କେତେ ସତ କେତେ ମିଛ

ଡା. ଶୁଭଶ୍ରୀ ମିଶ୍ର

କରୋନାର ତୃତୀୟ ଲହର ଓ ସମ୍ଭାବ୍ୟ ଓମିକ୍ରନ୍‌କୁ ନେଇ ସାଧାରଣରେ ଏକ ପ୍ରକାର ଭୟ ଖେଳିଯାଇଛି। ତେବେ ଏ କ୍ଷେତ୍ରରେ ସଚେତନତା ଅଭାବରୁ ମହିଳାମାନେ ଏହି ଦୁଃଖକୁ ସହଜରେ ପରିବାର ସାମ୍ନାରେ ରଖିବା ପାଇଁ ଚାହାନ୍ତି ନାହିଁ। ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲା ବେଳେ ନଚେତ୍‌ ହୋଇସାରିବା ପରେ ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା ସହିତ କୌଣସି ସମ୍ପର୍କ ନାହିଁ। ଟିକା ପରୀକ୍ଷାର ପ୍ରଥମ ପର୍ଯ୍ୟାୟରୁ ଆରମ୍ଭ କରି ତୃତୀୟ ପର୍ଯ୍ୟନ୍ତ ସବୁଥିରେ ଏହି ବିଷୟକୁ ନେଇ ପରୀକ୍ଷା କରାଯାଇଥିଲା ଏବଂ ଗବେଷକମାନେ ଏଥିରେ ସଫଳ ହୋଇଥିଲେ। ତେବେ ସ୍ତନ୍ୟପାନ କରାଉଥିବା ମା’ମାନେ ଛଅ ମାସ ପର୍ଯ୍ୟନ୍ତ ଟିକା ନେଇପାରିବେ ନାହିଁ। କରୋନା ମହାମାରୀ ପାଇଁ ପ୍ରତିଷେଧକ ଟିକା ଗ୍ରହଣ ନେଇ ଏହା ଭିତରେ ସାଧାରଣରେ ବଡ଼ ବିତର୍କ ଓ ଆଲୋଚନା ସୃଷ୍ଟି ହେଲାଣି। କରୋନା ଟିକା ନେବା ଭିତରେ ଗର୍ଭଧାରଣ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିବା ପରେ ସାଧାରଣରେ ଏ ନେଇ ସଚେତନତା ବଢ଼ୁଛି। ଗର୍ଭଧାରଣ କରିବା ପରେ ମହିଳାମାନଙ୍କର ଏକ ନିଆରା ଅନୁଭବ ଆସେ। ସେମାନେ ଏକ ନୂଆ ଜୀବନକୁ ଗର୍ଭରେ ଧାରଣ କରିଥିବାରୁ ତାଙ୍କ ଉପରେ ବହୁ କଟକଣା ଲଗାଯାଏ। ଏମିତି କି ଶିଶୁକୁ ଜନ୍ମଦେବା ପରେ ବି ଏହା ଲାଗି ରହେ। ଏୟା ଖାଇବୁ, ଏୟା ଖାଇବୁନି… ଏ କାମ କରିବା ଉଚିତ, ଏହା ଦେଖିବା ଅନୁଚିତ ଏମିତି କେତେ କ’ଣ। ଏହା ପଛକୁ ଅନ୍ଧ ବିଶ୍ୱାସ ବି ଏଥିରେ ସାମିଲ ହୋଇଯାଇଛି। ଗର୍ଭଧାରଣର ସମୟକୁ ନେଇ ପୁଅ ହେବ କି ଝିଅ ଏମିତି ଚିନ୍ତା କରାଯାଏ। କୁହାଯାଏ ପୂର୍ଣ୍ଣିମାରେ ସମ୍ଭୋଗରୁ ଝିଅ ଓ ଚତୁର୍ଥୀ ଚନ୍ଦ୍ର ସମୟରେ ଗର୍ଭ ସଞ୍ଚାର ହେଲେ ପୁଅ ହୁଏ। ଯଦି ଗର୍ଭଧାରଣ ସମୟରେ ହାତ ଶୁଖିଲା ରହେ ତେବେ ପୁଅ ଏମିତି ଧାରଣା ରହିବା ଠିକ୍‌ ନୁହେଁ। କିନ୍ତୁ ସାଧାରଣରେ ଏଭଳି ମତ ପ୍ରକାଶ ପାଏ ଗର୍ଭଧାରଣ ପରେ। ବେଳେବେଳେ ବି ବେଶି ମିଠା ଖାଇବାକୁ ଇଚ୍ଛା ହେଉଥିଲେ ଝିଅ ଓ ଲୁଣିଆ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ପୁଅ ହେବ ବୋଲି ବିଶ୍ୱାସ ରହିଛି। କିନ୍ତୁ ଚିକିତ୍ସକଙ୍କ ମତରେ ଏସବୁ ଜିନିଷ ଖାଇବା ଲାଗି ପ୍ରବଳ ଇଚ୍ଛା କିଛି ମିନେରାଲ ଅଭାବ ଓ ଗର୍ଭସ୍ଥ ଶିଶୁ ଲାଗି ଚିନ୍ତା ବଢ଼ିଯିବା ଯୋଗୁ ହୋଇଥାଏ। ବହୁ ମହିଳା ଯେଉଁମାନେ ମା’ ହୋଇସାରିଛନ୍ତି ସେମାନେ କହନ୍ତି ଯେ, ସକାଳୁ ଦୁର୍ବଳ ଲାଗିଲେ ଝିଅ ହୁଏ। କିନ୍ତୁ ଚିକିତ୍ସକ କୁହନ୍ତି, ସକାଳୁ ବ୍ଲଡ଼ ସୁଗାର କମିଗଲେ ଦୁର୍ବଳ ଲାଗେ। ଏହାସହ ପୁଅ କି ଝିଅ ହେବାର କିଛି ସମ୍ବନ୍ଧ ନାହିଁ। ଯଦି କେଶ ସୁନ୍ଦର ଓ ସିଲ୍ମ ଭଳି ଝଟକିବ ତେବେ ପୁଅର ସୂଚନା, ଏହା ବ୍ୟତିରେକ ଯଦି ଚେହେରାରେ କି କେଶରେ ଚମକ ନ ଥିବ – ତେବେ ଝିଅ ହେବା ଧାରଣା ବି ରହିଛି; ଯାହା ଅମୂଳକ। ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଏଭଳି ଶରୀରର ହରମୋନରେ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ।
ପେଟ ବଡ଼ ହେଲେ ଝିଅ ଓ ଛୋଟ ରହିଲେ ପୁଅ ହେବାର କଥା ବି ଉଠେ। ଏହା ମଧ୍ୟ ଗ୍ରହଣୀୟ ନୁହେଁ। ପେଟ ବଡ଼ କି ଛୋଟ ତାହା ଶରୀରର ଆକାର ଓ ମାଂସପେଶୀର ଟୋନ ଉପରେ ନିର୍ଭର କରେ। ଅନେକେ ଗର୍ଭବତୀଙ୍କୁ ବେଶି ଖାଇବା ଲାଗି କହନ୍ତି। ଉଭୟ ମା’ ଓ ଶିଶୁ ଲାଗି ବଳଦାୟକ ବୋଲି କୁହାଯାଇଥାଏ। କିନ୍ତୁ ଏହା ଅନାବଶ୍ୟକ ବୋଲି କହନ୍ତି ଚିକିତ୍ସକ। ବେଶି ନ ଖାଇ ସୁଷମ ଖାଦ୍ୟ ଖାଇବା ଉଚିତ। ଆଉ ଗୋଟିଏ କଥା ବି ରହିଛି ଯେ, ଘିଅ ଖାଇଲେ ସହଜରେ ଶିଶୁ ଜନ୍ମ ହୋଇଯାଏ। ଆଗେ ମହିଳାମାନେ ପୂରା ପରିବାର ସଦସ୍ୟ ଖାଇସାରିବା ପରେ ଯାହା ବଳୁଥିଲା ତାହା ଖାଉଥିଲେ। ଏଣୁ ଯେତେବେଳେ ଗର୍ଭଧାରଣ କରୁଥିଲେ ସେତେବେଳେ ଭଲ ଖାଦ୍ୟ ତାଙ୍କୁ ଦେବା ବା ସେମାନେ ଭଲ ଖାଇବାର ଏକ ସୁଯୋଗ ପାଉଥିଲେ। ଏଣୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଘିଅ ସେମାନଙ୍କୁ ଦିଆଯାଉଥିଲା। ଏବେ କିନ୍ତୁ ସୁଷମ ଓ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ବେଶି ଖାଇବାକୁ ମିଳୁଛି, କିନ୍ତୁ ଏଭଳି ଅଭ୍ୟାସ ଭଲ ନୁହେଁ। ଏହା ଶିଶୁର ଓଜନ ବୃଦ୍ଧି କରିଦିଏ ଓ ପ୍ରସବ ସମୟରେ ବିପଦ ଦେଖାଦିଏ। କହନ୍ତି ଗର୍ଭଧାରଣର ଶେଷ ମାସ ଆଡ଼କୁ ଘର ଝାଡ଼ୁ କଲେ ନର୍ମାଲ ଡେଲିଭରି ହୁଏ। ଏହା ବି ସତ ନୁହେଁ। ଏହାଦ୍ୱାରା ବ୍ୟାକ୍‌ପେନ ହୋଇଥାଏ। ଏହା ବଦଳରେ ସ୍କ୍ବାଟ କରିବା ଭଲ। ଗର୍ଭଧାରଣ ସମୟରେ କ୍ରାମ୍ପସ, ଭେରିକସ ଭେନସ୍‌ ଓ ଫୁଲା ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏଣୁ ଏଥିପ୍ରତି ବି ଧ୍ୟାନ ଦେବାକୁ ହୁଏ। ନିୟମିତ ବ୍ୟାୟାମ କରନ୍ତୁ। ଗର୍ଭଧାରଣ ଜଣେ ମହିଳାଙ୍କ ପାଇଁ ଜୀବନର ଶ୍ରେଷ୍ଠ ଅନୁଭବ। ଏ କ୍ଷେତ୍ରରେ ଅନ୍ୟମାନଙ୍କର କାନକୁହା ଗୁଜବ ଶୁଣନ୍ତୁ ନାହିଁ। ସରକାର ବ୍ୟବସ୍ଥିତ ସମସ୍ତ ଚିକିତ୍ସା ସେବା ଗ୍ରହଣ କରନ୍ତୁ ।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ :୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri