରିକୀୟ ମଧ୍ୟସ୍ଥଙ୍କ ମଧ୍ୟରେ ନୈରାଶ୍ୟ ଦେଖାଯାଇଛି। ଫଳରେ ଏବକାର ଭିଏନା ଆଲୋଚନା ଆରମ୍ଭ ହେବା ପୂର୍ବରୁ ୫ ମାସ ଅପେକ୍ଷା କରିବାକୁ ହୋଇଛି । ଇରାନ ବି ସମାନ ବୈଠକରେ ଗୋଟିଏ ରୁମ୍‌ରେ ଆମେରିକୀୟଙ୍କ ସହ ସାମିଲ ହେବାକୁ ମନା କରିଦେଇଛି। ଫଳରେ ସ୍ଥିତି ଜଟିଳ ହେଉଛି। ପରିସ୍ଥିତିକୁ ଗୋଳମାଳିଆ ରଖି ଇରାନ ତା’ ଆଣବିକ ଶକ୍ତି ବୃଦ୍ଧି କରି ଏକ ପରମାଣୁ ବୋମା ତିଆରି କରିବାକୁ ଚାହଁୁଛି। ଏହିସବୁ କାର୍ଯ୍ୟ ଇସ୍‌ଲାମିକ ରିପବ୍ଲିକ ପାଇଁ ଏକ ଅଧିକ ଲାଭକରୀ ବୁଝାମଣା ଆଣିପାରିବ କି ନାହିଁ ତାହା ମଧ୍ୟ ସନ୍ଦେହରେ। ପ୍ରତ୍ୟେକ ଘଟଣାରେ ଇରାନର କେତେକ କଠୋରପନ୍ଥୀ ନେତା ବିଶ୍ୱାସ କରନ୍ତି ଯେ, ଇରାନର ଆର୍ଥିକ ରୁଗ୍‌ଣାବସ୍ଥା ମୁଖ୍ୟତଃ ଘରୋଇ କାରଣରୁ ହେଉଛି ଓ ଆମେରିକା କଟକଣା ଲଗାଇଲେ ମଧ୍ୟ ଏହାକୁ ଦୂର କରାଯାଇପାରିବ। ସେମାନେ ଯୁକ୍ତିବାଢ଼ନ୍ତି ଯେ, ଏକ ଚୁକ୍ତି ବଦଳରେ କଠିନ ଆର୍ଥିକ ପରିସ୍ଥିତିରୁ ଇରାନ ମୁକୁଳି ପାରିବ। କଟକଣା ମଧ୍ୟରେ ରହିଥିତ୍ବା ଇରାନର ଅର୍ଥ ବ୍ୟବସ୍ଥା ଏବଂ ଦେଶର ଆର୍ଥିକ ଭାଗ୍ୟକୁ ଜେସିପିଓଏ ସହ ନ ଯୋଡିବାକୁ ରୟିସିଙ୍କ ପ୍ରତିବଦ୍ଧତାମୂଳକ ଅଭିଯାନ ପଛରେ ଏଭଳି ଧାରଣା ରହିଛି। ଅନ୍ୟ କେତେକ କଠୋରପନ୍ଥୀ ଭାବୁଛନ୍ତି ଯେ, ଏବକାର ଆଣବିକ ଅସ୍ତ୍ର ବୃଦ୍ଧି ପ୍ରକ୍ରିୟା ଇରାନର ଅର୍ଥ ବ୍ୟବସ୍ଥାକୁ ପୁନର୍ବାର ପୂର୍ବାମୁଖୀ କରିବ । ଚାଇନା ଓ ରୁଷିଆ ସହ ଦୀର୍ଘମିଆଦୀ ଭାଗୀଦାରି ଚୁକ୍ତି ମାଧ୍ୟମରେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ ବୋଲି ସେମାନେ ମନେ କରୁଛନ୍ତି।
ଅର୍ଥ ବ୍ୟବସ୍ଥାରେ ସୁଧାର ନ ଆସିଲେ ରୟିସିଙ୍କ ହାଉସିଂ ଏବଂ ନୂଆ ଚାକିରିିର ମହତ୍ତ୍ୱାକାଂକ୍ଷୀ ପ୍ରତିଶ୍ରୁତି ପୂରଣ ହେବା ଅସମ୍ଭବ। ୨୦୨୨-୨୩ ପାଇଁ ପ୍ରସ୍ତାବିତ ବଜେଟ୍‌ରେ ସରକାର କଠିନ ସ୍ଥିତିରେ ରହିଥିବା ଜଣାପଡ଼ିଛି। ଏଥିରୁ ବୁଝାପଡୁଛି ଯେ, ଆମେରିକାର କଟକଣା ଜାରି ରହିବ ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହା ଅର୍ଥ ବ୍ୟବସ୍ଥାକୁ ସଙ୍କୁଚିତ କରିବ। ଏଥିପାଇଁ ସମୁଦାୟ ସରକାରୀ ବ୍ୟୟ ୯.୬% ସ୍ଥିର କରାଯାଇଥିବାବେଳେ ଚଳିତ ବର୍ଷ ମୁଦ୍ରାସ୍ଫୀତି ୪୦%ରେ ପହଞ୍ଚିବା ସମ୍ଭାବନା ରହିଛି। ମଜୁରି ଓ ଦରମା ୧୦% ବୃଦ୍ଧି ପାଇବା ବୋଲି ଆକଳନ କରାଯାଉଛି। ଫଳରେ ୩ ମିଲିୟନରୁ ଊର୍ଦ୍ଧ୍ୱ ପବ୍ଲିକ ସେକ୍ଟର କର୍ମଚାରୀଙ୍କ ରିୟଲ ଇନକମ୍‌ ବା ଆୟରେ ୩୦% ହ୍ରାସ ଘଟିବ। ଇରାନର ମୁଖ୍ୟ ପେନସନ ଫଣ୍ଡ୍‌ରେ ଅଧିକ ବ୍ୟୟ କରାଯାଉଛି। ଏଭଳି ସ୍ଥିତିରୁ ମୁକୁଳିବା ଲାଗି ପବ୍ଲିକ ମନି ଡ୍ର କରିବାକୁ ହେଉଛି। ଏଣୁ ଆଉ ୬ ମିଲିୟନ ଅବସରପ୍ରାପ୍ତ କର୍ମଚାରୀ ରିୟଲ ଇନକମ୍‌ରେ କ୍ଷତି ସହିବାର ସମ୍ଭାବନା ରହିଛି। ଜଣେ ରୂଢିବାଦୀ ଓ କଠୋରପନ୍ଥୀ ଭାବେ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅହମ୍ମଦିନେଜାଦଙ୍କ ବିଫଳତାର ପୁନରାବୃତ୍ତିକୁ ନେଇ ରଇସିଙ୍କ ମନରେ ସମ୍ଭବତଃ ଭୟ ଦେଖାଯାଇଛି। ଅହମ୍ମଦିନେଜାଦ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଅନ୍ତର୍ଜାତୀୟ ବିଚାରକୁ ଅଣଦେଖା କରିବା ଯୋଗୁ ୨୦୧୦ରେ ଜାତିସଂଘ କଟକଣା ଲାଗଇଥିତ୍ଲା। ଭିଏନା ବୁଝମଣାରୁ ରଇସି ଦୂରେଇ ରହିବା ଏକ କଠୋର ପଦକ୍ଷେପ ହେବ। ଏହାଦ୍ୱାରା ଭିଏନାରେ ଏକ ନିଷ୍କର୍ଷରେ ପହଞ୍ଚିବା ସମ୍ଭବ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ନିକଟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖୋମିନି କହିଛନ୍ତି ଯେ, ଶତ୍ରୁମାନଙ୍କ ସହ ବୁଝାମଣା କରିବା ଅର୍ଥ ନୁହେଁ ସେମାନଙ୍କ ପାଖରେ ଆମତ୍ସମର୍ପଣ କରିବା।
ପ୍ରଫେସର ଅଫ୍‌ ଇକୋନୋମିକ୍ସ, ଭର୍ଜିନିଆ ଟେକ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri